Saturday , October 16 2021
Breaking News
Home / ବିଶେଷ / ଜଣେ ବାଇକ ଚୋର ଗିରଫ: ଦୁଇ ବାଇକ ଉଦ୍ଧାର

ଜଣେ ବାଇକ ଚୋର ଗିରଫ: ଦୁଇ ବାଇକ ଉଦ୍ଧାର

ନିରାକାରପୁର, ୧୬/୦୯/୨୦୨୧(ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ପୋଲିସ ଆଇଆଇସି ଭବାନୀ ଶଙ୍କର ଖୁଂଟିଆଙ୍କ ଉଦ୍ୟମରେ ଜଣେ ବାଇକ ଲୁଟେରା ଗିରଫ ହୋଇଥିବାବେଳେ ତା ଠାରୁ ୨ଟି ବାଇକ ଉଦ୍ଧାର କରାଯାଇଛି । ସୂଚନାଯୋଗ୍ୟ କି ଜଙ୍କିଆ ପ୍ରଭଞ୍ଜନ ମହାରଣାଙ୍କର ଏକ ୟାମାବାଇକ ନଂ ଓଡ଼ି୩୩ଏଏ ୫୫୭୭କୁ ଚୋରୀ ହୋଇଥିବା ନେଇ ଏକ ଅଭିଯୋଗରେ କେସନଂ ୨୦୦/୨୧ରେ ମାମଲା ରୁଜୁ ହୋଇଥିଲା । ପୋଲିସ ଅନୁସନ୍ଧାନ ଜାରି ରଖିଥିବାବେଳେ କୌଣସି ସୂତ୍ରରୁ ଖବର ପାଇ ଖୋର୍ଦ୍ଧା ସଦର ଥାନା ପାଟଣା ଗ୍ରାମର ପ୍ରଫୁଲ ଶ୍ରୀଚନ୍ଦନଙ୍କ ପୁତ୍ର ଦେବ ଶ୍ରୀଚନ୍ଦନକୁ ଗିରଫ କରିଥିଲା । ତାଠାରୁ ୟାହାମା ଗାଡ଼ିଟିକୁ ଜବତ କରିବା ସହ ତମାଣ୍ଡୋ ଥାନାରେ ଚୋରୀ କେସନଂ ୧୯୧/୨୧ରେ ମାମଲା ରୁଜୁ ହୋଇଥିବା ବୁଲେଟ ନଂ ଓଡ଼ି୩୩ ଏସ ୩୦୪୮କୁ ମଧ୍ୟ ଜବତ କରାଯାଇଛି ।  ଓଡ଼ିଶା ସମାଚାର

About admin

Check Also

ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନର ଶାରଦୀୟ ବନ୍ଧୁ ମିଳନ

କିଶନନଗର, ୧୬/୧୦/୨୦୨୧(ଓଡିଶା ସମାଚାର /ଅଭୟ ଜେନା )- ଅଗ୍ରଣୀ ସାମାଜିକ ସଂଗଠନ ଦୟାନିଧି ବିକାଶ ପ୍ରତିଷ୍ଠାନ ତରଫରୁ ଶାରଦୀୟ ବନ୍ଧୁ …

Leave a Reply

Your email address will not be published. Required fields are marked *