Saturday , October 16 2021
Breaking News
Home / ବିଶେଷ / କଟକ: ମୂର୍ତ୍ତି ଉଚ୍ଚତା ମାମଲା,କାଲି ଆସିଵ ହାଇକୋର୍ଟଙ୍କ ରାୟ

କଟକ: ମୂର୍ତ୍ତି ଉଚ୍ଚତା ମାମଲା,କାଲି ଆସିଵ ହାଇକୋର୍ଟଙ୍କ ରାୟ

କଟକ ସଦର, ୧୬/୦୯/୨୦୨୧(ଓଡ଼ିଶା ସମାଚାର/ ଵିଷ୍ଣୁ ବେହେରା) – ଗୋଟିଏ ପଟେ କଟକର ଶହ ଶହ ଵର୍ଷର ପ୍ରାଚୀନ ପରମ୍ପରା ସହିତ କଟିକିଆଙ୍କ ସ୍ୱ।ଭିମାନ ଅନ୍ୟପଟେ ସରକାରଙ୍କ ବଳବତ୍ତର କୋଭିଡ୍ କଟକଣାକୁ ନେଇ ଵିଵାଦ ଥମିଵାର ନାଁ ନନେଉଥିଵା ଵେଳେ ଏ ସମ୍ପର୍କରେ ହାଇକୋର୍ଟରେ ରୁଜୁ ହୋଇଥିଵା ମାମଲାର ଆଜି ଗୁରୁଵାର ଶୁଣାଣି ହୋଇଛି। ଦଶହରାରେ ଦୂର୍ଗା ଙ୍କ ମୂର୍ତ୍ତି ର ଉଚ୍ଚତା ୪ ଫୁଟ କରିଵାକୁ ସରକାରଙ୍କ ନିଷ୍ପତ୍ତି କୁ ଚ୍ୟାଲେଞ୍ଜ କରି ବାଲୁବଜାର ପୂଜା କମିଟି ପକ୍ଷରୁ ସୂର୍ୟ୍ୟକାନ୍ତ ସାଂଗନରିଆ ହାଇକୋର୍ଟ ରେ ମାମାଲା ଦାୟର କରି ମୂର୍ତ୍ତି ର ଉଚ୍ଚତା ପୂର୍ଵପରି ଵଡ କରିବାକୁ ନିବେଦନ କରିଥିଲେ। ମାମଲାର ଶୁଣାଣି ସରିଥିବା ଵେଳେ ଆସନ୍ତା କାଲି ଶୁକ୍ରବାର ପର୍ୟ୍ୟନ୍ତ ରାୟ ସଂରକ୍ଷିତ ରଖାଯାଇଥିବା ଜଣାପଡିଛି। ସେପଟେ ଆଜି କଟକ ପୂଜା ଓ ଶାନ୍ତି କମିଟି ପକ୍ଷରୁ ନିଷ୍ପତ୍ତି ର ପୁନଃ ବିଚାର କରିଵାକୁ କଟକ ସାଂସଦ ଭତୃହରି ମହତାଵଙ୍କ ନେତୃତ୍ବରେ ଏକ ପ୍ରତିନିଧିମଣ୍ଡଳୀ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ଭେଟିଵାର କାର୍ୟ୍ୟ କ୍ରମ ରହିଛି ଵୋଲି ଜଣାଯାଇଛି। ତେଵେ ଆସନ୍ତା କାଲି ସୁଧା ମୂର୍ତ୍ତି ଵିଵାଦର ରାସ୍ତା ସଫା ହୋଇଯିଵ ଵୋଲି ମତପ୍ରକାଶ ପାଉଛି । ଓଡ଼ିଶା ସମାଚାର

About admin

Check Also

ତରଡିପାଳରେ ଭଲିବଲ ଖେଳାଳିଙ୍କୁ ଶ୍ରଦ୍ଧାଞ୍ଜଳି

କେନ୍ଦ୍ରାପଡ଼ା, ୧୫/୧୦/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇର ଧୋୟାଳକୁ ଏକଦା ଭଲିବଲ ଖେଳର ଏନ୍ତୁଡିଶାଳ କୁହାଯାଉଥିଲା । ବିଶେଷକରି ତରଡିପାଳ, …

Leave a Reply

Your email address will not be published. Required fields are marked *