Wednesday , October 5 2022
Home / ବିଶେଷ / ଆଇଟିଆରର ତଥ୍ୟ ଲିକ୍ ମାମଲାରେ ଆଉ ଜଣେ ଗିରଫ

ଆଇଟିଆରର ତଥ୍ୟ ଲିକ୍ ମାମଲାରେ ଆଉ ଜଣେ ଗିରଫ

ବାଲେଶ୍ୱର, ୧୬/୦୯/୨୦୨୧(ଓଡ଼ିଶା ସମାଚାର)- ବାଲେଶ୍ୱରର ଚାନ୍ଦିପୁର ସ୍ଥିତ ପ୍ରତିରକ୍ଷା ବିଭାଗ ଅଧୀନ ଆଇଟିଆରର ତଥ୍ୟ ପାକିସ୍ତାନକୁ ଲିକ୍ ମାମଲାର ତଦନ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ଘଟଣାରେ ଆଉ ଜଣେ ଗିରଫ । ଏହାକୁ ମିଶାଇ ଗିରଫ ସଂଖ୍ୟା ୫ କୁ ବୃଦ୍ଧି ପାଇଛି । କ୍ରାଇମବ୍ରାଞ୍ଚର ଏଡିଜି ସଂଜୀବ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏକ ୫ ଜଣିଆ ଏସଆଇଟି(ସ୍ୱତନ୍ତ୍ର ତଦନ୍ତକାରୀ ଦଳ) ଗଠନ ହୋଇଛି। ଏହି ଦଳର ନେତୃତ୍ୱ ନେଉଛନ୍ତି ଅତିରିକ୍ତ ଏସପି ପ୍ରଶାନ୍ତ କୁମାର ବିଶୋଇ। ତାଙ୍କ ସହିତ କ୍ରାଇମବ୍ରାଞ୍ଚ ସାଇବର ସେଲର ଜଣେ ଇନ୍ସପେକ୍ଟର ଏବଂ ଜଣେ ସବ-ଇନ୍ସପେକ୍ଟର ଥିବା ବେଳେ ଅନ୍ୟଜଣେ ଅଫିସର ମଧ୍ୟ ସାମିଲ ଅଛନ୍ତି। ଚାନ୍ଦିପୁର ଥାନାରେ ରୁଜୁ ହୋଇଥିବା ମାମଲା(କେସ ନମ୍ବର) ୭୬/୨୦୨୧କୁ ବାଲେଶ୍ୱର ଏସପି ସୁଧାଂଶୁ ଶେଖର ମିଶ୍ର ଏହି ଟିମକୁ ହସ୍ତାନ୍ତର କରିଛନ୍ତି। ଏମାନେ ଚାନ୍ଦିପୁର ରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।
ବାଲେଶ୍ୱରର ଚାନ୍ଦିପୁର ସ୍ଥିତ ପ୍ରତିରକ୍ଷା ବିଭାଗ ଅଧୀନ ଆଇଟିଆରର ତଥ୍ୟ ପାକିସ୍ତାନକୁ ଲିକ୍ କରିଥିବା ଅଭିଯୋଗରେ ପୂର୍ବରୁ ଗିରଫ ହୋଇଥିବା ୪ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଯାଇଥିଲା। ଜାମିନ ନାମଞ୍ଜୁର ହେବା ପରେ ସେମାନଙ୍କୁ ବିଚାର ବିଭାଗୀୟ ଅଦାଲତକୁ ପଠାଯାଇଛି। ଗିରଫ ଏହି ୪ ଜଣ ଠିକା କର୍ମଚାରୀଙ୍କ ମଧ୍ୟରୁ ମାଷ୍ଟର୍ମାଇଣ୍ଡ କୁହାଯାଉଥିବା ଚାନ୍ଦିପୁର ଥାନା ଝାମ୍ପୁରା ଗ୍ରାମର ବସନ୍ତ ବେହେରା (୫୨), ଯିଏକି ଆଇଟିଆର୍ରେ ଏସି ଅପରେଟର ଭାବେ କାମ କରୁଥିଲେ। ଅନ୍ୟମାନେ ହେଲେ, ଚାନ୍ଦିପୁର ଥାନା ଶ୍ରୀକୋଣା ଗ୍ରାମର ସେକ୍ ମୁସାଫିର (୩୨), ଜେନେରେଟର ଅପରେଟର ଥିବା ସଦର ଥାନା ବୁଆଁଳ ଅଞ୍ଚଳର ହେମନ୍ତ କୁମାର ମିସ୍ତ୍ରି (୫୨) ଓ ଆଇଟିଆର୍ ମେନ୍ ଗେଟ୍ରେ କର୍ମଚାରୀ ଥିବା ସଦର ଥାନା ପାଳସିଆ ଅଞ୍ଚଳର ତାପସ ରଂଜନ ନାୟକ (୪୧)। ଆଜି ଆଉ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ହୋଇଥିବା ବ୍ୟକ୍ତି ହେଉଛନ୍ତି ସଚୀନ କୁମାର ଓ ସେ ଜଣେ ଡ଼୍ରାଇଭର ବୋଲି ଜଣାପଡ଼ିଛି । ଏହାକୁ ନେଇ ଗିରଫ ସଂଖ୍ୟା ୫ କୁ ବୃଦ୍ଧି ପାଇଛି । ଓଡ଼ିଶା ସମାଚାର

Leave a Reply

Your email address will not be published.