Tuesday , September 28 2021
Breaking News
Home / ବିଶେଷ / ହୀରାକୁଦର ଜଳଭଣ୍ଡାରର ୧୨ଟି ଗେଟ୍ ଖୋଲା – ଆଉ ୮ ଟି ଗେଟ୍ ଖୋଲିବାକୁ ନିଷ୍ପତି

ହୀରାକୁଦର ଜଳଭଣ୍ଡାରର ୧୨ଟି ଗେଟ୍ ଖୋଲା – ଆଉ ୮ ଟି ଗେଟ୍ ଖୋଲିବାକୁ ନିଷ୍ପତି

ସମ୍ବଲପୁର ୧୫/୦୯/୨୦୨୧(ଓଡ଼ିଶା ସମାଚାର)- ଉପରମୁଣ୍ଡରେ ବର୍ଷା ଜାରି ରହିଛି । ଏହାକୁ ଦୃଷ୍ଟିରେ ରଖି ହୀରାକୁଦ ଜଳଭଣ୍ଡାରର ଆଉ ୬ଟି ଗେଟ୍ ଖୋଲାଯାଇଛି । ଗତକାଲି ୬ ଟି ଗେଟ୍ ଖୋଲାଯାଇଥିଲା । ଆଜି ସକାଳ ୧୦ ଟାରେ ଆଉ ୬ ଟି ଗେଟ୍ ଖୋଲିବା ପରେ ମୋଟ୍ ୧୨ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି । ହୀରାକୁଦର ଜଳଭଣ୍ଡାରର ସର୍ବୋଚ୍ଚ ଜଳଧାରଣ କ୍ଷମତା ୬୩୦ ଫୁଟ ରହିଥିବା ବେଳେ ବର୍ତ୍ତମାନ ୬୨୮.୧୦ ଫୁଟ ଜଳସ୍ତର ରହିଛି । ଏହାଛଡ଼ା ଜଳ ଭଣ୍ଡାର ଭିତରକୁ ଅଧିକରୁ ଅଧିକ ଜଳ ପ୍ରବେଶ କରୁଥିବାରୁ ଏହାକୁ ଆଖି ଆଗରେ ରଖି ଓ ଉପର ମୁଣ୍ଡରେ ବର୍ଷା ଜାରି ରହିଥିବାରୁ ଆଜି ଅପରାହ୍ନ ୪ ଟା ବେଳେ ଆଉ ୮ ଟି ଗେଟ୍ ଖୋଲାଯିବା ପାଇଁ ନିଷ୍ପତି ଗ୍ରହଣ କରାଯାଇଇôବା ସୂଚନା ମିଳିଛି । ଏହାକୁ ମିଶାଇଲେ ମୋଟ୍ ୨୦ ଟି ଗେଟ୍ ଦେଇ ହିରାକୁଦ ଜଳ ଭଣ୍ଡାରରୁ ବନ୍ୟା ଜଳ ନିସ୍କାସନ କରାଯିବ । ଓଡ଼ିଶା ସମାଚାର

About admin

Check Also

ଜଗତସିଂହପୁର ଜିଲ୍ଲାରେ ଦୁର୍ଗାପୂଜା ପାଳନ ଉପଲକ୍ଷେ  ପ୍ରସ୍ତୁତି ବୈଠକ

ଜଗତସିଂହପୁର ୨୭/୦୯/୨୦୨୧(ଓଡ଼ିଶା ସମାଚାର)–ଚଳିତ ବର୍ଷ ଜଗତସିଂହପୁର ଜିଲ୍ଲାରେ ଦୁର୍ଗାପୂଜା ପାଳନ  ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ଶ୍ରୀ ସଂଗ୍ରାମ …

Leave a Reply

Your email address will not be published. Required fields are marked *