Sunday , September 26 2021
Breaking News
Home / ବିଶେଷ / ଲଘୁଚାପ ଜନିତ ଲଗାଣବର୍ଷାରେ ଭୁବନ ବ୍ଲକର ୭୨ ଟି ଗ୍ରାମର ୨୧୪୫ ଜଣ ପ୍ରଭାବିତ

ଲଘୁଚାପ ଜନିତ ଲଗାଣବର୍ଷାରେ ଭୁବନ ବ୍ଲକର ୭୨ ଟି ଗ୍ରାମର ୨୧୪୫ ଜଣ ପ୍ରଭାବିତ

ଭୁବନ୧୫/୦୯/୨୦୨୧(ଓଡ଼ିଶା ସମାଚାର)- ଗତ ୧୨ ତାରିଖ ଠାରୁ ଲଘୁଚାପ ଜନିତ ଲଗାଣ ବର୍ଷା ହେବାଯୋଗୁ ଭୁବନ ବ୍ଲକର ୧୮ ଟି ପଂଚାୟତ ୭୨ ଟିଗ୍ରାମ ୨୧୬ ଟିୱାର୍ଡ ର ୨୧୪୫ ଜନସାଧାରଣ ପ୍ରଭାବିତ ହୋଇଛନ୍ତି । ବନ୍ୟା ପ୍ରଭାବିତ ଲୋକଙ୍କୁ ବ୍ଲକ ପ୍ରଶାସନ ତରଫରୁ୧୦୧୯ କିଲୋ ଚୁଡା ଯୋଗାଇ ଦିଆଯାଇଥିବାବେଳେ ଗୋରୁ ଗାଈ ଙ୍କ ପାଇଁ ୮୧୧ କିଲୋ କୁଣ୍ଡା ମଧ୍ୟ ଯୋଗାଇ ଦିଆଯାଇଛି । ଭୁବନ ବ୍ଲକର ୮ ଟି ରାସ୍ତା ଧୋଇନେଇଛି । ଯମୁନାକୋଟ, ମାର୍ଥାପୁର, ସୁରପ୍ରତାପପୁର, ବାଲିବୋ, ଏକତାଳି, ଭୂଷଳ ପଂଚାୟତ ବିଶେଷ କ୍ଷତିଗ୍ରସ୍ତ ହୋଇଛି । ଏକତାଳି ପଂଚାୟତର ରୋଡଙ୍ଗ,ବାଲିବୋ ପଂଚାୟତର ଅରିଲୋ, ଦଧିସିଙ୍ଗା, ଯମୁନାକୋଟ ପଂଚାୟତର ନୃସିଂହପୁର ସଂପୂର୍ଣ୍ଣ ପାଣିଘେରରେ ରହିଛି ଓ ବ୍ଲକକର୍ମଚାରୀ ଙ୍କ ମାଧ୍ୟମରେ ରିଲିଫ ଯୋଗାଇ ଦିଆଯାଇଛି । ଚଳିତ ବର୍ଷାରେ ସମୁଦାୟ ୪ ଟି ଛେଳିମରିଥିବା ଜଣାପଡିଛି । ଶହଶହ ହେକ୍ଟର ଚାଷଜମି ଜଳମଗ୍ନ ହୋଇପଡିଛି । ଭୁବନ ବିଡିଓ ଆଶୀର୍ବାଦ ପରିଡା,ବ୍ଲକ ଅଧ୍ୟକ୍ଷ ଧର୍ମାନନ୍ଦ ବରାଳ ବିଭିନ୍ନଗ୍ରାମ ପରିଦର୍ଶନ କରି ପ୍ରଭାବିତ ଲୋକଙ୍କ ସମସ୍ୟା ବୁଝି ରିଲିଫ ଯୋଗାଇ ଦେଉଛନ୍ତି । ଭୁବନ ଏନଏସିରେ ଡ୍ରେନେଜ ବ୍ୟବସ୍ଥା ସଂପୂର୍ଣ୍ଣ ଭୂଷୁଡି ପଡିଥିବାରୁ ରାସ୍ତାରେ ଡ୍ରେନପାଣ ିଲହଡି ମାରୁଛି । ତୃଟିପୂର୍ଣ୍ଣ ଡ୍ରେନ ନିର୍ମାଣ ସାଙ୍ଗକୁ ନିୟମିତ ସଫା ହେଉନଥିବାଯୋଗୁ ଡ୍ରେନ ଜାମହୋଇ ରାସ୍ତାରେ ଆଣ୍ଠୁଏ ଉଚ୍ଚାରେ ପାଣି ଚାଲୁଛି । ତଳିଆ ଅଂଚଳରେ ଏବେ ସୁଦ୍ଧା ଲୋକଙ୍କ ଘରେ ପାଣି ପସୁଛି । କାଉନସିଲ ନଥିବାରୁଏନଏସି ପ୍ରଶାସନ ତରଫରୁକୌଣସି ପ୍ରତିକାର ବ୍ୟବସ୍ଥା କରାଯାଇନାହିଁ । ଆସନ୍ତା ୧୮ ତାରିଖରୁ ଆଉ ଏକ ଲଘୁଚାପ ଆସୁଥିବାରୁ ବ୍ଲକପ୍ରଶାସନ ଏବେଠାରୁ ସଜାଗ ରହିଛି । ଓଡ଼ିଶା ସମାଚାର

About admin

Check Also

କୁଜଙ୍ଗ ଥାନାର ନୂତନ ଅଧିକାରୀଙ୍କୁ ନବନିର୍ମାଣ କୃଷକ ସଙ୍ଗଠନ କୁଜଙ୍ଗ ବ୍ଳକ ତରଫରୁ ସମ୍ବର୍ଦ୍ଧନା

ପାରାଦୀପ ୨୫/୦୯/୨୦୨୧(ଓଡ଼ିଶା ସମାଚାର)- ନବନିର୍ମାଣ କୃଷକ ସଙ୍ଗଠନ କୁଜଙ୍ଗ ବ୍ଳକ ତରଫରୁ କୁଜଙ୍ଗ ଥାନାର ନୂତନ ଭାରପ୍ରାପ୍ତ ଅଧିକାରୀଙ୍କୁ ଫୁଲତୋଡା …

Leave a Reply

Your email address will not be published. Required fields are marked *