Monday , January 24 2022
Breaking News
Home / ବିଶେଷ / ମାହାଙ୍ଗା : କ୍ଷୟକ୍ଷତି ଆକଳନ ଦାବି ରେ  ରାସ୍ତା ଅବରୋଧକରି ପ୍ରତିବାଦ 

ମାହାଙ୍ଗା : କ୍ଷୟକ୍ଷତି ଆକଳନ ଦାବି ରେ  ରାସ୍ତା ଅବରୋଧକରି ପ୍ରତିବାଦ 

ମାହାଙ୍ଗା, ୧୫/୦୯/୨୦୨୧ (ଓଡିଶା ସମାଚାର /ଅଭୟ ଜେନା )- କଟକ ଜିଲ୍ଲା  ମାହାଙ୍ଗା ବ୍ଲକ ଜଳେଶ୍ୱରପୁର ପଂଚାୟତ ର ଗଙ୍ଗପୁରା, କାହ୍ନପୁର  ଓ ଜଳେଶ୍ୱରପୁର ଗ୍ରାମରେ ଲଘୁଚାପ ଜନିତ ବର୍ଷା ରେ ଉବୁଟୁବୁ ହେଉଥିବାସଙ୍ଗେ ସଙ୍ଗେ  ଅନେକ ମାଟିଘର ଭାଙ୍ଗି ଯାଇଛି। ଘରେ ଓ ଦଣ୍ଡରେ ଆଣ୍ଠୁଏ ଆଣ୍ଠୁଏ ପାଣି ଚାଲୁଥିବା ବେଳେ ପ୍ରଶାସନ ନୀରବ ଦ୍ରଷ୍ଟା ସାଜିଛି ଓ ଏହାକୁ ନେଇ ତାତିଛନ୍ତି ପ୍ରପୀଡ଼ିତ ଲୋକେ। ଘରେ ପାଣି ଚାଲୁଥିବା ବେଳେ କୈାଣସି ଶୁଖିଲା ଖାଦ୍ୟ ଏ ପର୍ଯ୍ୟନ୍ତ ମିଳିନଥିବା ଅଭିଯୋଗକରିବା  ସହ ରାସ୍ତା  ଅବରୋଧକରିଥିଲେ । ଲୋକେ  ପାଣି ଘେରରେ ଥିବା ବେଳେ ମାହାଙ୍ଗା ତହସିଲ ପ୍ରଶାସନ ର ଅଣଦେଖା, ଶୁଖିଲା ଖାଦ୍ୟ ରିଲିଫ ଓ ପଲିଥିନ ପ୍ରଦାନ  ଦାବିରେ ମାହାଙ୍ଗା ତହସିଲ ଛକ ନିକଟରେ ସାଲେପୁର-ଛତିଆ ରାସ୍ତା ଅବରୋଧ କରିଥିଲେ ପୀଡ଼ିତ ପରିବାର ଓ ସ୍ଥାନୀୟ ଲୋକେ। ଦୁଇ ଦିନ ଭିତରେ କ୍ଷୟକ୍ଷତିର ଆକଳନ ସହ ତୁରନ୍ତ ଶୁଖିଲା ଖାଦ୍ୟ ଓ ପଲିଥିନ ଯୋଗାଇ ଦେବାକୁ ପ୍ରଶାସନର ପ୍ରତିଶୃତି ପରେ ରାସ୍ତା ଅବରୋଧ ରୁ ହଟିଥିଲେ ପୀଡ଼ିତ ଲୋକେ। ଓଡିଶା ସମାଚାର

About admin

Check Also

ସ୍ଵାଧୀନ ପ୍ରାର୍ଥି  ନାରାୟଣ ଭୋଇଙ୍କ ନାମାଙ୍କନ

କଟକ,୨୩/୧/୨୦୨୨ (ଓଡ଼ିଶା ସମାଚାର)- ଆସନ୍ତା ତ୍ରସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରାର୍ଥି  ମାନଙ୍କର ନାମାଙ୍କନ ପତ୍ର ଦାଖଲ ହେଉଥିବା ବେଳେ …

Leave a Reply

Your email address will not be published. Required fields are marked *