Thursday , September 28 2023
Home / ବିଶେଷ / ଫେରାର ଥିବା ଦୁଇ ଦୁଷ୍କର୍ମକାରୀ ଗିରଫ

ଫେରାର ଥିବା ଦୁଇ ଦୁଷ୍କର୍ମକାରୀ ଗିରଫ

କେନ୍ଦ୍ରାପଡ଼ା, ୧୫/୦୯/୨୦୨୧(ଓଡ଼ିଶା ସମାଚାର)- ୩ ବର୍ଷରୁ ଉଦ୍ଧ୍ୱର୍ ସମୟ ଧରି ଫେରାର ଥିବା ଦୁଇ ଦୁଷ୍କର୍ମକାରୀଙ୍କୁ କେନ୍ଦ୍ରାପଡ଼ା ଟାଉନ୍ ଥାନା ପୋଲିସ ଗିରଫ କରିଥିବା ସୂଚନା ମିଳିଛି । ଦୁଇ ଅଭିଯୁକ୍ତ ହେଉଛନ୍ତି ସୁଶାନ୍ତ ମଲ୍ଲିକ ଓ ରାକେଶ ମଲ୍ଲିକ । ସୁଶାନ୍ତଙ୍କ ଘର ମହାକାଳପଡ଼ା ଥାନା ଅନ୍ତର୍ଗତ ପଦଗୟାଜପୁର ଗ୍ରାମରେ ହୋଇଥିବା ବେଳେ ରାକେଶଙ୍କ ଘର ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ଛଚପଡା ଗ୍ରାମରେ ବୋଲି ଟାଉନ୍ ଥାନା ଭାରପ୍ରାପ୍ତ ଇନସପେକ୍ଟର ଜ୍ୟୋତିରଞ୍ଜନ ସାମନ୍ତରାୟ କହିଛନ୍ତି । ଜଣେ ଅଭିଯୁକ୍ତକୁ ଭୁବନେଶ୍ୱରୁ ଗିରଫ କରାଯାଇଥିବା ବେଳେ ଅନ୍ୟଜଣେ ଅଭିଯୁକ୍ତକୁ ମହାକାଳପଡ଼ାରୁ ଗିରଫ କରାଯାଇଛି ବୋଲି କେନ୍ଦ୍ରାପଡା ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ(ଏସଡିପିଓ) ରାଜୀବଲୋଚନ ପଣ୍ଡା ସୂଚନା ଦେଇଛନ୍ତି । ଶ୍ରୀ ପଣ୍ଡା କହିଛନ୍ତି ଯେ ସୁଶାନ୍ତ ମଲ୍ଳିକଙ୍କ ନାମରେ ଥାନା କେଶ ନମ୍ବର ୧୭୨/୨୦୧୮ରେ ଏକ ଦୁଷ୍କର୍ମ ମାମଲା ରହିଥିଲା । ସେହିପରି ରାକେଶ ମଲ୍ଲିକଙ୍କ ନାମରେ ଥାନା କେଶ ନମ୍ବର ୧୩୫/୨୦୧୮ରେ ଆଇ.ପି.ସି.ର ଧାରା ୩୬୬, ୫୦୬, ୩୭୯, ୩୭୬, ୩୫୪ ଓ ୩୪ଦଫା ସମେତ ୨୫ ଆର୍ମସ ଆକ୍ଟରେ ଟାଉନ ଥାନାରେ ମାମଲା ରହିଥିଲା । ଉଭୟ ପୋଲିସକୁ ଚକମା ଦେଖାଇ ଦୀର୍ଘଦିନ ଧରି ଫେରାର ହୋଇଯାଇଥିଲେ । କିନ୍ତୁ ବିଶେଷ ସୂତ୍ରରୁ ଖବର ପାଇ ଗୋଟିଏ ଟିମକୁ ଭୁବନେଶ୍ୱର ଓ ଅନ୍ୟ ଗୋଟିଏ ଟିମକୁ ମହାକାଳପଡ଼ା ପଠାଯାଇଥିଲା । ଯାହାଫଳରେ ଦୁଇ ଅଭିଯୁକ୍ତକୁ ପୋଲିସ ଧରିବାରେ ସଫଳ ହୋଇପାରିଲା ବୋଲି ଶ୍ରୀ ପଣ୍ଡା ସୂଚନା କହିଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *