Sunday , September 26 2021
Breaking News
Home / ବିଶେଷ / ଦେଶଦ୍ରୋହ ମାମଲାରେ ଚାନ୍ଦିପୁର ଆରଟିଆରରୁ ୪ ଠିକା କର୍ମଚାରୀ ଗିରଫ

ଦେଶଦ୍ରୋହ ମାମଲାରେ ଚାନ୍ଦିପୁର ଆରଟିଆରରୁ ୪ ଠିକା କର୍ମଚାରୀ ଗିରଫ

ବାଲେଶ୍ୱର/କଟକ ସଦର, ୧୫/୦୯/୨୦୨୧(ଓଡ଼ିଶା ସମାଚାର/ ଵିଷ୍ଣୁ ବେହେରା) : ଦେଶର ବାଲେଶ୍ଵର ଚାନ୍ଦିପୁର ସ୍ଥିତ ପ୍ରତିରକ୍ଷା ଗବେଷଣା ବିକାଶ ଅନୁଷ୍ଠାନ ( ଡିଆରଡିଓ) ର ଆରଟିଆରୁ ପୁଣି ତଥ୍ୟ ଚୋରି ଅଭିଯୋଗରେ ୪ ଜଣ ଦେଶଦ୍ରୋହି ଵେଇମାନଙ୍କୁ ପୋଲିସ ଗିରଫ କରିଥିବା

                 ବସନ୍ତ ବେହେରା

ଜଣାପଡ଼ିଛି। ସେମାନେ ପାକିସ୍ତାନ ର ଖୁଫିଆ ସଂସ୍ଥା ଆଇଏସଆଇ କୁ ଡିଆରଡିଓ ର ଗୁରୁତ୍ୱପୂର୍ଣ୍ଣ ଗୁପ୍ତତଥ୍ୟ ପ୍ରଦାନ କରୁଥିବା ଅଭିଯୋଗରେ ଆଇପିସିର ଧାରା ଅପରାଧିକ ଷଡ଼ଯନ୍ତ୍ର ଦଫା ୧୨୦-ଵି,ଦେଶଦ୍ରୋହ ଦଫା ୧୨୧-ଏ, ମିଳିତଭାବେ ଅପରାଧ ଘଟାଇଵା ଦଫା ୩୪ ଭଳି ସଙ୍ଗୀନ ମାମଲାରେ ଗିରଫ କରାଯାଇଛି। ଗିରଫ ୪ ଜଣଙ୍କ ମଧ୍ୟରେ

ପ୍ରକାଶ ବେରା ଓରଫ ଟୁଲୁ

ମାଷ୍ଟର ମାଇଣ୍ଡ ହେଉଛି ବସନ୍ତ ବେହେରା। ବସନ୍ତ ସହ ପ୍ରକାଶ ବେରା ଓରଫ ଟୁଲୁ, ସେକ ମୁସାକ (ମୂଷା)କୁ ପୁଲିସ ଗିରଫ କରିଛି। ତେବେ ଚତୁର୍ଥ ଜଣଙ୍କର ନାମକୁ ପୁଲିସ ସ୍ପଷ୍ଟ କରି ନାହିଁ। ତାକୁ ନେଇ ଅଧିକ ଯାଞ୍ଚ ଜାରି ରହିଥିବାରୁ ତା ନାଁ କୁ ପୁଲିସ କହି ନାହିଁ। ଗିରଫ ସମସ୍ତ ଅଭିଯୁକ୍ତ ଚାନ୍ଦିପୁର ଝାମ୍ପୁରାହାଟ ଓ ନୂଆନଈ ଅଞ୍ଚଳର ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ ଯେ ୨୦୧୫ ଜାନୁଆରୀ ୨୩ ରେ ଈଶ୍ୱର ବେହେରା ନାମକ ଜନୈକ ଫଟୋଗ୍ରାଫର ସମାନ ଅଭିଯୋଗରେ ଗିରଫ ହୋଇ ବିଚାରଧୀନ କଏଦୀ ଭାଵେ ଜେଲରେ ଥିଵା

ସେକ ମୁସାକ (ମୂଷା)

ଵେଳେ ୨୦୨୧ ଫେବୃଆରୀ ୧୧ ରେ ଈଶ୍ୱରକୁ ଯାବତଜୀଵନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ଓଡ଼ିଶା ସମାଚାର

About admin

Check Also

କୁଜଙ୍ଗ ଥାନାର ନୂତନ ଅଧିକାରୀଙ୍କୁ ନବନିର୍ମାଣ କୃଷକ ସଙ୍ଗଠନ କୁଜଙ୍ଗ ବ୍ଳକ ତରଫରୁ ସମ୍ବର୍ଦ୍ଧନା

ପାରାଦୀପ ୨୫/୦୯/୨୦୨୧(ଓଡ଼ିଶା ସମାଚାର)- ନବନିର୍ମାଣ କୃଷକ ସଙ୍ଗଠନ କୁଜଙ୍ଗ ବ୍ଳକ ତରଫରୁ କୁଜଙ୍ଗ ଥାନାର ନୂତନ ଭାରପ୍ରାପ୍ତ ଅଧିକାରୀଙ୍କୁ ଫୁଲତୋଡା …

Leave a Reply

Your email address will not be published. Required fields are marked *