Friday , September 22 2023
Breaking News
Home / ବିଶେଷ / ଦଶହରା ମୂର୍ତ୍ତି ଉଚ୍ଚତା ପ୍ରସଙ୍ଗ : ସାଂସଦ ଭର୍ତୃହରିଙ୍କ କଥା ସତ ହେଲା, କଟକିଆ ଗଲେ ହାଇକୋର୍ଟ

ଦଶହରା ମୂର୍ତ୍ତି ଉଚ୍ଚତା ପ୍ରସଙ୍ଗ : ସାଂସଦ ଭର୍ତୃହରିଙ୍କ କଥା ସତ ହେଲା, କଟକିଆ ଗଲେ ହାଇକୋର୍ଟ

କଟକ ସଦର, ୧୫/୦୯/୨୦୨୧(ଓଡ଼ିଶା ସମାଚାର/ ଵିଷ୍ଣୁ ବେହେରା) : କଟକ ଦଶହରା ରେ ଦୂର୍ଗା ଙ୍କ ମୂର୍ତ୍ତି ଉଚ୍ଚତା କୁ ନେଇ ଵିଵାଦ ଲାଗି ରହିଥିବା ବେଳେ କଟକ ବିଜେଡି ସାଂସଦ ଭର୍ତୃହରି ମହତାବଙ୍କ କଥା ଵାସ୍ତଵରେ ସତରେ ପରିଣତ ହୋଇଛି। ସାଂସଦ ମହତାଵ ସରକାର ଙ୍କ ନିଷ୍ପତ୍ତି କୁ ଵହୁଡେରିରେ ହାସ୍ୟାସ୍ପଦ କହି ଏଥିପାଇଁ ଯେ କେହି ଅଦାଲତକୁ ଯାଇପାରନ୍ତି ଵୋଲି କହିଥିଲେ।ଏହି ପରିପ୍ରେକ୍ଷୀରେ କଟକ ବାଲୁବଜାର ପୂଜା କମିଟି ଏସ୍ ଆର୍ ସି ଙ୍କ ବିଜ୍ଞପ୍ତିକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ପିଟିସନ ଦାୟର କରିଥିବା ଜଣାପଡିଛି। ସେପଟେ ରାଜ୍ୟର ସରକାରୀ ବିଜେଡି ଦଳର ନେତାମାନଙ୍କର କଥାରେ ତାଳମେଳ ରହୁନଥିବା ଵେଳେ ରାଷ୍ଟ୍ରୀୟ ସରକାରୀ ଵିଜେପି ଦଳର ନେତା ମାନଙ୍କ କଥାରେ ମଧ୍ୟ ତାଳମେଳ ରହୁନଥିବାରୁ ପରିସ୍ଥିତି ଗୋଳମାଳିଆ ହେଉଛି ଵୋଲି ଅଭିଯୋଗ ହେଉଛି। ସେଥିରେ ଆଜି ବୁଧବାର ଠାରୁ କଟକର ୪୦ ରୁ ଉର୍ଦ୍ଧ୍ବ ସାମାଜିକ ସଂଗଠନ ଅନିର୍ଦ୍ଦିଷ୍ଟ ଦିନ ପର୍ୟ୍ୟନ୍ତ ପ୍ରତିକ ଅନଶନ କରିଵେ ଵୋଲି ଜଣାପଡିଛି। ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *