Sunday , September 26 2021
Breaking News
Home / କୃଷି / ଡାଲି ଜାତୀୟ ବିହନ ବିଶୋଧନ ପ୍ରଦର୍ଶନ ପ୍ରଶିକ୍ଷଣ କାର୍ଯ୍ୟକ୍ରମ 

ଡାଲି ଜାତୀୟ ବିହନ ବିଶୋଧନ ପ୍ରଦର୍ଶନ ପ୍ରଶିକ୍ଷଣ କାର୍ଯ୍ୟକ୍ରମ 

ବାଲିଗୁଡା,୧୫/୦୯ /୨୧ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ. ନୂଆଗାଁ ବ୍ଲକ କୃଷି ଜିଲା ଅଧିକାରୀ ଙ୍କ  ଆନୁକୂଲ୍ୟରେ ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ସିମନବାଡ଼ି ପଞ୍ଚାୟତ ସଭାଗୃହ ଠାରେ ବିହନ ବିଶୋଧନ ପ୍ରଦର୍ଶନ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରଶିକ୍ଷଣ ଶିବିର କାର୍ଯ୍ୟକ୍ରମକୁ ଭ୍ରମରବାଡ଼ି ଅନ୍ତର୍ଗତ ନୂଆସାହିର ଆନନ୍ଦମୟୀ ସ୍ୱୟଂ ସହାୟକ ଗୋଷ୍ଠୀର ସଭାପତି ଙ୍କ ଦ୍ଵାରା କାର୍ଯ୍ୟକାରୀ ହେଉଥିବା ଜଣାପଡ଼ିଛି । ଏହି ପ୍ରଶିକ୍ଷଣ ଶିବିରରେ ବ୍ଲକ କୃଷି ଅଧିକାରୀ ବୃନ୍ଦାବନ ବେହେରା ବିହନ ବିଶୋଧନ କାହିଁକି କରିବା ଓ କରିବା ଦ୍ୱାରା ତାର ଉପକାରିତା କଣ ସେନେଇ କୃଷକଙ୍କୁ ପ୍ରାଞ୍ଜଳ ଭାବେ ବୁଝାଇଥିଲେ । ଏଥିରେ ସିମନବାଡ଼ି ପଞ୍ଚାୟତ ଅଞ୍ଚଳର ୫୦ ଜଣ ଚାଷୀ ଭାଗ ନେଇଥିଲେ । ଏହି ବିହନ ବିଶୋଧନ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଡାଲି ଜାତୀୟ ଫସଲ ଉପରେ ପ୍ରଶିକ୍ଷଣ ଦିଆଯାଇଥିଲା । ଏହି ଶିବିରରେ କୃଷି ବିଭାଗର କୃଷି ଵୈଷୟିକ ପରିଚାଳକ ଅରୁଣ ପଟନାୟକ, କୃଷି ଅଧି ଦର୍ଶକ କାଳିନ୍ଦୀ ଚରଣ ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଓଡିଶା ସମାଚାର

About admin

Check Also

ଭରଷା ଓ ଵିଶ୍ୱାସ ହରାଇଲା କନ୍ଦରପୁର ମିନି ବ୍ୟାଙ୍କ୍, ଟଙ୍କା ଉଠାଣ ପାଇଁ ଜମାକାରୀଙ୍କ ଲମ୍ବା ଲାଇନ୍, ନିରପେକ୍ଷ ତଦନ୍ତ ଦାଵି କଲା ବିଜେପି

କଟକ ସଦର, ୨୩/୦୯/୨୦୨୧(ଓଡ଼ିଶା ସମାଚାର/ ଵିଷ୍ଣୁ ବେହେରା): କଟକ ଜିଲ୍ଲା ତଥା ରାଜ୍ୟରେ ଅଗ୍ରଣୀ ବ୍ୟାଙ୍କ୍ ର ମାନ୍ୟତା ପାଇ …

Leave a Reply

Your email address will not be published. Required fields are marked *