କଟକ ସଦର, ୧୫/୦୯/୨୦୨୧(ଓଡ଼ିଶା ସମାଚାର/ ଵିଷ୍ଣୁ ବେହେରା) : ଲକ୍ଷାଧିକ ଟଙ୍କାର ଠକେଇ ଅଭିଯୋଗରେ କ୍ରାଇମବ୍ରାଞ୍ଚ ଦ୍ୱାରା ଗିରଫ ହୋଇ ଚୌଦ୍ୱାର ଜେଲରେ ଥିବା ଆନ୍ଧ୍ର ପ୍ରଦେଶର ପୂର୍ବତନ ବିଧାୟକ ମଲ୍ଲ ଵିଜୟ ପ୍ରସାଦ( ଏମ୍ ଭି ପ୍ରସାଦ) ଙ୍କ ଜାମିନ କଟକର ସ୍ୱତନ୍ତ୍ର ଚିଟଫଣ୍ଡ ଅଦାଲତ ଖାରଜ କରିଦେଵା ଫଳରେ ତାଙ୍କୁ ପୁଣି ଜେଲର ଚାରିକାନ୍ଥ ଭିତରେ ରହିବାକୁ ପଡିଛି। ଏଥିସହିତ ଆସନ୍ତା ୧୫ ତାରିଖରୁ ୧୮ ତାରିଖ ପର୍ଯ୍ୟନ୍ତ ୩ ଦିନିଆ ରିମାଣ୍ଡରେ ନେବାକୁ କ୍ରାଇମବ୍ରାଞ୍ଚକୁ ଅନୁମତି ମିଳିଛି। ସୂଚନାଯୋଗ୍ୟ ଯେ ୨୦୧୯ ଚିଟଫଣ୍ଡ ମାମଲାରେ କ୍ରାଇମବ୍ରାଞ୍ଚ ଏମ୍ ଭି ପ୍ରସାଦ ଙ୍କୁ ଗିରଫ କରିଛି। ଓଡ଼ିଶା ସମାଚାର