Tuesday , September 28 2021
Breaking News
Home / ବିଶେଷ / କଟକ : ମୂର୍ତ୍ତି ଉଚ୍ଚତା ବୃଦ୍ଧି ଦାଵିରେ କଟକର ୪୦ ରୁ ଉର୍ଦ୍ଧ୍ବ ସାମାଜିକ ସଂଗଠନର ଆମରଣ ଅନଶନ

କଟକ : ମୂର୍ତ୍ତି ଉଚ୍ଚତା ବୃଦ୍ଧି ଦାଵିରେ କଟକର ୪୦ ରୁ ଉର୍ଦ୍ଧ୍ବ ସାମାଜିକ ସଂଗଠନର ଆମରଣ ଅନଶନ

କଟକ ସଦର, ୧୫/୦୯/୨୦୨୧(ଓଡ଼ିଶା ସମାଚାର/ ଵିଷ୍ଣୁ ବେହେରା) : ସରକାର ଙ୍କ ଅପରିବର୍ତ୍ତିତ କଟକ ପାର୍ଵଣ କଟକଣାର ପୁନଃ ବିଚାର କରିଵା ନିମନ୍ତେ କଟକ ପୁଅ ମୂଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ଅନୁରୋଧ କରି ପୂର୍ବ ନିର୍ଦ୍ଧାରିତ କାର୍ୟ୍ୟସୂଚୀ ଅନୁଯାୟୀ କଟକରେ ଆଜି ବୁଧବାର ପୂର୍ବାହ୍ନ ରୁ ୪୦ ରୁ ଉର୍ଦ୍ଧ୍ବ ସାମାଜିକ ସଂଗଠନ ପକ୍ଷରୁ ଅନିର୍ଦ୍ଦିଷ୍ଟ ଦିନ ପର୍ୟ୍ୟନ୍ତ ଆମରଣ ଅନଶନ ଆରମ୍ଭ ହୋଇଥିବା ଜଣାପଡିଛି । ଆଜି ପୂର୍ବାହ୍ନ ୧୦ ରୁ କଟକ ମାଛୁଆ ଵଜାର ଏଲଆଇସି ପାର୍କ ଠାରେ ସୁଧାଂଶୁ ପାତ୍ର, ନଗେନ ପ୍ରଧାନ, ମନୋଜ ପଣ୍ଡା, ସିଵୁ ପଟ୍ଟନାୟକ ଙ୍କ ନେତୃତ୍ବରେ ୪୦ ରୁ ଉର୍ଦ୍ଧ୍ବ କଟକର ସାମାଜିକ ସଂଗଠନର କାର୍ୟ୍ୟକର୍ତ୍ତା ଅନଶନରେ ଯୋଗ ଦେଇଛନ୍ତି। ଉକ୍ତ ସାମାଜିକ ସଂଗଠନ ପକ୍ଷରୁ କିଛି ଦିନ ହେଲା ପ୍ରତିକ ଆନ୍ଦୋଳନ ସହ ବର୍ଷା ରେ ଭିଜି ଭିଜି ପ୍ରତିଵାଦ ଚାଲୁ ରହିଥିବା ବେଳେ ଶେଷରେ ଆମରଣ ଅନଶନ କୁ ସେମାନେ ଶେଷ ଅସ୍ତ୍ରଶସ୍ତ୍ର କରିଛନ୍ତି।

ସେହି ପରି ସରକାରଙ୍କ ମୂର୍ତ୍ତି ଉଚ୍ଚତା ବୃଦ୍ଧି ଦାଵି କରି କଟକ ନଗର କଂଗ୍ରେସ୍ ପକ୍ଷରୁ କଟକ ବାରବାଟି ବିଧାୟକ ଇଂ ମହମ୍ମଦ ମୁକିମଙ୍କ ନେତୃତ୍ୱରେ ମୈ।ନଵ୍ରତ କରାଯାଇଛି।

ଓଡ଼ିଶା ସମାଚାର

About admin

Check Also

ଜଗତସିଂହପୁର ଜିଲ୍ଲାରେ ଦୁର୍ଗାପୂଜା ପାଳନ ଉପଲକ୍ଷେ  ପ୍ରସ୍ତୁତି ବୈଠକ

ଜଗତସିଂହପୁର ୨୭/୦୯/୨୦୨୧(ଓଡ଼ିଶା ସମାଚାର)–ଚଳିତ ବର୍ଷ ଜଗତସିଂହପୁର ଜିଲ୍ଲାରେ ଦୁର୍ଗାପୂଜା ପାଳନ  ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ଶ୍ରୀ ସଂଗ୍ରାମ …

Leave a Reply

Your email address will not be published. Required fields are marked *