Monday , October 18 2021
Breaking News
Home / ବିଶେଷ / ୧୭ ସୁଦ୍ଧା ବେଙ୍ଗାପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା

୧୭ ସୁଦ୍ଧା ବେଙ୍ଗାପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା

ଭୁବନେଶ୍ୱର,୧୪/୦୯/୨୦୨୧(ଓଡ଼ିଶା ସମାଚାର)- ଭାରତୀୟ ପାଣିପାଗ ବିଭାଗ(ଆଇଏମଡ଼ି) ମହାନିର୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇ କହିଛନ୍ତି ଯେ ସେପ୍ଟେମ୍ବର ୧୭ ସୁଦ୍ଧା ବେଙ୍ଗାପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା ରହିଛି । ସେପ୍ଟେମ୍ବର ୧୮ ସକାଳ ସୁଦ୍ଧା ଉତର ଓଡ଼ିଶା ନିକଟରେ ପହଂଚିପାରେ ଏବଂ ଏହାର ପ୍ରଭାବରେ ୧୭ରୁ ଉପକୂଳ ଓଡ଼ିଶାରେ ପୁଣି ଏକ ବର୍ଷା ସମ୍ଭାବନା ରହିଛି । ରାଜ୍ୟରେ ଶନିବାର ଠାରୁ ଲଘୁ•ପ ଜନିତ ଲଗାଣ ବର୍ଷା ଜାରି ରହିଛି । ଏହା ଏଷବ ଗଭୀର ଅବପାତ ରୂପ ନେଇଛି । ଏହା ଚାନ୍ଦବାଲିର ଦକ୍ଷିଣକୁ ଓଡ଼ିଶା ଉପକୂଳ ଅତିକ୍ରମ କରିବା ପରେ ଚାନ୍ଦବାଲି ପାଖରୁ ପ୍ରାୟ ୩୦ କିମି ଦୂରରେ ଓ କେନ୍ଦୁଝରରୁ ପ୍ରାୟ ୧୦୦ କିମି ଦକ୍ଷିଣ-ପୂର୍ବ ଦିଗରେ ଏହା ଉପକୂଳ ଓଡ଼ିଶା ଉପରେ କେନ୍ଦ୍ରୀଭୂତ ଅଛି । ଏହି ଗଭୀର ଅବପାତଟି ଅ ।ସନ୍ତା ୨୪ ଘଂଟା ମଧ୍ୟରେ ପଶ୍ଚିମ-ଉତରପଶ୍ଚିମ ଦିଗରେ ଗତି କରି ମଙ୍ଗଳବାର ସକାଳ ବେଳକୁ ଉତର ଛତିଶଗଡ଼ ଉପରେ କେନ୍ଦ୍ରୀଭୂତ ହେବ ଏବଂ ଦୁର୍ବଳ ହୋଇ ଅବପାତରେ ପରିଣତ ହେବ । ମଙ୍ଗଳବାର ଓଡ଼ିଶାରେ ବର୍ଷାର ପରିମାଣ କମିବ, ହେଲେ ଛତିଶଗଡ଼ ସୀମାନ୍ତକୁ ଲାଗି ରହିଥିବା ଦୁଇ ତିନୋଟି ଜିଲାରେ ବର୍ଷା ହୋଇପାରେ ବୋଲି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି । ତେବେ ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ସେପ୍ଟମ୍ବର ୧୭ ତାରିଖ ପାଖାପାଖି ଉତର ବେଙ୍ଗାପ ସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ଅଛି । ଓଡ଼ିଶା ସମାଚାର

About admin

Check Also

ଅସ୍ଥାୟୀ ଲଂଚ ଡ୍ରାଇଭର ଓ ଖଲାସୀ ମହାସଂଘର ଜରୁରୀ ବୈଠକ

ଭୁବନେଶ୍ୱର,୧୮/୧୦/୨୦୨୧(ଓଡ଼ିଶା ସମାଚାର)- ରବିବାର ଦିନ ଅସ୍ଥାୟୀ ଲଂଚ ଡ୍ରାଇଭର ଓ ଖଲାସୀ ମହାସଂଘର ଏକ ଜରୁରୀ ବୈଠକ ନାଗଭୂଷଣ ଭବନ, …

Leave a Reply

Your email address will not be published. Required fields are marked *