ସମ୍ବଲପୁର ୧୪/୦୯/୨୦୨୧(ଓଡ଼ିଶା ସମାଚାର)- ହୀରାକୁଦ ଜଳଭଣ୍ଡାରର ୬ଟି ଗେଟ୍ ଖୋଲିଲା । ବାମ ପାର୍ଶ୍ବର ୪ଟି ଗେଟ୍ ଓ ଡାହାଣ ପାର୍ଶ୍ବର ୨ଟି ଗେଟ୍ ଖୋଲାଯାଇଥିବା ନେଇ ଡ୍ୟାମ୍ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ବର୍ତ୍ତମାନ ଜଳଭଣ୍ଡାରକୁ ୨ ଲକ୍ଷ ୧୨ ହଜାର କ୍ୟୁସେକ୍ ଜଳ ପ୍ରବେଶ କରୁଛି । ହୀରାକୁଦ ଜଳଭଣ୍ଡାରର ଜଳ ଧାରଣ କ୍ଷମତା ୬୩୦ ଫୁଟ ରହିଥିବାବେଳେ ବର୍ତ୍ତମାନ ଜଳସ୍ତର ୬୨୬.୮୩ ଫୁଟ ରହିଛି । ଓଡ଼ିଶା ସମାଚାର
