Sunday , September 26 2021
Breaking News
Home / ବିଶେଷ / ହିରାକୁଦ ଜଳଭଣ୍ଡାରର ୬ଟି ଗେଟ୍ ଖୋଲିବ ଆଜି – ବନ୍ୟା ଆଶଙ୍କା ବର୍ତ୍ତମାନ ନାହିଁ

ହିରାକୁଦ ଜଳଭଣ୍ଡାରର ୬ଟି ଗେଟ୍ ଖୋଲିବ ଆଜି – ବନ୍ୟା ଆଶଙ୍କା ବର୍ତ୍ତମାନ ନାହିଁ

ଭୁବନେଶ୍ୱର,୧୪/୦୯/୨୦୨୧(ଓଡ଼ିଶା ସମାଚାର)- ଗତ ୩ ଧରି ରାଜ୍ୟର ବିଭିନ୍ନ ଅଂଚଳରେ ରେକର୍ଡ଼ ପରିମାଣର ବର୍ଷା ହୋଇଛି । ବନ୍ୟା ହୋଇନଥିଲେ ମଧ୍ୟ ରାସ୍ତା ଘାଟରେ ବନ୍ୟା ଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଗତକାଲି ଠାରୁ ବର୍ଷା କମିଯାଇଥିଲେ ମଧ୍ୟ ଉପର ମୁଣ୍ଡରେ ବର୍ଷା ଜାରି ରହିଛି । ଉପରମୁଣ୍ଡରେ ବର୍ଷା ର ପ୍ରକୋପ ବଢୁଥିବାରୁ ହିରାକୁଦ ଜଳଭଣ୍ଡାରର ୬ଟି ଗେଟ୍ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଧୀରେନ ସାମଲ କହିଛନ୍ତି । ପର୍ୟ୍ୟାୟ କ୍ରମେ ଏ ସବୁ ଗେଟ୍ ଖୋଲିବ । ଉପର ମୁଣ୍ଡରେ ବର୍ଷା ଲାଗି ରହିଥିବାରୁ ୧ ଲକ୍ଷ ୬୦ହଜାର କ୍ୟୁସେକ୍ ଜଳ ହୀରାକୁଦରେ ପ୍ରବେଶ କରୁଛି । ସର୍ବାଧିକ ୨ ଲକ୍ଷ କ୍ୟୁସେକ୍ ପର୍ୟ୍ୟନ୍ତ ଜଳ ପ୍ରବେଶ କରିବା ନେଇ ଆକଳନ କରାଯାଇଛି । ଅପରାହ୍ନ ୩ ଟାରେ ସାଇରନ୍ ବାଜିବ ଓ ୫ ଟା ରେ ହୀରାକୁଦ ଜଳ ଭଣ୍ଡାର ଗେଟ୍ ଖୋଲିବ । ୬ଟି ଗେଟ୍ ଖୋଲାଯିବା ଦ୍ବାରା ହୀରାକୁଦରୁ ୧ ଲକ୍ଷ କ୍ୟୁସେକ୍ ଜଳ ନିଷ୍କାସନ ହେବ । ଏ ଦୃଷ୍ଟିରୁ ମହାନଦୀ ସିଷ୍ଟମରେ ବନ୍ୟା ଆଶଙ୍କା ବର୍ତ୍ତମାନ ନାହିଁ । ଓଡ଼ିଶା ସମାଚାର

About admin

Check Also

କୁଜଙ୍ଗ ଥାନାର ନୂତନ ଅଧିକାରୀଙ୍କୁ ନବନିର୍ମାଣ କୃଷକ ସଙ୍ଗଠନ କୁଜଙ୍ଗ ବ୍ଳକ ତରଫରୁ ସମ୍ବର୍ଦ୍ଧନା

ପାରାଦୀପ ୨୫/୦୯/୨୦୨୧(ଓଡ଼ିଶା ସମାଚାର)- ନବନିର୍ମାଣ କୃଷକ ସଙ୍ଗଠନ କୁଜଙ୍ଗ ବ୍ଳକ ତରଫରୁ କୁଜଙ୍ଗ ଥାନାର ନୂତନ ଭାରପ୍ରାପ୍ତ ଅଧିକାରୀଙ୍କୁ ଫୁଲତୋଡା …

Leave a Reply

Your email address will not be published. Required fields are marked *