ପାରାଦୀପ ୧୩/୦୯/୨୦୨୧(ଓଡ଼ିଶା ସମାଚାର)-ପୂର୍ବ କେନ୍ଦ୍ରୀୟ ବେଙ୍ଗାପସାଗର ରେ ସୃଷ୍ଟି ହୋଇଥିବା ଲଘୁଚାପ ଜନିତ ଲଗାଣ ବର୍ଷା ର ପ୍ରଭାବ ରେ ପାରାଦୀପ ସହର ର ମୁଖ୍ୟ ରାସ୍ତା ସମେତ ବିଭିନ୍ନ ରାସ୍ତା ଓ ବସ୍ତି, କଲୋନୀ ରେ ବର୍ଷା ପାଣି ଲହଡି ମାରୁଥିବା ଦେଖିବାକୁ ମିଳିଛି । ପାରାଦୀପ ରେ ୨୧୯ ମିମି. ବର୍ଷା ରେକର୍ଡ ହୋଇଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏହାର ପ୍ରଭାବ ରେ ଶନିବାର ରାତି ରୁ ଲଗାଣ ବର୍ଷା ଆରମ୍ଭ ହୋଇଛି । ରବିବାର, ସୋମବାର ଦିନ ବର୍ଷା ର ପ୍ରବାବ ରେ ସହର ର ବିଭିନ୍ନ ସ୍ଥାନ ର ଲୋକମାନେ ଜଳବନ୍ଦୀ ହୋଇ ରହିଥିଲେ । ଲଗାଣ ବର୍ଷା ଯୋଗୁଁ ପାରାଦୀପ ସହର ରେ ସାଧାରଣ ଜୀବନ ଯାତ୍ରା ବାଧାପ୍ରାପ୍ତ ହୋଇଛି । ସହର ର ବିଭିନ୍ନ ବସ୍ତି ଅଂଚଳ ରେ ପାଣି ଭର୍ତି ହୋଇଯାଇଛି । ପାରାଦୀପ ସହର ର ବୃନ୍ଦାବନ କଲୋନୀ, ଷଣ୍ଢକୁଦ, ମଧୁବନ,ନୂଆବଜାର ସମେତ ତାରିଣୀ ଗଡା, ପାରାଦୀପ ଗଡ ଆଦି ଅଂଚଳ ରେ ବର୍ଷା ପାଣି ଭର୍ତି ହୋଇ ରହିଛି । ଷଣ୍ଢକୁଦ ବସ୍ତି ର ଲୋକମାନେ ରାସ୍ତା ଉପରେ ପାଣି ଜମି ରହିଥିବାରୁ ଘରୁ ରାସ୍ତା ଉପରକୁ ଆସିପାରୁନାହାନ୍ତି । ପାରାଦୀପ ସହର ର ବିଭିନ୍ନ ସ୍ଥାନ ରେ ଥିବା ଡ୍ରେନ୍ ଗୁଡିକୁ ପୌରପାଳିକା ସଫେଇ କରୁ ନଥିବାରୁ ଡ୍ରେନ୍ ଗୁଡିକ ରେ ପାଣି ଭର୍ତି ହୋଇ ରହିବାରୁ ଲୋକମାନଙ୍କୁ ଜଳବନ୍ଦୀ ପରିସ୍ଥିତ ର ସମନ୍ନା କରିବାକୁ ପଡୁଛି ବୋଲି ବୁଦ୍ଧିଜୀବୀ ମାନେ ମତ ଦେଇଛନ୍ତି । ବର୍ଷା ଦିନ ପୂର୍ବ ରୁ ଯଦି ଡ୍ରେନ୍ ଗୁଡିକ ସଫା ହୋଇଥାନ୍ତା ତେବେ ଏ ଦିନ ଦେଖିବାକୁ ପଡି ନଥାନ୍ତା ବୋଲି ସହର ରେ ଚର୍ଚ୍ଚା ହେଉଛି । ଘର ପାଇଁ ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ବି ଲୋକମାନେ ଘରୁ ପଦାକୁ ଆସି ପାରୁନାହାନ୍ତି । ଅନେକ ଲୋକଙ୍କ ଘରେ ଖାଦ୍ୟ ପଦାର୍ଥ ନ ଥିବା ବେଳେ ନା କୌଣସି ସରକାରୀ ଅନୁଷ୍ଟାନ ବି ରାଜନେତା କି ତଥାକଥିତ ସ୍ୱେଛାସେବୀ କେହି ବି ସେମାନଙ୍କୁ ସହାୟତା ଯୋଗାଇବା ନିମନ୍ତେ ପହଂଚି ନ ଥିବା ଲୋକମାନେ ଅଭିଯୋଗ କରିଛନ୍ତି । ଏପରିକି ବସ୍ତି ତଥା କଲୋନୀ ରେ ରହୁଥିବା ଲୋକମାନଙ୍କ ଠାରୁ ଟିକସ୍ ଆଦାୟ କରୁଥିବା ପାରାଦୀପ ପୌରପାଳିକା କର୍ତୃପକ୍ଷ ଲୋକମାନଙ୍କ ନିକଟରେ ଭଲମନ୍ଦ ଦେଖିବାକୁ ପହଂଚି ନଥିଲେ । ରବିବାର ରାତି ରେ ପବନ ଆରମ୍ଭ ହେବା ପରେ ସହର ର ବିଭିନ୍ନ ସ୍ଥାନ ମାନଙ୍କ ରେ ଗଛ ଭାଙ୍ଗିପଡିଥିଲା । ଫଳ ରେ ରାସ୍ତା ରେ ଗମନାଗମନ ରେ ବାଧା ସୃଷ୍ଟି ହୋଇଥିଲା । ସୋମବାର ସକାଳୁ ପ୍ରବଳ ବର୍ଷା ରେ ପାରାଦୀପ ବନ୍ଦର ପକ୍ଷରୁ ସିଆଇଏସ୍ଏଫ୍ ଜବାନ ଓ ବନ୍ଦର ଆର୍ ଆଣ୍ଡ ବି ବିଭାଗ ପକ୍ଷରୁ ଗଛ ଗୁଡିକ କଟା ଯାଇଥିଲା । ଗଭୀର ସମୁଦ୍ର ରେ ମାଛ ଧରିବାକୁ ଯାଇ ଫେରି ପାରିନଥିବା ମାଛଧରା ଡଙ୍ଗା ମାଆ ଶୀତଳ କୁ ଭାରତୀୟ ତଟରକ୍ଷୀ ବାହିନୀ ଉଦ୍ଧାର କରି କୂଳ କୁ ଆଣିଛି । ଏହି ମାଛଧରା ବୋଟ୍ ରେ ଥିବା ସମସ୍ତ ୧୧ ଜଣ କର୍ମଚାରୀ ସୁରକ୍ଷିତ ଭାବେ ଫେରିଥିବା ଭାରତୀୟ ତଟରକ୍ଷୀ ବାହିନୀ ପକ୍ଷରୁ ସୂଚନା ଦିଆଯାଇଛି । ଓଡ଼ିଶା ସମାଚାର