ପରଜଙ୍ଗ, ୧୪/୦୯/୨୦୨୧(ଓଡ଼ିଶା ସମାଚାର)- ବାରିହାପୁର ଗ୍ରାମ ପଞ୍ଚାୟତର ସନ୍ତ୍ରି ସାହି ୧୨ ନମ୍ବର ୱାର୍ଡ ରେ ଲଗାଣ ବର୍ଷା ରେ ଗ୍ରାମର ଲକ୍ଷ୍ମୀଧର ସାମଲ, ତୈଲଖ ସାମଲ, ଚୌଧୁରୀ ସାମଲ, ରୋହିତ ସାହୁ ଙ୍କ ଘର ଭାଙ୍ଗି ଯାଇଅଛି । ଏହାର ଖବର ଶୁଣି “ଯୁବଶକ୍ତି” ର ଅଧକ୍ଷ ହିମାଂଶୁ ଭୂଷଣ ବାରିକ ପହଞ୍ଚି ଲୋକ ମାନଙ୍କର ସମସ୍ୟା ଶୁଣିବା ସହିତ ତତ୍ କ୍ଷଣାତ ପରଜଙ୍ଗ ତହସିଲଦାର ଜୟନ୍ତ କୁମାର ଜୟ ସିଂ ଏବଂ ବ୍ଲକ ପ୍ରଶାସନ ର ସମସ୍ତ ଅଧିକାରୀ ଙ୍କୁ ଅବଗତ କରାଇ ଥିଲେ । ସମସ୍ତ ପରିବାର ଙ୍କୁ ତୁରନ୍ତ ରହିବା ପାଇଁ ପକା ଘର, ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ କରିବା ପାଇଁ ଅନୁରୋଧ କରିଥିଲେ । ଓଡ଼ିଶା ସମାଚାର
