Friday , September 29 2023
Breaking News
Home / ସ୍ୱାସ୍ଥ୍ୟ / ମୂର୍ତ୍ତିର ଉଚ୍ଚତା ପରୋକ୍ଷରେ ସଂକ୍ରମଣ ଵଢାଇଵ: ଡି ଏମ୍ ଇ ଟି

ମୂର୍ତ୍ତିର ଉଚ୍ଚତା ପରୋକ୍ଷରେ ସଂକ୍ରମଣ ଵଢାଇଵ: ଡି ଏମ୍ ଇ ଟି

କଟକ ସଦର , ୧୪/୦୯/୨୦୨୧(ଓଡ଼ିଶା ସମାଚାର/ ବିଷ୍ଣୁ ବେହେରା): କଟକ ଦଶହରାରେ ମୂର୍ତ୍ତି ଉଚ୍ଚତା ବୃଦ୍ଧି ଦାଵି ଯୋର ଧରିଥିଵା ଵେଳେ ସରକାର ଏହି ଦାଵିକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଏଥିପାଇଁ ସରକାରଙ୍କ ପକ୍ଷରୁ ଆହୂତ ବୈଠକର ନିଷ୍ପତିକୁ କଟକ ଜିଲ୍ଲା ବିଜେଡ଼ି ସଭାପତି ତଥା କଟକର ପୂର୍ବତନ ବିଜେଡି ବିଧାୟକ ଋଷି ଓରଫ ଦେବାଶିଷ ସାମନ୍ତରାୟ ସମର୍ଥନ କରିଥିଵାଵେଳେ ସେହି ଶାସକ ଦଳର କଟକ ସାଂସଦ ଵହୁ ଵିଳମ୍ଵରେ ସରକାରଙ୍କ ନିଷ୍ପତ୍ତି କୁ ହାସ୍ୟାସ୍ପଦ କହିଛନ୍ତି।ସେଥିରେ କଟକ ପୂଜା କମିଟିର ସଭାପତି ତଥା ଵାଙ୍କିର ପୂର୍ଵତନ ବିଜେଡି ବିଧାୟକ ପ୍ରଭାତ ତ୍ରିପାଠୀ ସରକାରଙ୍କ ନିଷ୍ପତ୍ତି କୁ ମଧ୍ୟ ଦୂର୍ଭାଗ୍ୟଜନକ କହିଛନ୍ତି। ଏହି ପରିପ୍ରେକ୍ଷୀରେ ଡି ଏମ ଇ ଟି ଡା. ସିଵିକେ ମହାନ୍ତି କହିଛନ୍ତି ଯେ ମୂର୍ତ୍ତି ଉଚ୍ଚତା ପରୋକ୍ଷରେ ସଂକ୍ରମଣ ବୃଦ୍ଧି କରାଇଵ। ମୂର୍ତ୍ତି ଉଚ୍ଚତା ହେଲେ ଅନ୍ୟାନ୍ୟ ସଵୁ ଜିନିଷର ଵି ବୃଦ୍ଧି ଘଟିଵ।ଦେଶର ପ୍ରସିଦ୍ଧ ମହାରାଷ୍ଟ୍ରର ଗଣେଶ ମୂର୍ତି ଛୋଟ ଆକାରେ ହୋଇ କଟକଣାରେ ପୂଜା ହୋଇଛି।ଓନମ୍ ପର୍ଵ ଦ୍ୱାରା କେରଳରେ ସ୍ଥିତି କ’ଣ ହେଲା ସମସ୍ତେ ଜାଣନ୍ତି। ମୂର୍ତ୍ତି ର ଉଚ୍ଚତା କମ୍ ଵେଶିରେ କିଛି ଯାଏଆସେ ନାହିଁ।ଭକ୍ତିରେ ସମସ୍ତଙ୍କର ଏକାଗ୍ରତା ରହିବା ଦରକାର।ଜଣେ ସଂକ୍ରମିତ ହେଲେ ସମସ୍ତେ ସଂକ୍ରମିତ ହେଵେ ଵୋଲି ଡି ଏମ୍ ଇ ଟି କହିଵା ପରେ ସରକାର ଙ୍କ ପୁନଃ ନିଷ୍ପତ୍ତି କ’ଣ ହେଵ ତାକୁ ନେଇ ସାରା ରାଜ୍ୟର ଅପେକ୍ଷା। ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *