Monday , January 24 2022
Breaking News
Home / ସ୍ୱାସ୍ଥ୍ୟ / ବୀରମିତ୍ରପୁର ପୌରାଂଚଳରେ ସ୍ୱାସ୍ଥ୍ୟ ସ୍ମାର୍ଟକାର୍ଡ ବାଂଟିଲେ ଉତ୍କଳ କେଶରୀ

ବୀରମିତ୍ରପୁର ପୌରାଂଚଳରେ ସ୍ୱାସ୍ଥ୍ୟ ସ୍ମାର୍ଟକାର୍ଡ ବାଂଟିଲେ ଉତ୍କଳ କେଶରୀ

କେନ୍ଦ୍ରାପଡ଼ା, ୧୪/୦୯/୨୦୨୧(ଓଡ଼ିଶା ସମାଚାର)-ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁନ୍ଦରଗଡ ଜିଲ୍ଲାରେ ସ୍ୱାସ୍ଥ୍ୟ ସ୍ମାର୍ଟକାର୍ଡ ବଂଟନର ଶୁଭାରମ୍ଭ କରିଛନ୍ତି । ସେହି ଅନୁଯାଇ ସୁନ୍ଦରଗଡ ଜିଲ୍ଲାର ବିଭିନ୍ନ ବ୍ଲକ ଓ ପୌରାଂଚଳ ଗୁଡିକରେ ସ୍ୱାସ୍ଥ୍ୟ ସ୍ମାର୍ଟକାର୍ଡ ବଂଟନ କରାଯାଇଛି । ସୁନ୍ଦରଗଡ ଜିଲ୍ଲାର ବୀରମିତ୍ରପୁର ପୌରାଂଚଳରେ ପୂର୍ବତନ ବିଧାୟକ ତଥା କେନ୍ଦ୍ରାପଡା ଜିଲ୍ଲା ବିଜେଡି ସଭାପତି ଉତ୍କଳ କେଶରୀ ପରିଡା ଅତିଥି ଭାବରେ ଯୋଗଦେଇ ସେହି ଯୋଜନାରେ ଲୋକମାନଙ୍କୁ ସ୍ୱାସ୍ଥ୍ୟ ସ୍ମାର୍ଟକାର୍ଡ ବଂଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ଶାରଦା ପ୍ରସାଦ ନାୟକ ଏବଂ ପ୍ରଭାରୀ ତଥା ସୁକିନ୍ଦା ବିଧାୟକ ପ୍ରିତିରଞ୍ଜନ ଘଡେଇ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About admin

Check Also

ଆଉ ୧୦୩୬୮ କରୋନା ପଜିଟିଭ୍ ଚିହ୍ନଟ , ୧୦୯୦ଜଣ ଶିଶୁ ସଂକ୍ରମିତ – ୭ ଜଣ କରୋନା ସଂକ୍ରମିତଙ୍କର ମୃତ୍ୟୁ

ଭୁବନେଶ୍ୱର, ୨୦/୧/୨୦୨୨ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)- ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶା ରେ ଆଉ ୧୦୩୬୮ କରୋନା ପଜିଟିଭ୍ …

Leave a Reply

Your email address will not be published. Required fields are marked *