Monday , January 24 2022
Breaking News
Home / ବିଶେଷ / ପ୍ରବଳ ବର୍ଷାରେ କାନ୍ଥ ପଡି ବୃଦ୍ଧାଙ୍କ ମୃତୁ୍ୟ

ପ୍ରବଳ ବର୍ଷାରେ କାନ୍ଥ ପଡି ବୃଦ୍ଧାଙ୍କ ମୃତୁ୍ୟ

କେନ୍ଦ୍ରାପଡା, ୧୪/୦୯/୨୦୨୧(ଓଡ଼ିଶା ସମାଚାର)-ନିକିରାଇ ଥାନା ଅନ୍ତର୍ଗତ କୋରୋ ଗ୍ରାମରେ ପ୍ରବଳ ବର୍ଷାରେ କାନ୍ଥ ଉପରେ ପଡିଯିବାରୁ ଜନୈକ ବୃଦ୍ଧାଙ୍କ ମୃତୁ୍ୟ ହୋଇଯାଇଥିବା ସୂଚନା ମିଳିଛି । କୋରୋ ଗ୍ରାମର ସ୍ୱର୍ଗତ ଜଗୁ ନାୟକଙ୍କ ପତ୍ନୀ ୭୬ବର୍ଷ ବୟସ୍କ ବୃଦ୍ଧା କମଳା ନାୟକ ଠାକୁର ପୂଜା ସାରି ଅପରାହ୍ନରେ ଭୋଜନ କରି ଘରେ ବସିଥିଲେ । ହଠାତ ଘରର କାନ୍ଥ ତାଙ୍କ ଉପରେ ଭୁସୁଡି ପଡିଥିଲା । କମଳା ସେହି ମାଟି ତଳେ ଚାପି ହୋଇ ରହିଯାଇଥିଲେ । ପରିବାର ଲୋକ ତାଙ୍କୁ ମାଟି ତଳୁ ଉଦ୍ଧାର କରି କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା । ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ୩ଦିନ ଧରି ପ୍ରବଳ ଲଗାଣ ବର୍ଷାରେ ବତୁରି ରହିଥିବା ଘରର ମାଟିକାନ୍ଥ ତାଙ୍କ ଉପରେ ଭୁସୁଡି ପଡିବାରୁ ଏଭଳି ପରିସ୍ଥିତି ଉପୁଜିଥିବା ଗ୍ରାମବାସୀ ଅଶୋକ କୁମାର ବରାଳ କହିଛନ୍ତି  । ଖବର ପାଇ କେନ୍ଦ୍ରାପଡା ବିଡିଓ ଅଶ୍ୱିନୀ କୁମାର ଦାସ ତାଙ୍କ ଘରେ ପହଂଚି ଓଡିଶା ଜୀବିକା ମିଶନ ପାଣ୍ଠିରୁ ୫ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ଶବ ବ୍ୟବଛେଦ ରିପୋର୍ଟ ଆସିବା ପରେ ପରବର୍ତି ସମୟରେ ଅନ୍ୟାନ୍ୟ ସରକାରୀ ସହାୟତା ତଦନୁଯାଇ ପ୍ରଦାନ କରାଯିବ ବୋଲି ବିଡିଓ ଶ୍ରୀ ଦାସ କହିଛନ୍ତି ।  ଏହା ପୂର୍ବରୁ ଗରଦପୁର ଏବଂ ଡେରାବିଶ ବ୍ଲକ ଅଂଚଳରେ କାନ୍ଥ ପଡି ଦୁଇ ଜଣଙ୍କର ମୃତୁ୍ୟ ହୋଇଯାଇଛି ।  ଓଡ଼ିଶା ସମାଚାର

About admin

Check Also

ସ୍ଵାଧୀନ ପ୍ରାର୍ଥି  ନାରାୟଣ ଭୋଇଙ୍କ ନାମାଙ୍କନ

କଟକ,୨୩/୧/୨୦୨୨ (ଓଡ଼ିଶା ସମାଚାର)- ଆସନ୍ତା ତ୍ରସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରାର୍ଥି  ମାନଙ୍କର ନାମାଙ୍କନ ପତ୍ର ଦାଖଲ ହେଉଥିବା ବେଳେ …

Leave a Reply

Your email address will not be published. Required fields are marked *