Tuesday , September 28 2021
Breaking News
Home / ବିଶେଷ / ପାରାଦୀପ ବନ୍ଦର ପକ୍ଷରୁ ହିନ୍ଦୀ ଦିବସ ପାଳିତ

ପାରାଦୀପ ବନ୍ଦର ପକ୍ଷରୁ ହିନ୍ଦୀ ଦିବସ ପାଳିତ

ପାରାଦୀପ ୧୪/୦୯/୨୦୨୧(ଓଡ଼ିଶା ସମାଚାର)- ପାରାଦୀପ ବନ୍ଦର ପକ୍ଷ ରୁ ଆଜାଦିକି ଅମୃତ ମହୋତ୍ସବ ପାଳନ ଅବସର ରେ ମଙ୍ଗଳବାର ଦିନ  ହିନ୍ଦୀ ଦିବସ ପାଳିତ ହୋଇଯାଇଛି । ଏହି ଅବସର ରେ ବନ୍ଦର ପ୍ରଶାସନିକ ଭବନ ବୋର୍ଡ ରୁମ୍ ପରିସର ରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଉପାଧ୍ୟକ୍ଷ ଏ.କେ.ବୋଷ୍ ବନ୍ଦର ର ବିଭାଗୀୟ ମୁଖ୍ୟ ଓ ଉପମୁଖ୍ୟ ମାନଙ୍କୁ ହିନ୍ଦୀ ଦିବସ ଅବସର ରେ ଶପଥ ପାଠ କରାଇଥିଲେ ।  ସେହିଭଳି ବନ୍ଦର ର ବିଭାଗ ରେ ବିଭାଗୀୟ ଅଧିକାରୀମାନେ କର୍ମଚାରୀମାନଙ୍କୁ ଶପଥ ପାଠ କରାଇଥିଲେ । ବନ୍ଦର ର ବରିଷ୍ଠ କଲ୍ୟାଣ ଅଧିକାରୀ ନିରୋଜ କୁମାର ପଟ୍ଟନାୟକ ଙ୍କ ତତ୍ୱାବଧାନରେ ବନ୍ଦର କର୍ମଚାରୀ ମାନଙ୍କ ମଧ୍ୟ ରେ ରାଜଭାଷା ରେ ଏକ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା । ଆମ ଦେଶ ର ସମ୍ବିଧାନ ରାଜଭାଷା ଭାବେ ହିନ୍ଦୀ କୁ ସ୍ୱୀକୃତି ପ୍ରଦାନ କରିଛି । ସେଥି ନିମନ୍ତେ ପ୍ରତ୍ୟେକ ବର୍ଷ ସେପ୍ଟେମ୍ବର ମାସ ୧୪ ତାରିଖ ଦିନ କୁ ରାଜଭାଷା ଦିବସ ଭାବେ ସମଗ୍ର ଦେଶ ରେ ପାଳନ କରାଯାଇଥାଏ । ସମସ୍ତ ସରକାରୀ କାର୍ଯ୍ୟାଳୟ ମାନଙ୍କ ରେ ହିନ୍ଦୀ କୁ ରାଜଭାଷା ଭାବେ ବ୍ୟବହାର କରାଯାଇ ଆସୁଅଛି ।  ଓଡ଼ିଶା ସମାଚାର

About admin

Check Also

ଜଗତସିଂହପୁର ଜିଲ୍ଲାରେ ଦୁର୍ଗାପୂଜା ପାଳନ ଉପଲକ୍ଷେ  ପ୍ରସ୍ତୁତି ବୈଠକ

ଜଗତସିଂହପୁର ୨୭/୦୯/୨୦୨୧(ଓଡ଼ିଶା ସମାଚାର)–ଚଳିତ ବର୍ଷ ଜଗତସିଂହପୁର ଜିଲ୍ଲାରେ ଦୁର୍ଗାପୂଜା ପାଳନ  ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ଶ୍ରୀ ସଂଗ୍ରାମ …

Leave a Reply

Your email address will not be published. Required fields are marked *