Tuesday , May 30 2023
Breaking News
Home / ବିଶେଷ / ପାରାଦୀପରେ ୪୦୦ରୁ ଉଦ୍ଧ୍ୱର୍ ଲୋକଙ୍କୁ ସ୍ଥାନାନ୍ତର

ପାରାଦୀପରେ ୪୦୦ରୁ ଉଦ୍ଧ୍ୱର୍ ଲୋକଙ୍କୁ ସ୍ଥାନାନ୍ତର

ପାରାଦୀପ ୧୪/୦୯/୨୦୨୧(ଓଡ଼ିଶା ସମାଚାର)- ଳଘୁଚାପ ଜନିତ ପ୍ରବଳ ବର୍ଷାରେ ପାରାଦୀପ ପୌରାଂଚଳରେ ଥିବା ବାଉରିଆପାଳନ୍ଦା, ଅଠରବାଙ୍କୀ, ମୁଣ୍ଡାପଡା, ଷଣ୍ଢକୁଦରେ ବସବାସ କରୁଥିବା ଲୋକମାନେ ଏବେ ଜଳବନ୍ଦୀରେ ଥିବାରୁ ପୌର ପ୍ରଶାସନ ପକ୍ଷରୁ ବିଭିନ୍ନ ସୁରକ୍ଷିତ ସ୍ଥାନକୁ ପାଖାପାଖି ୪୦୦ରୁ ଉଦ୍ଧ୍ୱର୍ ଲୋକ ମାନଙ୍କୁ ସ୍ଥାନାନ୍ତରିତ କରାଯାଇଥିବା ସୂଚନା ମିଳିଛି । ଲୋକମାନେ ଚାରିଦିନ ହେବ ଜଳବନ୍ଦୀ ଅବସ୍ଥାରେ ଥିବା ବେଳେ ବିଳମ୍ବରେ ପୌର ପ୍ରଶାସନର ନିଦ ଭାଙ୍ଗିଛି । ଲୋକ ମାନଙ୍କୁ ଯେଉଁ ସବୁ ଆଶ୍ରୟସ୍ଥଳକୁ ନିଆଯାଇଛି ସେଠାରେ ଆଦର୍ଶ କୋଭିଡ ଗାଇଡ ଲାଇନ ପାଳନ ହେଉ ନଥିବା ଦେଖିବାକୁ ମିଳିଛି । ସମଗ୍ର ଦେଶ କରୋନାର ତୃତୀୟ ଲହର ଆଡକୁ ଅଗ୍ରସର ହେଉଥିବା ବେଳେ ଆଶ୍ରୟସ୍ଥଳ ଗୁଡିକରେ ଆଦର୍ଶ କୋଭିଡ ଗାଇଡ ଲାଇନ ପାଳନ ନହେବା ଆଗାମୀ ଦିନରେ ଚିନ୍ତାର କାରଣ ହୋଇପାରେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ଓଡ଼ିଶା ସମାଚାର

Leave a Reply

Your email address will not be published.