Tuesday , September 28 2021
Breaking News
Home / ବିଶେଷ / ଦୀର୍ଘଦିନରୁ ଭୁତଙ୍କ ରାସନ ଲୁଟ, ଥାନାରେ ଏତଲା

ଦୀର୍ଘଦିନରୁ ଭୁତଙ୍କ ରାସନ ଲୁଟ, ଥାନାରେ ଏତଲା

ପାରାଦୀପ ୧୪/୦୯/୨୦୨୧(ଓଡ଼ିଶା ସମାଚାର)- ମୃତ ବ୍ୟକ୍ତିଙ୍କ ନାମରେ ନିଆଯାଇଛି ଖାଉଟି ସାମଗ୍ରୀ । ଏହା ଆଜିର କଥା ନୁହେଁ ଦୀର୍ଘଦିନ ଧରି ଡିଲର ଦେଉଛନ୍ତି, ଭୁତ ନେଉଛନ୍ତି । ଯାହା ସ୍ଥାନୀୟ ଅଂଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟି ଥିବା ବେଳେ ମୃତ ବ୍ୟକ୍ତିଙ୍କ ନାମରେ ରାସନ କାର୍ଡ ଥିବା ପରିବାରଙ୍କ ନିକଟରୁ ତାହା ନେଇଯିବାକୁ ନେଇ ମାମଲା ପହଁଚିଛି କୁଜଙ୍ଗ ଥାନାରେ । ମଙ୍ଗରାଜପୁର ପଂଚାୟତର ମଙ୍ଗରାଜପୁର ଏବଂ ହସିଣା ଗ୍ରାମର ପ୍ରାୟ ୭୦ ରୁ ଉଦ୍ଧ୍ୱର୍ ମୃତ ବ୍ୟକ୍ତିଙ୍କ ନାମରେ ଉଠାଯାଉଛି ଖାଉଟି ସାମଗ୍ରୀ । ଏହି ଖାଉଟି ତାଲିକାରେ ଥିବା ଲୋକ ମାନଙ୍କ ମଧ୍ୟରୁ କିଏ ଏକ ବର୍ଷ ପୂର୍ବରୁ, କିଏ ଦୁଇବର୍ଷ କିମ୍ବା ଚାରିବର୍ଷ ହେବ ମୃତୁ୍ୟବରଣ କରିଥିବା ବେଳେ ଏମାନଙ୍କ ଖାଉଟି ସାମଗ୍ରୀ କିଏ ନେଉଛି ଓ ଦେଉଥିବା ଡିଲର କିପରି ଭାବରେ ମୃତ ବ୍ୟକ୍ତିଙ୍କ ନାମରେ ଖାଉଟି ଦ୍ରବ୍ୟ ପ୍ରଦାନ କରୁଛନ୍ତି ଏହାକୁ ନେଇ ବୁଦ୍ଧିଜୀବୀ ମହଲରେ ଆଲୋଡନ ସୃଷ୍ଟି ହୋଇଛି । ଏହି ବିଷୟରେ କିଛିଦିନ ପୂର୍ବରୁ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ମଙ୍ଗରାଜପୁର ଗ୍ରାମରେ ଖାଉଟି ସାମଗ୍ରୀ ପ୍ରଦାନ କରୁଥିବା ଏସଏଚଜି ଗ୍ରୁପ ମଧ୍ୟରେ ଆଲୋଡନ ସୃଷ୍ଟି ହୋଇଛି । ଏପରିକି ମୃତ ବ୍ୟକ୍ତିଙ୍କ ନାମରେ ରାସନ ସାମଗ୍ରୀ ଥିବା ପରିବାର ଲୋକଙ୍କ ପାଖରୁ ରାସନ କାର୍ଡ ନେଇ ଯାଇଥିବା ଅଭିଯୋଗରେ ମଙ୍ଗରାଜପୁର ଗ୍ରାମର ୪ଜଣ ପୁରୁଷ, ମହିଳା ଏ ସମ୍ପର୍କରେ କୁଜଙ୍ଗ ଥାନାରେ ଏତଲା ଦେଇଛନ୍ତି । ଘଟଣାରୁ ପ୍ରକାଶ ଯେ, କୁଜଙ୍ଗ ମଙ୍ଗରାଜପୁର ପଂଚାୟତରେ ୭୧ଜଣ ମୃତ ବ୍ୟକ୍ତିଙ୍କ ନାମରେ ବର୍ଷ ବର୍ଷ ଧରି ରାସନ ସାମଗ୍ରୀ ହଡପ କରାଯାଉଥିବା ଅଭିଯୋଗକୁ ନେଇ ତତ୍ପରତା ପ୍ରକାଶ ପାଇଛି ଗ୍ରାମରେ ରାସନ ସାମଗ୍ରୀ ପ୍ରଦାନ କରୁଥିବା ସଂସ୍ଥାଙ୍କ ମଧ୍ୟରେ ଯାହାର ପ୍ରତିଫଳନ ସ୍ୱରୂପ ଯେଉଁ ପରିବାରର ମୃତ ବ୍ୟକ୍ତିଙ୍କ ନାମରେ ରାସନ ସାମଗ୍ରୀ ଲୁଟ କରାଯାଇଛି ସେ ପରିବାର ନିକଟରୁ ରାସନ କାର୍ଡ ଛଡାଇ ନିଆଯିବାକୁ ନେ କୁଜଙ୍ଗ ଥାନାରେ ଏତଲା ଦିଆଯାଇଛି । ଏଠାରେ ପ୍ରକାଶ ଥାଉକି, ଗ୍ରାମର ବାବାଜୀ ତରାଇଙ୍କ ପୁଅ ଏକବର୍ଷ ତଳୁ ମୃତୁ୍ୟବରଣ କରିଥିଲେ । ତାଙ୍କ ରାସନକାର୍ଡରେ ରାସନ ସାମଗ୍ରୀ ଉଠାଉଥିବା ଅଭିଯୋଗ ପରେ ବାବାଜୀ ଘରେ ଶୋଇଥିବା ସମୟରେ ତାଙ୍କ ପତ୍ନୀ ଙ୍କ ନିକଟରୁ ଟିପ ଚିହ୍ନ ନେବା ଘଟଣାକୁ ନେଇ ଥାନାରେ ଅଭିଯୋଗ କରିଥିବା ବେଳେ ସମାନ ଘଟଣାକୁ ନେଇ ଗ୍ରାମର ସଂଜୁଲତା ପରିଡା, ପ୍ରୀତିଲତା ବେହେରା, ମଧୁ ରାଉତ ପ୍ରମୁଖ କୁଜଙ୍ଗ ଥାନାରେ ଦେଇଥିବା ଏତଲା ଆଧାରରେ ମଙ୍ଗରାଜପୁର ଗ୍ରାମର ଛବି ବେହେରା, ଯୋଗିନ୍ଦ୍ର ସ୍ୱାଇଁ ରାସନ କାର୍ଡରେ ତ୍ରୁଟି ରହିଛ ଏବଂ ଏଥିରେ ସଂଶୋଧନ କରାଯିବ କହି ଦସ୍ତଖତ ନେବା ସହିତ ମୃତ ବ୍ୟକ୍ତିଙ୍କ ନାମ ଥିବା ପୃଷ୍ଠାକୁ ଚିରିଦେବା ନେଇ ଅଭିଯୋଗ କରିଛନ୍ତି । ଏହି ଘଟଣାକୁ କୁଜଙ୍ଗ ସମେତ ପାରାଦୀପ ଅଂଚଳର ବୁଦ୍ଧିଜୀବୀ ମହଲରେ ନିନ୍ଦା କରାଯିବା ସହିତ ଏହି ଭୁତ ହିତାଧିକାରୀଙ୍କ ରାସନ ଲୁଟ ଘଟଣାର ପ୍ରକୃତ ତଦନ୍ତ କରାଗଲେ ଅସଲ ଚେହେରା ମାନେ ସାମ୍ନାକୁ ଆସିବେ ବୋଲି ମଧ୍ୟ ଦାବି ହେଉଛି । ଓଡ଼ିଶା ସମାଚାର

About admin

Check Also

ଜଗତସିଂହପୁର ଜିଲ୍ଲାରେ ଦୁର୍ଗାପୂଜା ପାଳନ ଉପଲକ୍ଷେ  ପ୍ରସ୍ତୁତି ବୈଠକ

ଜଗତସିଂହପୁର ୨୭/୦୯/୨୦୨୧(ଓଡ଼ିଶା ସମାଚାର)–ଚଳିତ ବର୍ଷ ଜଗତସିଂହପୁର ଜିଲ୍ଲାରେ ଦୁର୍ଗାପୂଜା ପାଳନ  ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ଶ୍ରୀ ସଂଗ୍ରାମ …

Leave a Reply

Your email address will not be published. Required fields are marked *