Tuesday , September 28 2021
Breaking News
Home / ବିଶେଷ / ଚଳିତ ମାସ ସେପ୍ଟେମ୍ବର ୧୯ରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ପାଇଁ ପ୍ରସ୍ତୁତି ବୈଠକ

ଚଳିତ ମାସ ସେପ୍ଟେମ୍ବର ୧୯ରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ପାଇଁ ପ୍ରସ୍ତୁତି ବୈଠକ

କଟକ, ୧୪/୦୯/୨୦୨୧(ଓଡ଼ିଶା ସମାଚାର)- ବିଷ୍ଣୁପ୍ରିୟା ଚାରିଟେବୁଲ ଟ୍ରଷ୍ଟ ଓଡିଶା(ବିସିଟି) ଆନୁକୁଲ୍ୟରେ ଓ କନ୍ଦରପୁର ସରସ୍ଵତୀ କଳା ପରିଷଦ ପରିଚାଳନାରେ ଚଳିତ ମାସ ୧୯ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ସ୍ବେଚ୍ଛାକୃତ ରକ୍ତଦାନ ଶିବିର (ଜୀବନ ସ୍ରଷ୍ଟା କାର୍ଯ୍ୟକ୍ରମ) ପାଇଁ ଏକ ପ୍ରସ୍ତୁତି ବୈଠକ ପରିଷଦର କଳାବିହାର ସ୍ଥିତ କାର୍ଯ୍ୟାଳୟରେ ଅନୁଷ୍ଠିତ ହେଇଯାଇଛି । ଏଥିରେ ନାଟ୍ୟକାର ଅଶୋକ କୁମାର ପଟ୍ଟନାୟକ, ପ୍ରଦୀପ୍ତ ମହାଳି,ଅଭିରାମ ସାହୁ,ଗୁରୁ ଅକ୍ଷୟ ଓଝା,ସାମ୍ବାଦିକ ଚକ୍ରବର୍ତ୍ତୀ ଓତା,ବିସିଟି ରକ୍ତଦାନ ଶିବିରର କଟକ ଜିଲ୍ଲା ପ୍ରଭାରୀ ସୁରଜ୍ ବେହେରା,ଇଂ. ଅମୀୟ ପଟ୍ଟନାୟକ,ଇଂ.ବିଶ୍ୱଜିତ୍ ସାହୁ,ପପିନା ବେହେରା,ମନୋରଞ୍ଜନ ସାହୁ ପ୍ରମୁଖ ଯୋଗଦେଇ ଆଲୋଚନା କରିଥିଲେ ଏବଂ ଜନସାଧାରଣ ବିପୁଳ ସଂଖ୍ୟାରେ ଯୋଗଦାନ କରି ମହତ୍ ସେବା କାର୍ଯ୍ୟକୁ ସଫଳ କରିବାକୁ ଉଭୟ ସଂଗଠନ ପକ୍ଷରୁ ନିବେଦନ କରାଯାଇଛି । ଓଡ଼ିଶା ସମାଚାର

About admin

Check Also

ଜଗତସିଂହପୁର ଜିଲ୍ଲାରେ ଦୁର୍ଗାପୂଜା ପାଳନ ଉପଲକ୍ଷେ  ପ୍ରସ୍ତୁତି ବୈଠକ

ଜଗତସିଂହପୁର ୨୭/୦୯/୨୦୨୧(ଓଡ଼ିଶା ସମାଚାର)–ଚଳିତ ବର୍ଷ ଜଗତସିଂହପୁର ଜିଲ୍ଲାରେ ଦୁର୍ଗାପୂଜା ପାଳନ  ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ଶ୍ରୀ ସଂଗ୍ରାମ …

Leave a Reply

Your email address will not be published. Required fields are marked *