Sunday , October 17 2021
Breaking News
Home / ବିଶେଷ / କମ୍ପାନୀରୁ ବର୍ଷାଜଳ ନିଷ୍କାସନ ଯୋଗୁଁ ୮୦୦ରୁ ଉଦ୍ଧ୍ୱର୍ ପରିବାର ଜଳରେ ଉବୁଟୁବୁ

କମ୍ପାନୀରୁ ବର୍ଷାଜଳ ନିଷ୍କାସନ ଯୋଗୁଁ ୮୦୦ରୁ ଉଦ୍ଧ୍ୱର୍ ପରିବାର ଜଳରେ ଉବୁଟୁବୁ

ପାରାଦୀପ ୧୩/୦୯/୨୦୨୧(ଓଡ଼ିଶା ସମାଚାର)-ବେଙ୍ଗାପ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କାରଣରୁ ଅନେକ ସ୍ଥାନ ଜଳମଗ୍ନ ହୋଇ ରହିଛି । କୁଜଙ୍ଗ ବ୍ଲକ ନୂଆଗଡ ପଂଚାୟତ ଅଧିନରେ ମୁଷାଡିହା ଗ୍ରାମର ପରିସ୍ଥିତି ସବୁଠାରୁ ଶୋଚନୀୟ ହୋଇ ପଡିଛି । ଗ୍ରାମରେ ୮୦୦ରୁ ଉଦ୍ଧ୍ୱର୍ ପରିବାରରେ ଦୁଇଦିନ ହେବ ଚୁଲି ଜାଳିବା କଷ୍ଟକର ହୋଇ ପଡିଛି । ଏପରିକି ପିଇବା ପାଣି ପାଇଁ ଡହଳ ବିକଳ ହେଉଥିବା ଦେଖିବାକୁ ମିଳିଛି । ଏହି ଜଳବନ୍ଦୀ ହୋଇଥିବା ଗ୍ରାମବାସୀ ମାନଙ୍କ ମୁଖ୍ୟ ସମସ୍ୟା ପାଲଟିଛି । ନିକଟରେ ଥିବା ଆର୍ସେଲର ମିତଲ ନିପ୍ପନ ଷ୍ଟିଲ କମ୍ପାନୀ ପରିସରରୁ ନିଷ୍କାସନ ହେଉଥିବା ବର୍ଷାଜଳ । ଗ୍ରାମବାସୀ ମାନଙ୍କ ଅଭିଯୋଗ ଅନୁଯାୟୀ ନିକଟରେ ଇଫକୋ କମ୍ପାନୀ ଥିଲେ ମଧ୍ୟ ଏହି କମ୍ପାନୀ ପାଇଁ ସମସ୍ୟା ସୃଷ୍ଟି ହେଉନାହିଁ, କିନ୍ତୁ ଗ୍ରାମର ନିକଟରେ ଥିବା ଏସାର ଷ୍ଟିଲ୍ ଯାହାକି ବର୍ତମାନ ଆର୍ସେଲର ମିତଲ ନିପ୍ପନ ଷ୍ଟିଲ କମ୍ପାନୀ ଦ୍ୱାରା ପରିଚାଳିତ ଏହି କମ୍ପାନୀ କର୍ତୃପକ୍ଷ କେବେବି ସ୍ଥାନୀୟ ଜନସାଧାରଣଙ୍କ ମୌଳିକ ସମସ୍ୟା ବିଷୟରେ ଧ୍ୟାନ ଦେଉ ନାହାଁନ୍ତି । ଯାହାର ପ୍ରତ୍ୟେକ ଉଦାହରଣ ସ୍ୱରୁପ ବର୍ତମାନ ଏହି ସୃଷ୍ଟି ହୋଇଛି । ମୁଷାଡିହା ଗ୍ରାମ ତଳିଆ ଅଂଚଳ ହୋଇଥିବାରୁ ଓ ଆର୍ସେଲର ମିତଲ ନିପ୍ପନ ଷ୍ଟିଲ କମ୍ପାନୀ ଉଚ୍ଚ ସ୍ଥାନ ହୋଇଥିବାରୁ ବର୍ଷା ହେଲେ କମ୍ପାନୀରୁ ନିଷ୍କାସନ ବର୍ଷାଜଳ ଗ୍ରାମ ମଧ୍ୟ ଦେଇ ପ୍ରଭାହିତ ହୋଇଥବା । ବର୍ତମାନ ହୋଇଥିବା ଲଘୁଚାପ ଜନିତ ଲଗାଣ ବର୍ଷା କାରଣରୁ କମ୍ପାନୀ ମଧ୍ୟରୁ ଆସୁଥିବା ବର୍ଷାଜଳ ମୁଷାଡିହା ଗ୍ରାମବାସୀଙ୍କର ଅବସ୍ଥା ଶୋଚନୀୟ ହୋଇ ପଡିଛି । ଗ୍ରାମର ପାଖାପାଖି ୮୦୦ରୁ ଉଦ୍ଧ୍ୱର୍ ପରିବାର ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି । ଗ୍ରାମର ଏକ ତୃତୀୟାଂଶ ପରିବାର ଘରୁ ବାହାରି ମୁସ୍କିଲ ହୋଇ ପଡିଛି । ଗ୍ରାମ ନିକଟରେ ଏହି କମ୍ପାନୀ ନିର୍ମାଣ ହେବାଠାରୁ ବର୍ତମାନ ପର୍ଯ୍ୟନ୍ତ ଲଗାଣ ବର୍ଷାରେ ମୁଷାଡିହା ଗ୍ରାମବାସୀ ଜଳବନ୍ଦୀରେ ରହୁଥିଲେ ମଧ୍ୟ କେହି ଏଥିପ୍ରତି ଗୁରୁତ୍ୱ ଦେଉ ନଥିବା କ୍ଷୋଭ ପ୍ରକାଶ କରିଛନ୍ତି ଗ୍ରାମବାସୀ । ଦୁଇଦିନ ହେବ ଜଳବନ୍ଦୀ ଅବସ୍ଥାରେ ଥିବା ଏହି ପରିବାରଙ୍କ ଦୁଃଖ ବୁଝିବାକୁ କେହି ଆସି ନଥିବା  ଗ୍ରାମବାସୀ ପ୍ରକାଶ ଜଣାଇଛନ୍ତି । ସ୍ଥାନୀୟ ସରପଂଚ ଏଥିପ୍ରତି ଦୃଷ୍ଟି ଦେଉନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଡ୍ରେନେଜ ନିର୍ମାଣ କରି ଜଳ ନିଷ୍କାସନ କରାଗଲେ ଗ୍ରାମବାସୀଙ୍କୁ ଏଭଳି ଅବସ୍ଥା ଭୋଗିବାରୁ ବଂଚିତ ହୋଇପାରିବେ ବୋଲି ସ୍ଥାନୀ ସରପଂଚ ଓ କମ୍ପାନୀ କର୍ତୃପକ୍ଷଙ୍କୁ ଅବଗତ କରାଇଲେ ମଧ୍ୟ ଏହାର କିଛି ସୁଫଳ ମିଳୁନଥିବାରୁ ଆଗାମୀ ଦିନରେ ଭୋଟ ବର୍ଜନ ଭଳି ନିଷ୍ପତି ନେବେ ବୋଲି ଗ୍ରାମର ମହିଳାମାନେ ପ୍ରକାଶ କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

କଂସାରୀ ପାଟିଆ ରାସ୍ତାକଡ ଗଦା ଗଦା ଅଳିଆ 

ରାସ୍ତାରେ ଯିବାଆସିବା ରେ ଅତିଷ୍ଠହେଲେଣୀ ଲୋକ ପାରାଦୀପ ୧୭/୧୦/୨୦୨୧(ଓଡ଼ିଶା ସମାଚାର)- ପାରାଦୀପ ଷଣ୍ଢକୁଦ ବସ୍ତି ଠାରୁ ଅନତି ଦୂରରେ ରହିଛି …

Leave a Reply

Your email address will not be published. Required fields are marked *