Sunday , October 1 2023
Home / ବିଶେଷ / ଅବସରପ୍ରାପ୍ତ ଜିଲ୍ଲାଜଜ କୃଷ୍ଣଚନ୍ଦ୍ର କରଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ

ଅବସରପ୍ରାପ୍ତ ଜିଲ୍ଲାଜଜ କୃଷ୍ଣଚନ୍ଦ୍ର କରଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ

କେନ୍ଦ୍ରାପଡା, ୧୪/୦୯/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ପୌରାଂଚଳ ଅନ୍ତର୍ଗତ ସାନମଙ୍ଗଳା ଗ୍ରାମର ଅବସରପ୍ରାପ୍ତ ଜିଲ୍ଲାଜଜ ସ୍ୱର୍ଗତ କୃଷ୍ଣଚନ୍ଦ୍ର କରଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ତାଙ୍କ ବାସଭବନ ପରିସରରେ ଶିକ୍ଷାବିତ୍ ଭଜକୃଷ୍ଣ ରାଉତଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି ।  କେନ୍ଦ୍ରାପଡା ବିଧାୟକ ଶଶିଭୂଷଣ ବେହେରା ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ  ସ୍ୱର୍ଗତ କରଙ୍କ ବହୁ ଚର୍ଚ୍ଚିତ ଛବିରାଣୀ ହତ୍ୟା କାଣ୍ଡର କାଳଜୟୀ ରାୟ ତାଙ୍କୁ କେବଳ ଓଡିଶାରେ ନୁହେଁ ସାରା ଦେଶରେ ଏକ ନୂତନ ପରିଚୟ ଦେଇଥିଲା ଏବଂ ତାଙ୍କ ବ୍ୟକ୍ତିତ୍ୱ ଓ ନିଷ୍ଠାପର ବିଚାରାଧାରା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଅନ୍ୟତମ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା, ସମାଜସେବୀ ଡଃ. ଗଦାଧର ମଲ୍ଲିକ, ପୂର୍ବତନ ପୌରାଧ୍ୟକ୍ଷ ଧିରେନ ସାହୁ, ଆଇନଜିବି ପ୍ରଦିପ କୁମାର ଦାଶ ପ୍ରମୁଖ ଯୋଗଦେଇ ସ୍ୱର୍ଗତ କରଙ୍କ ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଏହି ଅବସରରେ ସ୍ୱର୍ଗତ କରଙ୍କ କନିଷ୍ଠପୁତ୍ରଙ୍କ ଦ୍ୱାରା ସ୍ଥାପିତ ତାଙ୍କ ଆବକ୍ଷ ପ୍ରତିମୂର୍ତି ଉଦଘାଟିତ ହେବା ସହିତ ତାଙ୍କ ସ୍ମୃତିରେ ପ୍ରକାଶିତ “ଆତ୍ମା ନୁହଁନ୍ତି ସେ ପରମାତ୍ମା” ସ୍ମରଣିକା ଉନ୍ମୋଚିତ ହୋଇଯାଇଛି । ଅନ୍ୟମାନଙ୍କ ମଧ୍ୟରେ  ଆଶିଷ ସେନାପତି, ପରୀକ୍ଷିତ ପାତ୍ର, ଗୌରପ୍ରସାଦ ମହାପାତ୍ର, ଦେବଦାସ ମହାନ୍ତି, ଅମର ଦାସ  ପ୍ରମୁଖ ସ୍ୱର୍ଗତ କରଙ୍କ ଜୀବନାଦର୍ଶ ସମ୍ପର୍କରେ ଆଲୋଚନା କରିଥିଲେ । ଶେଷରେ  ଯୁବନେତା ରାଜେଶ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ସ୍ୱର୍ଗତ କରଙ୍କ ପୁତ୍ର ଦେବକିଶୋର କର, ମନୋଜ କର, ରଞ୍ଜନ କୁମାର କର ଓ ନାତି ଆଶିଷ କର ପ୍ରମୁଖ  କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *