Sunday , September 26 2021
Breaking News
Home / ବିଶେଷ / ଅନାଥ ପିଲାଙ୍କ ପାଇଁ ଏଣିକି ଶିଶୁ ସୁରକ୍ଷା ଯୋଜନା

ଅନାଥ ପିଲାଙ୍କ ପାଇଁ ଏଣିକି ଶିଶୁ ସୁରକ୍ଷା ଯୋଜନା

ଭୁବନେଶ୍ୱର,୧୪/୦୯/୨୦୨୧(ଓଡ଼ିଶା ସମାଚାର)-ରାଜ୍ୟରେ କରୋନା ମୃତ୍ୟୁ ହ୍ରାସ ପାଉଥିବାରୁ ଚଳିତ ମାସ ୧୫ ତାରିଖ ପରେ ପିତାମାତାଙ୍କୁ ହରାଇ ଅନାଥ ହେଉଥିବା ପିଲାମାନେ ଆଶୀର୍ବାଦ ଯୋଜନାରେ ସାମିଲ ବଦଳରେ ସରକାରଙ୍କ ବିଭିନ୍ନ ଶିଶୁ ସୁରକ୍ଷା ଯୋଜନାରେ ସାମିଲ ହେବେ  । ରାଜ୍ୟ ଆଇସିଡିଏସ୍ ନିର୍ଦ୍ଧେଶକ ଅରବିନ୍ଦ ଅଗ୍ରୱାଲ ଜିଲ୍ଲାପାଳମାନଙ୍କୁ ଏହି ମର୍ମରେ ପତ୍ର ଲେଖିଛନ୍ତି । ଜିଲ୍ଲାପାଳମାନଙ୍କୁ ଲେଖାଯାଇଥିବା ପତ୍ରରେ ଦର୍ଶାଯାଇଛି ଯେ କୋଭିଡ ମହାମାରୀ ସମୟରେ ରୋଜଗାରିଆ ପିତା ମାତାଙ୍କୁ ହରାଇ ଅନାଥ ହୋଇଯାଇଥିବା ପିଲାମାନଙ୍କ ମଙ୍ଗଳ ପାଇଁ ରାଜ୍ୟ ସରକାର ଆର୍ଶିବାଦ ଯୋଜନା ଆରମ୍ଭ କରିଥିଲେ । ଏହି ଯୋଜନାରେ ଅନ୍ୟ ସହାୟତା ସହିତ ପିଲାମାନଙ୍କୁ ମାସିକ ଆର୍ଥିକ ସହାୟତାର ବ୍ୟବସ୍ଥା ରହିଛି । ଏହି ଯୋଜନାର ନିର୍ଦ୍ଧେଶାବଳୀ ଅନୁଯାୟୀ ୨୦୨୦ ଏପ୍ରିଲ୍ ପହିଲାପରେ ପିତା ମାତାଙ୍କୁ ହରାଇ ଅନାଥ ହୋଇଯାଇଥିବା ପିଲାମାନେ ହିଁ ଏହି ଯୋଜନାରେ ସାମିଲ ହୋଇପାରିବେ  । ତେବେ ଲକ୍ଷ୍ୟ କରାଯାଉଛି ଯେ ରାଜ୍ୟରେ ଏବେ କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ସରକାର ନିଷ୍ପତି ନେଇଛନ୍ତି ଯେ ଚଳିତ ମାସ ୧୫ ତାରିଖ ପରେ ମୃତ୍ୟୁବରଣ କରୁଥିବା ପିତା ମାତାଙ୍କ ଅନାଥ ପିଲାମାନଙ୍କୁ ଆଉ ଆଶୀର୍ବାଦ ଯୋଜନାରେ ସ୍ଥାନ ମିଳିବ ନାହିଁ  । ଏହା ବଦଳରେ ସେମାନଙ୍କୁ ସରକାରଙ୍କ ବିଭିନ୍ନ ଶିଶୁ ସୁରକ୍ଷା ଯୋଜନାରେ ସାମିଲ କରାଯିବ । ତେବେ ଆଶୀର୍ବାଦ ଯୋଜନାରେ ସାମିଲ ହୋଇଥିବା ପିଲାମାନେ ଯୋଜନାର ମାର୍ଗଦର୍ଶିକା ଅନୁଯାୟୀ ୧୮ ବର୍ଷ ପର୍ଯ୍ୟନ୍ତ ସରକାରୀ ସହାୟତା ପାଇ ପାରିବେ । ଓଡ଼ିଶା ସମାଚାର

About admin

Check Also

କୁଜଙ୍ଗ ଥାନାର ନୂତନ ଅଧିକାରୀଙ୍କୁ ନବନିର୍ମାଣ କୃଷକ ସଙ୍ଗଠନ କୁଜଙ୍ଗ ବ୍ଳକ ତରଫରୁ ସମ୍ବର୍ଦ୍ଧନା

ପାରାଦୀପ ୨୫/୦୯/୨୦୨୧(ଓଡ଼ିଶା ସମାଚାର)- ନବନିର୍ମାଣ କୃଷକ ସଙ୍ଗଠନ କୁଜଙ୍ଗ ବ୍ଳକ ତରଫରୁ କୁଜଙ୍ଗ ଥାନାର ନୂତନ ଭାରପ୍ରାପ୍ତ ଅଧିକାରୀଙ୍କୁ ଫୁଲତୋଡା …

Leave a Reply

Your email address will not be published. Required fields are marked *