ସାଲେପୁର /ନିଶ୍ଚିନ୍ତକୋଇଲି, ୧୩/୦୯/୨୦୨୧ (ଓଡିଶା ସମାଚାର /ଅଭୟ ଜେନା )- କଟକଜିଲ୍ଲାର ସାଲେପୁର ଓ ନିଶ୍ଚିନ୍ତକୋଇଲି ବ୍ଲକ ଅଞ୍ଚଳ ରେ ଗତ ରବିବାର ଠାରୁ ଲଘୁଚାପ ଜନିତ ଅବିଶ୍ରାନ୍ତ ବର୍ଷା ଜୀବନଯାତ୍ରା ଅଚଳ ହୋଇପଡିଛି । ରାସ୍ତାଘାଟ ବିଲାବାଡ଼ି ବୁଡିରହିଛି । ସାଲେପୁର ରେ ଅନେକ ଲୋକଙ୍କ ଘରେପାଣି ପାଣିପଶି ଥିବା ଜଣାପଡିଛି । ନିଶ୍ଚିନ୍ତକୋଇଲି ବ୍ଲକ ନତକେଇ ଗ୍ରାମର ଏକ ପାଟନାଳୀ ରେ ଜାଲ ପକାଇ ମାଛ ଧରୁଥିବା ବେଳେ ସ୍ଥାନୀୟ ଗ୍ରାମର ଯଶବନ୍ତ ରାଉତଙ୍କ ପୁଅ ସଞ୍ଜୟ ରାଉତ ନିଖୋଜ ଥିବା ଜଣାପଡିଛି। ନିଶ୍ଚିନ୍ତକୋଇଲି ପୋଲିସ ଓ ନିଶ୍ଚିନ୍ତକୋଇଲି ଦମକଳ ବାହିନୀ ଖୋଜାଖୋଜି କରୁଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ ଲଗାଣ ବର୍ଷା ରେ ବିଲ ର ପାଟନାଳି ରେ ପ୍ରବଳ ପାଣି ଯୋଗୁ ମାଛ ଧରିଲା ବେଳେ ଭାସି ଯାଇ ଥିବା ଅନୁମାନ କରାଯାଉଛି। ଏବେ ମଧ୍ୟ ପ୍ରବଳ ବର୍ଷା ଲାଗିରହିଛି. ଲୋକଙ୍କ ଦୁର୍ଦଶା ବଢ଼ିବାରେ ଲାଗିଛି । ତୁରନ୍ତ ପ୍ରଶାସନ କାର୍ୟ୍ୟାନୁଷ୍ଠାନ ନେବାକୁ ଦାବି ହେଉଛି । ଓଡ଼ିଶା ସମାଚାର