Sunday , October 1 2023
Home / ବିଶେଷ / ଵର୍ଷା ବିତ୍ପାତ, ଜୀବନଯାତ୍ରା ବିପର୍ଯ୍ୟସ୍ତ – ୬୩ ଵର୍ଷର ରେକର୍ଡ ଭାଙ୍ଗିଲା ବର୍ଷା

ଵର୍ଷା ବିତ୍ପାତ, ଜୀବନଯାତ୍ରା ବିପର୍ଯ୍ୟସ୍ତ – ୬୩ ଵର୍ଷର ରେକର୍ଡ ଭାଙ୍ଗିଲା ବର୍ଷା

କଟକ ସଦର, ୧୩/୦୯/୨୦୨୧(ଓଡ଼ିଶା ସମାଚାର/ ଵିଷ୍ଣୁ ବେହେରା): ଗତ ଶନିବାର ରାତିରୁ ଲାଗିରହିଥିବା ଲଘୁଚାପ ଜନିତ ଲଗାଣ ବର୍ଷା ବିତ୍ପାତ ୬୩ ଵର୍ଷର ରେକର୍ଡ ଭାଙ୍ଗିଥିବା ଵେଳେ ଜୀବନଯାତ୍ରା କୁ ବିପର୍ଯ୍ୟସ୍ତ କରିଦେଇଛି। ଏଥିପାଇଁ କଟକ ସଦର କନ୍ଦରପୁର,୪୨ ମୈ।ଜା,କିଶନନଗର,ନେମାଳ,ଵିଲହାଟ ପ୍ରଭୃତି ଖାଲୁଆ ଅଞ୍ଚଳମାନଙ୍କରେ ବର୍ଷା ପାଣି ଜଳାର୍ନଵ ହୋଇଛି। ସେଥିରେ ଧାନ ଵିଲମାନଙ୍କରେ ବର୍ଷା ପାଣି ଲହଡ଼ା ମାରୁଛି। ଏଥିପାଇଁ କନ୍ଦରପୁର ପଞ୍ଚାୟତ ର ଅଥଙ୍ଗା ଡମ ସାହିରେ ବର୍ଷା ପାଣି ଘର ଭିତରେ ଲହଡ଼ା ମାରୁଥିବା ଦେଖାଯାଇଛି। ଏଥିପାଇଁ ଵସ୍ତିଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି। ସେହିପରି ଵାରଦା ପଞ୍ଚାୟତ ମୂର୍ଗାକୁଳ ରାଉତସାହି ରାସ୍ତା ସଂପୂର୍ଣ୍ଣ ଵୁଡିଯାଇଥିଵାରୁ ଗ୍ରାମବାସୀମାନେ ଜଳବନ୍ଦୀ ରେ ରହିଥିବା ଖଵର ଜଣାପଡିଛି।ଏହି ବର୍ଷା ଆଗକୁ ଆହୁରି ଦୁଇଦିନ ଲାଗିରହିଵ ଵୋଲି ପାଣିପାଗ କାର୍ଯ୍ୟାଳୟରୁ ଜଣାପଡ଼ିଥିବା ଵେଳେ ଏଥିପାଇଁ ଲୋକେ ଭୀତତ୍ରସ୍ତ ସୋଇପଡିଛନ୍ତି। ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *