Tuesday , October 19 2021
Breaking News
Home / ବିଶେଷ / ଲଗାଣ ବର୍ଷାରେ ଗାଁ ଦାଣ୍ଡ ରେ ମାଛ ଧରୁଛନ୍ତି ଗ୍ରାମବାସୀ

ଲଗାଣ ବର୍ଷାରେ ଗାଁ ଦାଣ୍ଡ ରେ ମାଛ ଧରୁଛନ୍ତି ଗ୍ରାମବାସୀ

ପାରାଦୀପ ୧୩/୦୯/୨୦୨୧(ଓଡ଼ିଶା ସମାଚାର)-ପାରାଦୀପ ଉପକଣ୍ଠ ବିଶ୍ୱାଳୀ ପଂଚାୟତ ଅନ୍ତର୍ଗତ କୋଲଡିଆ ଗ୍ରାମ ରେ ଲଘୁଚାପ ଜନିତ ବର୍ଷା ରେ ଗାଁ ଦାଣ୍ଡ ରେ ଶହ ଶହ ମାଛ ଦେଖିବାକୁ ପାଇଥିଲେ ଗ୍ରାମବାସୀ । ଲଗାଣ ବର୍ଷା ଯୋଗୁ ଗ୍ରାମ ର ପୋଖରୀ ଓ ଜୋର ରେ ପାଣି ଭର୍ତି ହୋଇ ଯାଇଥିଲା । ଏହା ପରେ ଗାଁ ଦାଣ୍ଡ ରେ ପାଦ ନ ବୁଡିବା ଭଳି ପାଣି ବୁଡିଯାଇଛି । ଫଳ ରେ ପୋଖରୀ ଓ ଜୋର ରୁ ମାଛ ଉଠି ଆସି ଦାଣ୍ଡ ରେ ଖେଳୁଥିବା ର ଦୃଶ୍ୟ ଦେଖିବାକୁ ମିଳିଥିଲା । ଏହା ଦେଖିବା ପରେ ଗ୍ରାମବାସୀ ବର୍ଷା କୁ ଖାତିର ନ କରି ମାଛ ଧରିବାରେ ଲାଗି ପଡିଥିଲେ । ଯିଏ ଯାହା ପାଇଲା ଟୋକେଇ, ଜାଲ ଅଖା, ଭଉଁରୀ ଜାଲ ପକାଇ ମାଛ ଧରୁଛନ୍ତି ଗାଁ ର ଲୋକମାନେ । ମହୁରାଳି, କରାଣ୍ଡି, ସିଙ୍ଗି, କଉ, ଜହ୍ଲା ଭଳି ଦେଶୀ ମାଛ ଧରିଥିବା ଗ୍ରାମବାସୀମାନେ କହିଛନ୍ତି । ଓଡ଼ିଶା ସମାଚାର

About admin

Check Also

ଗଜଲକ୍ଷ୍ମୀ ପୂଜା ପାଇଁ କେନ୍ଦ୍ରାପଡା ସହରରେ ୨୨ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ

କେନ୍ଦ୍ରାପଡ଼ା, ୧୯/୧୦/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ାର ଗଣପର୍ବ ଗଜଲକ୍ଷ୍ମୀ ପୂଜା ପାଇଁ ଜିଲ୍ଲା ପ୍ରଶାସନ ବେସ ତତ୍ପର ହୋଇ ଉଠିଥିବା ଦେଖାଯାଇଛି …

Leave a Reply

Your email address will not be published. Required fields are marked *