କେନ୍ଦ୍ରାପଡ଼ା, ୧୩/୦୯/୨୦୨୧(ଓଡ଼ିଶା ସମାଚାର)-ମାର୍ଶାଘାଇ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ(ନୂତନ ପେନସନ ଯୋଜନା)ର ସମସ୍ତ କର୍ମକର୍ତା ଏକ ପ୍ରେସ ଇସ୍ତାହାର ଯୋଗେ ମଣ୍ଡଳ ଶିକ୍ଷାଧିକାରୀଙ୍କ କାର୍ଯ୍ୟଶୈଳୀକୁ ପ୍ରଶଂସା କରିବା ସହ ତାଙ୍କୁ ସାଧୁବାଦ ଜଣାଇଛନ୍ତି । ମଣ୍ଡଳ ଶିକ୍ଷାଧିକାରୀ ଶତୃଘ୍ନ ବେହେରା ଯୋଗଦାନ କରିବା ଦିନ ଠାରୁ ବ୍ଲକ ଶିକ୍ଷା ବ୍ୟବସ୍ଥାକୁ ସଜାଡିବା ସହ ସମସ୍ତ ଶିକ୍ଷକଙ୍କ ସମସ୍ୟାକୁ ତୁରନ୍ତ ସମାଧନ କରିଆସୁଛନ୍ତି । ଶିକ୍ଷକ ସଂଘ ସହିତ ଆଲୋଚନା କରି ସେମାନଙ୍କ ସମସ୍ତ କାର୍ଯ୍ୟ ଯଥା ଠିକ ସମୟରେ ଦରମା ପ୍ରଦାନ, ସେବା ପୁସ୍ତିକା ଅପଡେଟ କରିବା, ପଦୋନ୍ନତି ପ୍ରଦାନ, ଏମ.ଏ.ସି.ପି., ଜି.ପି.ଏଫ., ଗ୍ରାଚ୍ୟୁଇଟି ଓ ବକେୟା ପ୍ରଦାନ ପ୍ରଭୃତି ସଠିକ ସମୟ ମଧ୍ୟରେ ପ୍ରଦାନ କରିବାର ବ୍ୟବସ୍ଥା କରି ଆସୁଛନ୍ତି । ବ୍ଲକ ପ୍ରାଥମିକ ଶିକ୍ଷା ବ୍ୟବସ୍ଥାର କ୍ରାନ୍ତିକାରୀ ପରିବର୍ତନ ଆଣି ସେ ସୁନାମ ଅର୍ଜ୍ଜନ କରିବା ସହ ସେ ସମସ୍ତଙ୍କ ପ୍ରିୟପାତ୍ର ହୋଇପାରିଛନ୍ତି । ବର୍ମାନ ସରକାରଙ୍କ ପକ୍ଷରୁ ଡ୍ରପଆଉଟ, ଗୁଣାତ୍ମକ ଶିକ୍ଷା ବ୍ୟବସ୍ଥା ଓ ୟୁ-ଟ୍ୟୁବ ଶିକ୍ଷା ଉପରେ ଗୁରୁତ୍ୱ ପ୍ରଦାନ କରାଯାଉଛି । ନିକଟରେ ସହ ମଣ୍ଡଳ ଶିକ୍ଷା ଅଧିକାରୀ ଭାବେ ଦିଲ୍ଲିପ କୁମାର ମଲ୍ଲ ଯୋଗଦାନ କରି ସ୍ୱଳ୍ପ ସମୟ ମଧ୍ୟରେ ବ୍ଲକ ଶିକ୍ଷା ଅଧିକାରୀଙ୍କ ପୂର୍ଣ୍ଣ ସହଯୋଗରେ ପ୍ରଧାନ ଶିକ୍ଷକମାନଙ୍କର ସମ୍ମିଳନୀ କରି ସେମାନଙ୍କୁ କୋଭିଡ -୧୯ର ପ୍ରତିକୂଳ ପରିସ୍ଥିତିରେ କିପରି ଶିକ୍ଷା ବ୍ୟବସ୍ଥାକୁ ଶୃଙ୍ଖଳିତ କରାଯିବ ସେ ସମ୍ପର୍କରେ ଗୁରୁମନ୍ତ୍ର ପ୍ରଦାନ କରିଛନ୍ତି । ମଣ୍ଡଳ ସ୍ତରରେ ବ୍ଲକ ଲେଭଲ ମନିଟରିଂ ଟିମ ଗଠନ କରି ତଦାରଖ ଜୋରଦାର କରିଛନ୍ତି । ମଣ୍ଡଳ ଶିକ୍ଷାଧିକାରୀଙ୍କ ଏଭଳି ତଦାରଖରେ କେତେକ ଦଲାଲ ଓ କର୍ବ୍ୟରେ ଅବହେଳା କରୁଥିବା ଶିକ୍ଷକଙ୍କ ମନରେ ଛନକା ପଶିଯାଇଛି । ଔଷଧ ବିକଳରେ ତାଟିଆ କାମୁଡିବା ସଦୃଶ୍ୟ ସେମାନେ ମଣ୍ଡଳ ଶିକ୍ଷାଧିକାରୀ ଶ୍ରୀ ବେହେରା ଓ ମନିଟରିଚ ଟିମରେ ଥିବା ସଦସ୍ୟ ଥିବା ଶିକ୍ଷକମାନଙ୍କ ବିରୋଧରେ ମିଥ୍ୟା, କପୋଳକଳ୍ପିତ କୁସôାରଟନା ସହ କୁଚକ୍ରାନ୍ତ କରି ମାର୍ଶାଘାଇ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ବଦନାମ କରିବାକୁ ଚେଷ୍ଟା କରୁଛନ୍ତି । ମଣ୍ଡଳ ଶିକ୍ଷାଧିକାରୀ ଶ୍ରୀ ବେହେରା ଓ ସହ ମଣ୍ଡଳ ଶିକ୍ଷାଧିକାରୀ ଶ୍ରୀ ମଲ୍ଲଙ୍କ କାର୍ଯ୍ୟଶୈଳିକୁ ବ୍ଲକ ଅଭିଭାବକ ମହାସଙ୍ଘ ଓ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରୁଥିବା ସମୟରେ ଏହି କୁଚକ୍ରୀ ନ୍ୟସ୍ତସ୍ୱାର୍ଥ ଗୋଷ୍ଠି ମଣ୍ଡଳ ଶିକ୍ଷାଧିକାରୀଙ୍କ ଏଭଳି କାର୍ଯ୍ୟକୁ ବିରୋଧ କରୁଛନ୍ତି । ତେଣୁ ଏଭଳି କୁଚକ୍ରୀ ଗୋଷ୍ଠିଙ୍କ କାର୍ଯ୍ୟକୁ ମାର୍ଶାଘାଇ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ(ନୂତନ ପେନସନ ଭୁକ୍ତ)ପକ୍ଷରୁ ଚିତରଞ୍ଜନ ରାଉଳ, ଲକ୍ଷ୍ମୀଧର ଲେଙ୍କା, ନିରଞ୍ଜନ ରାଉତ, ସଞ୍ଜୟ ଦାସ, ଦିପକ ମହାନ୍ତି, କେଦାର କୁମାର ବେହେରା, ନାରାୟଣ ଚନ୍ଦ୍ର ପାଢୀ, ନିମାଇଁ ଚରଣ ବେହେରା, ସୁଧାଂଶୁ ବେହେରା, ରାଜକିଶୋର ବେହେରା, ନାରାୟଣ ଚନ୍ଦ୍ର ପଣ୍ଡା ପ୍ରମୁଖ ପ୍ରେସ ଇସ୍ତାହାର ମାଧ୍ୟମରେ ଦୃଢ ନିନ୍ଦା କରିଥିବା ଜଣାଇଛନ୍ତି । ଓଡ଼ିଶା ସମାଚାର