ଗରଦପୁର,୧୩/୦୯/୨୦୨୧(ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ଅନ୍ତର୍ଗତ ବଡ଼ବେତ୍ରା ପଂଚାୟତ ସ୍ଥିତ ଭାରିଗୋଳ ଠାରେ ଏକ ସ୍ୱେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି । ରାୟ ଫାଉଣ୍ଡେସନ୍ ୱେଲଫେୟାର ଟ୍ରଷ୍ଟ ଏବଂ ଭାରିଗୋଳ ଯୁବକ ସଂଘ ର ମିଳିତ ଆନୁକୂଲ୍ୟରେ ଆୟୋଜିତ ଶିବିରକୁ ବିଜୁ ଜନତା ଦଳର ଜିଲା ସଭାପତି ଉତ୍କଳ କେଶରୀ ପରିଡ଼ା ଉଦଘାଟନ କରିଥିଲେ । ଏଥିରେ ବିଜୁ ମହିଳା ଜନତା ଦଳର ରାଜ୍ୟ ସମ୍ପାଦିକା ମଧୁମତୀ ଅଗ୍ରୱାଲା , ଜିଲା ଯୁବ ବିଜେଡ଼ି ସଭାପତି ରାଜେସ ଦାସ ,
ମୁଖ୍ୟ ଉଦ୍ୟୋକ୍ତା ବିଜନ ରାୟ, ସ୍ଥାନୀୟ ସରପଂଚ ଦିଲିପ ନାୟକ , ସମିତି ସଭ୍ୟ ଅଜିତ ବିଶ୍ୱାଳ,ଲୋହିତ ମହାନ୍ତି , ନଳିନୀକାନ୍ତ ରଥ,ଅଭିରାମ ଜେନା, ମନୋଜ ପରିଡ଼ା ପ୍ରମୁଖ ନେତୃମଣ୍ଡଳୀ ଓ ବୁଦ୍ଧିଜୀବୀମାନେ ଯୋଗଦେଇ ରକ୍ତଦାତା ମାନଙ୍କୁ ଉିତସାହିତ କରିଥିଲେ । କେନ୍ଦ୍ରପାଡ଼ା ରେଡ଼କ୍ରସ ଟିମ ରକ୍ତ ସଂଗ୍ରହ କରିଥିଲେ । ଓଡ଼ିଶା ସମାଚାର