Tuesday , September 28 2021
Breaking News
Home / ବ୍ୟବସାୟ ବାଣିଜ୍ୟ / ପାରାଦୀପ ବନ୍ଦରରେ ଏମ୍ଏକ୍ସ୍ସିଏସ୍ କାର୍ଯ୍ୟକ୍ଷମ

ପାରାଦୀପ ବନ୍ଦରରେ ଏମ୍ଏକ୍ସ୍ସିଏସ୍ କାର୍ଯ୍ୟକ୍ଷମ

ପାରାଦୀପ ୧୩/୦୯/୨୦୨୧(ଓଡ଼ିଶା ସମାଚାର)-ପାରାଦୀପ ବନ୍ଦରରେ କଂଟେନର୍ ପଣ୍ୟ କାରବାର ରେ ସରଳୀକରଣ ନିମନ୍ତେ ମୋବାଇଲ୍ ଏକ୍ସରେ କଂଟେନର୍ ସ୍କାନିଙ୍ଗ ସିଷ୍ଟମ୍ (ଏମ୍ଏକ୍ସ୍ସିଏସ୍) ର ଆବଶ୍ୟକତା ପଡୁଥିଲା । ଏହି ଏମ୍ଏକ୍ସ୍ସିଏସ୍ ପାରାଦୀପ ବନ୍ଦର ଦ୍ୱାରା ପାରାଦୀପ ବନ୍ଦର ର ଗେଟ୍ ନମ୍ବର ୫ ନିକଟରେ ଥିବା ପିଆଇସିଟି ବର୍ଥ ରେ ସ୍ଥାପନ କରାଯାଇଛି । ଏଥି ନିମନ୍ତେ ପାରାଦୀପ ବନ୍ଦର ୩୦କୋଟି ଟଙ୍କା ବ୍ୟୟ କରିଛି । ଏହି ପଦ୍ଧତି ର ସଫଳ ପରୀକ୍ଷଣ ପରେ ଅଟୋମେଟିକ୍ ଏନରଜି ରେଗୁଲେଟୋରୀ ବୋର୍ଡ (ଏଇଆରବି) ପାରାଦୀପ ବନ୍ଦର କୁ ଗତ ଅଗଷ୍ଟ ୨୭ ତାରିଖ ଦିନ ଲାଇସେନ୍ସ ପ୍ରଦାନ କରିଛି ।  ପାରାଦୀପ କଷ୍ଟମ ବିଭାଗ ଏହା କୁ ନିୟମିତ ଭାବେ ପରିଚାଳନା କରିବ । ଘଂଟା କୁ ୨୫ ଟି କଂଟେନର୍ ଏହା ଦ୍ୱାରା ସ୍କାନ୍ କରାଯାଇ ପାରିବ ବୋଲି ପାରାଦୀପ ବନ୍ଦର ପକ୍ଷରୁ ପ୍ରକାଶିତ ପ୍ରେସ୍ ଇସ୍ତାହାର ରୁ ଜଣାପଡିଛି । ଏହି ପଦ୍ଧତି ଲାଗୁ ହେବା ପରେ କଂଟେନର୍ ସେବା ଯୋଗାଇବାରେ ଅନ୍ୟ ବନ୍ଦର ସହିତ ସମକକ୍ଷ ହୋଇପାରିଛି ପାରାଦୀପ ବନ୍ଦର । ଏହା ଦ୍ୱାରା ପଣ୍ୟ ଆମଦାନୀ ଓ ରପ୍ତାନୀ କ୍ଷେତ୍ର ରେ ଆଉ ଏକ ସଫଳ ପଦକ୍ଷେପ ବୋଲି ସୂଚନା ମିଳିଛି । ପାରାଦୀପ ବନ୍ଦର ଦେଇ କଂଟେନର ସେବା ପାଇଁ ଆଗ୍ରହୀ ଶିଳ୍ପସଂସ୍ଥା ମାନେ ଏହା ଦ୍ୱାରା ଉପକୃତ ହୋଇପାରିବେ । ବଡ ବଡ ଶିଳ୍ପ ସଂସ୍ଥା ମାନେ ସ୍ୱଳ୍ପ ଖର୍ଚ୍ଚ ରେ ଏହି ସେବା ପାଇ ପାରିବେ । ଆର୍ସିଏଲ୍.ଜିମ୍,ଇରନ୍ୟାସନାଲ୍ ସିପିଙ୍ଗ ଲାଇନ୍ ଓ ଶ୍ରେୟାସ୍ ସିପିଙ୍ଗ ପରି ସଂସ୍ଥାମାନେ ଏହି ସେବା ପାଇବା ପାଇଁ ବନ୍ଦର କୁ ନିବେଦନ କରିଥିଲେ । ଏହି ଉନ୍ନତ ମାନର ସେବା ଲାଗୁ ହେବା ଦ୍ୱାରା ଆଗ୍ରହୀ ସଂସ୍ଥାମାନେ ସୁଲଭ ମୂଲ୍ୟ ରେ ଏହି ସେବା ପାଇପାରିବେ ବୋଲି ବନ୍ଦର ସୂତ୍ର ରୁ ଜଣା ପଡିଛି । ଓଡ଼ିଶା ସମାଚାର

About admin

Check Also

କନ୍ଦରପୁର ମିନି ବ୍ୟାଙ୍କ୍ ଅର୍ଥ ହଡପ ମାମଲା : ନିରପେକ୍ଷ ତଦନ୍ତ ଓ କ୍ଷତିଗ୍ରସ୍ତ ଜମାକାରୀ ଙ୍କୁ ଅର୍ଥ ଫେରାଇଵା ଦାଵି ଦୋହରାଇଲା ଵିଜେଡି

କଟକ ସଦର, ୨୪/୦୯/୨୦୨୧(ଓଡ଼ିଶା ସମାଚାର/ ଵଷ୍ଣୁ ବେହେରା): କନ୍ଦରପୁର କୃଷòକ ସେଵା ସମଵାୟ ସମିତି ଦ୍ୱାରା ପରିଚାଳିତ କନ୍ଦରପୁର ମିନି …

Leave a Reply

Your email address will not be published. Required fields are marked *