Saturday , October 16 2021
Breaking News
Home / ବିଶେଷ / ପଟ୍ଟାମୁଣ୍ଡାଇ ଧୋୟାଂଚଳ-ବରୀ ସଂଯୋଗ ରାସ୍ତା ଶୋଚନୀୟ

ପଟ୍ଟାମୁଣ୍ଡାଇ ଧୋୟାଂଚଳ-ବରୀ ସଂଯୋଗ ରାସ୍ତା ଶୋଚନୀୟ

କେନ୍ଦ୍ରାପଡ଼ା, ୧୩/୦୯/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଅଳପୁଆ ଗ୍ରାମପଂଚାୟତର ଦାମୋଦର ପାଟଣା ଠାରୁ ବିଦ୍ରୁପା ସଂଯୋଗକାରୀ ମାତ୍ର ୪ଶହ ମିଟର ରାସ୍ତା ଦୀର୍ଘଦିନ ହେବ ପୂର୍ତ ବିଭାଗ ଯନ୍ତ୍ରୀଙ୍କ ଅଣଦେଖା ଯୋଗୁଁ ଶୋଚନୀୟ ହୋଇପଡିଛି । ଏହି ଅଣଓସାରିଆ ରାସ୍ତା ଖାଲଖମା ଏବଂ କାଦୁଅରେ ପରିପୂର୍ଣ ହୋଇପଡିଛି । ଏହି ରାସ୍ତା କେନ୍ଦ୍ରାପଡା ଜିଲ୍ଲାକୁ ଯାଜପୁର ଜିଲ୍ଲା ସହିତ ମୁଖ୍ୟ ସଂଯୋଗକାରୀ ରାସ୍ତା ଭାବେ ବ୍ୟବହୃତ ହୋଇଥାଏ । ବିଗତ ୧୦ବର୍ଷ ଧରି ଏହି ରାସ୍ତାର ନିର୍ମାଣ ନିମନ୍ତେ ଦାବି ହୋଇ ଆସୁଥିଲେ ମଧ୍ୟ ଅଦ୍ୟାବଧି କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ ।ଏଣୁ ଅଂଚଳବାସୀଙ୍କ ପକ୍ଷରୁ ଜିଲ୍ଲାପାଳଙ୍କୁ ଏହି ରାସ୍ତାର ତୁରନ୍ତ ନିର୍ମାଣ ପାଇଁ ଦାବିପତ୍ର ପ୍ରଦାନ କରାଯାଇଛି । ସରପଂଚ ରମେଶ ଦାସ, ସମିତିସଭ୍ୟା ନମିତା ଦାସ, ସୂଚନା ଅଧିକାର କର୍ମୀ ନରେନ୍ଦ୍ର ଧଳ, ଜିଲ୍ଲା ପରିଷଦ ସଭ୍ୟ ନାରଦ ଚନ୍ଦ୍ର ବିଶ୍ୱାଳ, ସାମାଜିକକର୍ମୀ ଗଗନ ମାହାଳିକ, ବିଜେଡି କର୍ମୀ ରବୀନ୍ଦ୍ର ପରିଡା, ଶିକ୍ଷାବିତ ପ୍ରଫେସର ଦେବ ପ୍ରସାଦ ସାମଲ, ସମବାୟବିତ ଚିତ ମଲ୍ଲିକ, ତରଡିପାଳ ସରପ ପ୍ରିୟଦର୍ଶିନୀ ତରାଇ, ପୂର୍ବତନ ପେଣ୍ଠପାଳ ସରପଂଚ କୈଳାସ ସେଠୀ, ଧନେଶ୍ୱର ପ୍ରଧାନ, ଅଣ୍ଡରା ସରପଂଚ ଅନ୍ନପୂର୍ଣ୍ଣା ମଲ୍ଲିକ, ଅମୃତମଣୋହୀ ସରପଂଚ କୁଳମଣୀ ମଳିକ, ବଲୁରିଆ ସରପଂଚ ରତିକାନ୍ତ ସାହାଣୀ, ସମିତିସଭ୍ୟା ମନୋରମା ଭୂୟାଁ, ଅଧ୍ୟାପକ ଅଶୋକ ନାୟକ ପ୍ରମୁଖ ଜିଲ୍ଲାପାଳଙ୍କୁ ଭେଟି ସେହି ରାସ୍ତାକୁ ଅବିଳମ୍ବେ ସ୍ଥାୟୀ ରାସ୍ତାରେ ପରିଣତ କରିବାକୁ ଦାବି କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

କଳାହାଣ୍ଡି ଜିଲା ରେ ରାଷ୍ଟ୍ରୀୟ ପଛୁଆ ବର୍ଗ ମୋର୍ଚ୍ଚା ପକ୍ଷରୁ ମହାମହିମ ରାଷ୍ଟ୍ରପତି ଙ୍କ ଉଦ୍ଧେଶ୍ୱ ରେ ଜିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ

କଳାହାଣ୍ଡି ,୧୫/୧୦/ ୨୦୨୧ (ଓଡିଶା ସମାଚାର /ସଂଜୟ ସିଂହ) – ଜାତି ଆଧାରିତ ଜନଗଣନା, ତିନି ଗୋଟି କୃଷି ଆଇନ୍ …

Leave a Reply

Your email address will not be published. Required fields are marked *