Saturday , October 23 2021
Home / ବିଶେଷ / ତିରୁପତି ଉତ୍କଳ ପରିଷଦ ପକ୍ଷରୁ ନୂଆଁଖାଇ ଭେଟଘାଟ୍
??????

ତିରୁପତି ଉତ୍କଳ ପରିଷଦ ପକ୍ଷରୁ ନୂଆଁଖାଇ ଭେଟଘାଟ୍

ପାରାଦୀପ ୧୩/୦୯/୨୦୨୧(ଓଡ଼ିଶା ସମାଚାର)-ଉତ୍କଳ ପରିଷଦର ତିରୁପତି ଆନୁକୂଲ୍ୟରେ ରାଷ୍ଟ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ ପରିସରରେ ଆନ୍ତର୍ଜାଲ ମାଧ୍ୟମରେ ନୂଅାଁଖାଇ ଭେଟଘାଟ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଭାରତ ସରକାରଙ୍କ ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରଣାଳୟର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନୂଆଖାଇ ଜୁହାର ଜଣାଇବା ସହିତ ଶୁଭେଚ୍ଛା କାମନା କରିଥିଲେ । ଉକ୍ତ ମହୋତ୍ସବରେ ରାଷ୍ଟ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ଆଚାର୍ଯ୍ୟ ହରେକୃଷ୍ଟ ଶତପଥୀ ନୂଆଖାଇ ଭେଟଘାଟ ଗଣପର୍ବର ମହାତ୍ୱ ବିଷୟରେ ଅବଗତ କରାଇଥିଲେ । କାର୍ଯ୍ୟକ୍ରମର ସାରସ୍ୱତ ବକ୍ତା ସେବାନିବୃତ ଆଇଏଏସ ଜୁଲିୟସ୍ ଲାକ୍ରା ନୂଆଖାଇ ପର୍ବର ଐତିହ୍ୟ ଉପରେ ବକ୍ତବ୍ୟ ରଖିଥିଲେ । ଡ଼. ବୁଦ୍ଧେଶ୍ୱର ଷଡ଼ଙ୍ଗୀ ନୂଆଖାଇର ବିଧୀ ସମ୍ପର୍କରେ ଆଲୋଚନା କରିଥିଲେ । ପରିଷଦର ଅଧ୍ୟକ୍ଷ ପ୍ରଫେସର ଡ଼. ଶିବଶଙ୍କର ହୋତା ବୈଦିକ ମଙ୍ଗଳାଚରଣ କରିଥିଲେ ଓ ମିଲନ୍ କୁମାର ମିଶ୍ର ମା ସମଲେଶ୍ୱରୀଙ୍କ ଭଜନ ଗାନ କରିଥିଲେ । ପରିଷଦର କୋଷାଧ୍ୟକ୍ଷ ପ୍ରଫେସର ରାଧାଗୋବିନ୍ଦ ତ୍ରିପାଠୀ ଅତିଥିମାନଙ୍କୁ ସ୍ୱାଗତ କରିବା ସହିତ ଉତ୍କଳ ପରିଷଦର ଉଦ୍ଧେଶ୍ୟ ଓ ଆଭିମୁଖ୍ୟ ବିଷୟରେ ବିଷଦ ବିବରଣୀ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ସାହିତ୍ୟ ବିଭାଗର ସହାୟକ ଆଚାର୍ଯ୍ୟ ଡ଼. ପ୍ରଦୀପ କୁମାର ବାଗ ସଂଚାଳନ କରିଥିଲେ ଓ ସାଧାରଣ ସଚିବ ଡ଼. ଜ୍ଞାନରଞ୍ଜନ ପଣ୍ଡା ଧନ୍ୟବାଦ ଜଣାଇଥିଲେ । ଶେଷରେ ଛାତ୍ରୀ ହରପ୍ରିୟା ବେହେରା ବନ୍ଦେ ଉତ୍କଳ ଜନନୀ ଗାନ କରିବା ସହିତ ଅଧ୍ୟାପକ ଡ଼. ଦୁର୍ଗା ଚରଣ ରଥ ଶାନ୍ତପାଠ କରିଥିଲେ । ଓଡ଼ିଶା ସମାଚାର

About admin

Check Also

“ଯୁବଶକ୍ତି”  ପକ୍ଷରୁ ମାକ୍ସ ଓ ସାନିଟାଇଜର ବଣ୍ଟନ

ପରଜଙ୍ଗ, ୨୨/୧୦/୨୦୨୧(ଓଡ଼ିଶା ସମାଚାର)- ଆଜି “ଯୁବଶକ୍ତି” ସ୍ବେଚ୍ଛାସେବୀ ସଙ୍ଗଠନ ଢେଙ୍କାନାଳ ପକ୍ଷରୁ ଜୟପରା କାଟେଣି ଗ୍ରାମ ପଞ୍ଚାୟତ ମୁଣ୍ଡା ସାହି …

Leave a Reply

Your email address will not be published. Required fields are marked *