ରଘୁନାଥପୁର, ୧୨/୦୯/୨୦୨୧(ଓଡ଼ିଶା ସମାଚାର)- ରଘୁନାଥପୁର ବ୍ଲକ୍ ତାରପୁର ପଂଚାୟତର ପୂର୍ବତନ ସରପଂଚ ତଥା ପୁରୁଖା କଂଗ୍ରେସ ନେତା ଦ୍ୱିଜବର ରାଉତଙ୍କର ୯୩ ବର୍ଷ ବୟସରେ ପରଲୋକ ହୋଇ ଯାଇଛି । ସେ କିଛି ଦିନ ହେଲା ବାର୍ଦ୍ଧକ୍ୟ ଜନିତ ରୋଗରେ ପିଡ଼ିତ ହୋଇ ଚିକିତ୍ସାଧିନ ଅବସ୍ଥାରେ ଶନିବାର ବିଳମ୍ବିତ ରାତିରେ ପରଲୋକ ଗମନ କରିଥିଲେ । ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ପୁଅ ଗଗନ, ବିପିନ, ଝିଅ ସଂଜୁ , ମୀରା, ନାତି ପ୍ରତ୍ୟୁଶ , ପିୟୁଶ ଙ୍କ ସମେତ ଜ୍ଞାତି କୁଟୁମ୍ବ ଉପସ୍ଥିତ ଥିଲେ । ସେ ତାଙ୍କ ଜୀବନ କାଳ ମଧ୍ୟରେ କଂଗ୍ରେସ ରାଜନୀତିରେ ଜଡ଼ିତ ରହିବା ସହିତ ୧୯୭୫ ରୁ ୭୮ ମସିହା ପର୍ଯ୍ୟନ୍ତ ତାରପୁର ପଂଚାୟତର ସରପଂଚ ଥିଲେ । ସେ ଆଖ ପାଖ ପଂଚାୟତରେ ସମସ୍ତ ଧାର୍ମିକ ଅନୁଷ୍ଠାନ ସହିତ ଜଡ଼ିତ ରହିବା ଓ ପ୍ରତ୍ୟେକ ଜନହିତକର କାର୍ଯ୍ୟରେ ନିଜକୁ ସାମିଲ କରୁଥିଲେ । ତାଙ୍କ ଉଦ୍ୟମରେ ତାରପୁର ସ୍କୁଲ ନିର୍ମାଣ ହେବା ସହିତ ଉକ୍ତ ସ୍କୁଲ କୁ ସେ ଜମି ଦାନ କରିଥିଲେ । ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଥିଲା । ତାଙ୍କ ମର ଶରୀରକୁ ଏକ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରାଯାଇ ସ୍ଥାନୀୟ ସ୍ମଶାନରେ ଶବ ସତ୍କାର କରାଯାଇଥିଲା । ବଡ଼ପୁଅ ଗଗନ ମୁଖାଗ୍ନୀ ଦେଇଥିଲେ । ତାଙ୍କ ମୃତ୍ୟୁରେ ଜିଲା ବିଜେଡ଼ି ସାଧାରଣ ସମ୍ପାଦକ ଅନ୍ତର୍ଯ୍ୟାମୀ ରାଉତ, ସମିତି ସଭ୍ୟ ସରୋଜ କୁମାର ଦାଶ, ଲକ୍ଷ୍ମଣ ଦାଶ, ବିଜୟ କୁମାର ଦାଶ, ସରପଂଚ ସରୋଜ କୁମାର ଦାସ, ବ୍ଲକ୍ କଂଗ୍ରେସ ସଭାପତି ପ୍ରଶାନ୍ତ କୁମାର ଦାସ, ଜିଲା କଂଗ୍ରେସ ଉପସଭାପତି ସର୍ବେଶ୍ୱର ପଣ୍ଡା, ସନ୍ତୋଷ ଦାସ, ତ୍ରିଲୋଚନ ପଣ୍ଡା, ରମେଶ ରାଉତ, ପ୍ରଦୀପ୍ତ ନାୟକ,ଶଙ୍କର ସାହୁ,ନିହାର ରଂଜନ ସାହୁ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି । ଓଡ଼ିଶା ସମାଚାର
Check Also
ହୀରାକୁଦ ଜଳଭଣ୍ଡାରର ୨୦ ଟି ଗେଟ୍ ଖୋଲା
ସମ୍ବଲପୁର,୧୨/୦୮/୨୦୨୨(ଓଡ଼ିଶା ସମାଚାର)- ଆଜି ହୀରାକୁଦ ଜଳଭଣ୍ଡାରର ଆଉ ୬ ଟି ଗେଟ୍ ଖୋଲାଯାଇଛି। ଆଜି ସକାଳେ ୪ଟି ଗେଟ ଖୋଲିଥିଲା …