କେନ୍ଦ୍ରାପଡ଼ା,୧୩/୦୯/୨୦୨୧(ଓଡ଼ିଶା ସମାଚାର)- ଏଘୁଚାପ ଜନିତ ଲଗାଣ ବର୍ଷାରେ କାନ୍ଥ ପଡ଼ି କେନ୍ଦ୍ରାପଡ଼ା ଜିଲାରେ ୨ ଜଣଙ୍କର ମୃତ୍ୟୁ ହୋଇଛି । ମିଳିଥିବା ସୂଚନା ଅନୁସାରେ ରବିବାର ରାତିରେ ପାଟକୁରା ଥାନା ବଡ଼ବେତ୍ରା ଗ୍ରାମରେ କାନ୍ଥ ପଡ଼ି ଜଣେ ୬୨ ବର୍ଷ ବୟସ୍କ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ମୃତକ ଜଣକ ଅଭୟ ମହାପାତ୍ର (୬୨ ) । ସେହିପରି ଡ଼େରାବିଶି ବ୍ଲକ୍ ର ଡ଼ିହସାହି ରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି । ମୃତ ମହିଳାଙ୍କର ନାମ ନର୍ମଦା ପୃଷ୍ଟି (୬୦) । ଓଡ଼ିଶା ସମାଚାର