Friday , June 2 2023
Breaking News
Home / ସ୍ୱାସ୍ଥ୍ୟ / କଟକ ଏସ୍ ସି ଵି ରେ ଦୁଇ ଦିନରେ ଦୁଇ ଏକମୋ ଚିକିତ୍ସାଧିନ ରୋଗୀଙ୍କ ମୃତ୍ୟୁ

କଟକ ଏସ୍ ସି ଵି ରେ ଦୁଇ ଦିନରେ ଦୁଇ ଏକମୋ ଚିକିତ୍ସାଧିନ ରୋଗୀଙ୍କ ମୃତ୍ୟୁ

କଟକ ସଦର, ୧୩/୦୯/୨୦୨୧(ଓଡ଼ିଶା ସମାଚାର/ ଵିଷ୍ଣୁ ବେହେରା): କଟକ ଵଡ ମେଡିକାଲ୍ ଏସ୍ ସି ଵି ରେ ଗତ ଦୁଇଦିନରେ ଦୁଇ ଜଣ ଏକମୋ ଚିକିତ୍ସାଧିନ କରୋନା ଆକ୍ରାନ୍ତ ଙ୍କ ମୃତ୍ୟୁ ଘଟିଥିବା ମେଡିକାଲ ସୂତ୍ରରୁ ଜଣାପଡିଛି। ପ୍ରକାଶ ଯେ ଗତ ଶନିଵାର ଦିନ କେନ୍ଦ୍ରାପଡା ଜିଲା ପଟାମୁଣ୍ଡାଇ ଅଞ୍ଚଳର ଜନୈକ ପୁରୁଷ ଆକ୍ରାନ୍ତ ଏକମୋ ସପୋର୍ଟ ରେ ଥିଵା ରୋଗୀଙ୍କର ମୃତ୍ୟୁ ହୋଇଥିବା ଵେଳେ ରଵିଵାର ରାତିରେ ଅନ୍ୟ ଜଣେ ବଲାଙ୍ଗୀର ଅଞ୍ଚଳର ମହିଳା ରୋଗୀଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି।ଏକମୋ ସପୋର୍ଟ ରେ ଆଉ ଦୁଇ ଜଣ ଆକ୍ରାନ୍ତ ରହିଥିଵା ଜଣାଯାଇଛି। ଓଡ଼ିଶା ସମାଚାର

Leave a Reply

Your email address will not be published.