Sunday , October 17 2021
Breaking News
Home / ବିଶେଷ / କଟକରେ ମୂର୍ତ୍ତି ଉଚ୍ଚତା ବୃଦ୍ଧି ଦାଵିରେ ବିଜେପିର କଟକ ଵନ୍ଦ ସଫଳ, ବନ୍ଦ କୁ ସାଥ୍ ଦେଲା ବର୍ଷା

କଟକରେ ମୂର୍ତ୍ତି ଉଚ୍ଚତା ବୃଦ୍ଧି ଦାଵିରେ ବିଜେପିର କଟକ ଵନ୍ଦ ସଫଳ, ବନ୍ଦ କୁ ସାଥ୍ ଦେଲା ବର୍ଷା

କଟକ ସଦର, ୧୩/୦୯/୨୦୨୧(ଓଡ଼ିଶା ସମାଚାର/ ଵିଷ୍ଣୁ ବେହେରା): କଟକ ଦଶହରାରେ ଦୂର୍ଗା ଙ୍କ ମୂର୍ତ୍ତି ର ଉଚ୍ଚତା ବୃଦ୍ଧି ସହ ପରଦା ହଟାଯିଵା ପ୍ରତିବାଦରେ ଗତ କିଛି ଦିନ ହେଲା ପ୍ରତିକ ଧର୍ମଘଟ ଚାଲୁ ରହିଥିଵା ଵେଳେ ନଗର ଵିଜେପିର ପୂର୍ଵ ନିଷ୍ପତ୍ତି ଅନୁଯାୟୀ ଆଜି ସୋମଵାର ସକାଳ ୬ ରୁ ସଂଧ୍ୟା ୬ ଵାର ଘଣ୍ଟିଆ କଟକ ଵନ୍ଦ କରାଯାଇଛି। ଏଥିପାଇଁ ଏହି ଵନ୍ଦକୁ ସଵୁ ମତେ ସମର୍ଥନ ମିଳିଥିବାରୁ ଅତ୍ୟାବଶ୍ୟକ ସଂସ୍ଥା କୁ ଵାଦ ଦେଇ କଟକର ମୂଖ୍ୟ ଵଜାର ଚୈଧୁରୀ ଵଜାର, ନୟାସଡକ, ବକ୍ସି ଵଜାର, ରାଣୀହାଟ, ଦୋଳମୁଣ୍ଡାଇ, ମଙ୍ଗଳାଵାଗ, କଲେଜଛକ, ଛତ୍ରଵଜାର, ମାଲଗୋଦାମ ସହ ଅନ୍ୟାନ୍ୟ ଵଜାର ସଵୁ ଵନ୍ଦ ରହିଥିବା ଜଣାପଡିଛି। ସେଥିରେ ଲଗାଣ ବର୍ଷା ଯୋଗୁ ରାସ୍ତା ଘାଟ ସଵୁ ଶୁନଶାନ୍ ହୋଇଯାଇଥିଵାରୁ ବର୍ଷା ଵି ଵନ୍ଦ କୁ ସାଥ୍ ଦେଇଥିଵା କୁହାଯାଉଛି।ଆଜିର କଟକର ଏହି ସ୍ୱ।ଭିମାନ ଵନ୍ଦ ସଫଳ ହୋଇଥିବା ନଗର ବିଜେପି ସଭାପତି ଲଲାଟେନ୍ଦୁ ଵଡୁ ଦାଵି କରିଥିଵା ଵେଳେ ସଫଳତା ପାଇଁ କଟକଵାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି। ବର୍ଷା ସତ୍ବେ ଵଡୁଙ୍କ ନେତୃତ୍ୱରେ ବିଜେପି କାର୍ଯ୍ୟକର୍ତ୍ତା ମାନେ ଭିଜି ଭିଜି ଵନ୍ଦର ରୂପରେଖ ଅନୁଧ୍ୟାନ କରିଥିବା ଵେଳେ ଵାଡାମଵାଡି ଠାରେ ରାସ୍ତାରେ ଵସି ଗାଡିମଟର ଅଟକାଉଥିଵାରୁ ପୋଲିସ ସେମାନଙ୍କୁ ଉଠାଇ ନେଇଥିବା ଜଣାପଡିଛି। ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ଚେକ୍ ପୋଷ୍ଟ କରାଯାଇ ପୋଲିସ ପକ୍ଷରୁ ୧୨ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଥିଲା।ଆଜିର ଏହି ବନ୍ଦ ସରକାରଙ୍କ ଉପରେ କି ପ୍ରଭାବ ପକାଉଛି ତାହା ଆଗାମୀ ୧୭ ତାରିଖରେ ହିଁ ଜଣାପଡିଵ ଵୋଲି ଜଣାଯାଇଛି।କାରଣ ୧୬ ତାରିଖରେ କଟକ ସାଂସଦ ଭର୍ତୃହରିଙ୍କ ନେତୃତ୍ବରେ ଏକ ପ୍ରତନିଧିମଣ୍ଡଳୀ ମୂଖ୍ୟମନ୍ତ୍ରୀ ଙ୍କୁ ଭେଟି ଏ ସମ୍ପର୍କରେ ଆଲୋଚନା କରାଯିଵ ଵୋଲି ସ୍ଥିରୀକୃତ ହୋଇଛି। ଓଡ଼ିଶା ସମାଚାର

About admin

Check Also

କଂସାରୀ ପାଟିଆ ରାସ୍ତାକଡ ଗଦା ଗଦା ଅଳିଆ 

ରାସ୍ତାରେ ଯିବାଆସିବା ରେ ଅତିଷ୍ଠହେଲେଣୀ ଲୋକ ପାରାଦୀପ ୧୭/୧୦/୨୦୨୧(ଓଡ଼ିଶା ସମାଚାର)- ପାରାଦୀପ ଷଣ୍ଢକୁଦ ବସ୍ତି ଠାରୁ ଅନତି ଦୂରରେ ରହିଛି …

Leave a Reply

Your email address will not be published. Required fields are marked *