Sunday , October 1 2023
Home / ବିଶେଷ / ବିଧାନସଭା ଆଗରେ ଆତ୍ମହତ୍ୟା କରିଥିଵା ଦୂଷ୍ମନ୍ତ ଦାସଙ୍କ ମାମଲାର ତଦନ୍ତ ଆରମ୍ଭ କଲା କମିଶନରେଟ୍ ପୋଲିସ

ବିଧାନସଭା ଆଗରେ ଆତ୍ମହତ୍ୟା କରିଥିଵା ଦୂଷ୍ମନ୍ତ ଦାସଙ୍କ ମାମଲାର ତଦନ୍ତ ଆରମ୍ଭ କଲା କମିଶନରେଟ୍ ପୋଲିସ

 କଟକ ସଦର, ୧୨/୦୯/୨୦୨୧(ଓଡ଼ିଶା ସମାଚାର/ ଵିଷ୍ଣୁ ବେହେରା): କଟକ ଵଡ ମେଡିକାଲରେ ଚିକିତ୍ସା ଅବହେଳାର ଶିକାର ହୋଇ ଉପଯୁକ୍ତ ଚିକିତ୍ସା ସେଵା ଯୋଗାଇ ଦେବାକୁ ମୂଖ୍ୟ ମନ୍ତ୍ରୀଙ୍କ ଠାରୁ ସମସ୍ତ ଙ୍କୁ ନେହୁରା ହୋଇ ସେଥିରେ ଵିଫଳ ହୋଇ ଇଛା ମୃତ୍ୟୁ ପାଇଁ ଅନୁମତି ମାଗି ଶେଷରେ ସେହି ପଥକୁ ଭୂଵନେଶ୍ୱର ରାଜଧାନୀ ର ବିଧାନସଭା ଆଗରେ ଆତ୍ମହତ୍ୟା କରିଦେଲେ ଜଗତସିଂହପୁର କୁଜଙ୍ଗ ଵ୍ଲକ୍ ତଥା କୁଜଙ୍ଗ ଥାନା ମନ୍ତ୍ରୀପାଟଣା ଗ୍ରାମର ଏକମାତ୍ର ରୋଜଗାରିଆ ପୁଅ ଦୂଷ୍ମନ୍ତ ଦାସ । ଅତିତରେ ଏହି ବ୍ଲକ୍ ଓ ଥାନାର ଦୁଇଟି ପରିଵାର ବିଧାନସଭା ଆଗରେ ଆତ୍ମହତ୍ୟା ଉଦ୍ୟମ କରି ପୋଲିସ ସୁରକ୍ଷା ପାଇଁ ଵିଫଳ ହୋଇଥିବା ଵେଳେ ଦୂଷ୍ମନ୍ତ କିନ୍ତୁ ସଫଳ ହୋଇଛନ୍ତି । ଗତ ୨୦୨୦ ନଭେମ୍ବର ୨୮ ରେ ଗୋଟିଏ ପରିଵାର ଓ ୨୦୨୧ ଫେବୃଆରୀ ୧୮ ରେ ଗୋଟିଏ ପରିଵାର ବିଧାନସଭା ଆଗରେ ଆତ୍ମହତ୍ୟା ଉଦ୍ୟମ କରି ବିଫଳ ହୋଇଥିଵା ଜଣାପଡିଛି। ହେଲେ ରାଜ୍ୟରେ କେବଳ କୁଜଙ୍ଗ ବ୍ଲକ ଓ ଥାନା ହାସଲ କରିଛି ଏଭଳି ୩ଟି ଅଲୋଡା କୀର୍ତ୍ତି। ଏହା ଏକ ସଂଯୋଗ ମାତ୍ର ନା ଏହା ପଛରେ କିଛି ରହସ୍ୟ ଲୁଚି ରହିଛି ତାକୁ ନେଇ ଏଵେ ତଦନ୍ତ ଆରମ୍ଭ ହୋଇଛି। ଅନ୍ୟ ପଟେ ଦୂଷ୍ମନ୍ତ ଚାଲି ପାରୁ ନଥିଵା ଵେଳେ ଭୂଵନେଶ୍ୱର ଗଲେ କିପରି, ହାତ କାଟିବାକୁ ଛୁରି ପାଇଲେ କେଉଁଠୁ ଓ ଵିଷ ଆଣିଲେ କେମିତି ଵୋଲି ଅସମାହିତ ପ୍ରଶ୍ନ ଠିଆ ହୋଇଛି ।ଏହିସଵୁ ଅଭିଯୋଗ ଉପରେ ତଦନ୍ତ କରି ଘଟଣା ଉପରୁ ପରଦା ଉଠାଇଵାକୁ ଦୂଷ୍ମନ୍ତଙ୍କ ମା କୁଜଙ୍ଗ ଥାନାରେ ଅଭିଯୋଗ କରିଥିଲେ। ଆତ୍ମହତ୍ୟା ଉଦ୍ୟମ ଭୂଵନେଶ୍ୱରେ ଏବଂ ମୃତ୍ୟୁ କଟକରେ ହୋଇଥିଵାରୁ ଘଟଣାର ତଦନ୍ତ ଦୈତ୍ୟ ନଗରୀ କମିଶନରେଟ ପୋଲିସର ପରିସରଭୁକ୍ତ ହୋଇଛି। ଏଥିପାଇଁ ଜଗତସିଂହପୁର ପୋଲସ ପ୍ରଶାସନ ଉକ୍ତ ମାମଲାକୁ କମିଶନରେଟ ପୋଲିସକୁ ହସ୍ତାନ୍ତର କରିଥିଵା ଵେଳେ ତଦନ୍ତ ତ୍ୱରାନ୍ୱିତ ହୋଇଥିଵା ଜଣାଯାଇଛି। ଦୂଷ୍ମନ୍ତଙ୍କ ମୃତ୍ୟୁ ପଛରେ ଅନେକ ଗୁଢ ରହସ୍ୟ ଥିଵା ଅନୁମାନ କରାଯାଉଥିବା ବେଳେ ଏହାର ପର୍ଦ୍ଦାଫାଶ ନହେଲେ ଆଗାମୀ ଦିନରେ ନିଜର ହକ୍ ହାସଲ ପାଇଁ ଯେ କୌଣସି ବ୍ୟକ୍ତି ମଧ୍ୟ ଏଭଳି ସମାନ ପନ୍ଥା ଆପଣେଇବାକୁ ପଛେଇଵେ ନାହିଁ ଵୋଲି କୁହାଯାଉଛି। ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *