Tuesday , September 28 2021
Breaking News
Home / ବିଶେଷ / କଟକ ଦଶହରାରେ ମୂର୍ତ୍ତି ଉଚ୍ଚତା ପ୍ରସଙ୍ଗ : ଦୁଇ ଵିଜେଡି ନେତା ଭର୍ତୃହରି ଵନାମ ଦେବାଶିଷ ମୁହାଁ ମୁହିଁ

କଟକ ଦଶହରାରେ ମୂର୍ତ୍ତି ଉଚ୍ଚତା ପ୍ରସଙ୍ଗ : ଦୁଇ ଵିଜେଡି ନେତା ଭର୍ତୃହରି ଵନାମ ଦେବାଶିଷ ମୁହାଁ ମୁହିଁ

 ସଦର, ୧୨/୦୯/୨୦୨୧(ଓଡ଼ିଶା ସମାଚାର/ ଵିଷ୍ଣୁ ବେହେରା): କଟକ ସହରରେ ଦଶହରା ଦୂର୍ଗା ମୂର୍ତ୍ତିର ଉଚ୍ଚତା କୁ ନେଇ ଅସନ୍ତୋଷ ଓ ଆନ୍ଦୋଳନ ଜାରି ରହିଥିବା ଵେଳେ ଖୋଦ୍ ସରକାରୀ ଦଳର ଦୁଇ ବରିଷ୍ଠ ଵିଜେଡି ନେତାଙ୍କ ଵୟାନଵାଜୀ ରୋଚକ ମୋଡରେ ପହଞ୍ଚିଛି। ଗତକାଲି ପୂଜା ଓ ଶାନ୍ତି କମିଟି ବୈଠକ ପରେ ସରକାରଙ୍କ ଅପରିବର୍ତ୍ତିତ କୋଭିଡ କଟକଣା ନିଷ୍ପତ୍ତିକୁ କଟକର ଵିଜେଡି ସାଂସଦ ହାସ୍ୟାସ୍ପଦ କହି ଅନେକ କଟାକ୍ଷ କରିଥିଲେ।ଏପରିକି ସରକାରଙ୍କୁ ଅଦାଲତର ଭୟ ମଧ୍ୟ ଦେଖାଇଥିଲେ।ଏହାର ଦିନକ ପରେ କଟକର ପୂର୍ଵତନ ବିଧାୟକ ତଥା କଟକ ଜିଲ୍ଲା ବିଜେଡ଼ି ସଭାପତି ଦେବାଶିଷ ସାମନ୍ତରାୟ ଆଜି ରଵିଵାର ଭର୍ତୃହରି ମହତାବ ନିଆଁରେ ଘିଅ ଢାଳି କଟକକୁ ଅଶାନ୍ତ କରୁଥିବା ମହା ଅଭିଯୋଗ କରିଛନ୍ତି।

ଏପରିକି ସରକାରଙ୍କ ନିଷ୍ପତ୍ତିକୁ ପରୋକ୍ଷରେ ସମର୍ଥନ କରି ଗତକାଲିର ବୈଠକରେ ଯୋଗ ଦେଇନଥିବା ଋଷି ସାମନ୍ତରାୟ ପୂଜା ତ ପୂଜା ଏଥିରେ ମୂର୍ତ୍ତି ଛୋଟ ଵଡର କିଛି ମାନେ ନଥାଏ ଵୋଲି କହିଛନ୍ତି। ସୂଚନାଯୋଗ୍ୟ ଯେ ସରକାରଙ୍କ ଅପରିବର୍ତ୍ତିତ ନିଷ୍ପତ୍ତି କୁ କଟକ ପୂଜା କମିଟି ସଭାପତି ତଥା ବିଜେଡି ର ପୂର୍ବତନ ବାଙ୍କୀ ବିଧାୟକ ପ୍ରଭାତ ତ୍ରିପାଠୀ ଦୂର୍ଭାଗ୍ୟପୂର୍ଣ୍ଣ କହିଥିଵା ଵେଳେ ବିଜେଡି ନେତାଙ୍କ ଏଭଳି ପରଷ୍ପର ତୁ ତୁ ମେଁ ମେଁ କୁ ନେଇ ଭିନ୍ନ ଭିନ୍ନ କଥା ଶୁଣାଯାଉଛି। ଭର୍ତୃହରିଙ୍କ କଥାରେ ମୂଖ୍ୟମନ୍ତ୍ରୀ ନିଷ୍ପତ୍ତି ଵଦଳାଉଛନ୍ତି ନା ଅପରିବର୍ତ୍ତିତ ରଖୁଛନ୍ତି ତାକୁ ଦେଖିଵାକୁ ୧୬ ତାରିଖ ପର୍ଯ୍ୟନ୍ତ କଟକିଆଙ୍କ ସମେତ ସାରା ରାଜ୍ୟବାସୀ ଅପେକ୍ଷା କରିଛନ୍ତି। ଓଡ଼ିଶା ସମାଚାର

About admin

Check Also

ସାଲେପୁର ରେ ଭାରତବନ୍ଦର  ପ୍ରଭାବ

 ସାଲେପୁର୨୭/୦୯/୨୦୨୧(ଓଡିଶା ସମାଚାର /ଅଭୟ ଜେନା )- ଆଜି ସାଲେପୁର ରେ ଭାରତବନ୍ଦ ର ପ୍ରଭାବ  ଦେଖିବାକୁ ମିଳିଛି । କୃଷି …

Leave a Reply

Your email address will not be published. Required fields are marked *