କଟକ ସଦର, ୧୨/୦୯/୨୦୨୧(ଓଡ଼ିଶା ସମାଚାର/ ଵିଷ୍ଣୁ ବେହେରା): କଟକରେ କିଛି ଦିନ ହେଲା ଲାଗିରହିଥିବା ଦଶହରାରେ ଦୂର୍ଗା ଙ୍କ ମୂର୍ତ୍ତି ଵିଵାଦ ଏଵେ ନୀତି ଵିଵାଦ ଆଡ଼କୁ ମୁହାଁଇ ଥିବା ଅଭିଯୋଗ ହେଉଛି। କଟକର କଂଗ୍ରେସ ବିଧାୟକ ମହମ୍ମଦ ମୁକିମଙ୍କୁ ଅଣଦେଖା କରି ସରକାରୀ ଦଳର ନେତାମାନେ ସରକାର ଙ୍କ ସମାଧାନ ବୈଠକରେ ଯୋଗ ଦେଇଥିଲେ। ନିଜେ ଵାହାଵା ନେଵାକୁ ଦୁଇଦିନ ପରେ ସରକାରଙ୍କ ପୂର୍ବ କଟକଣା ବଳବତ୍ତର ରହିଵା ନିଷ୍ପତ୍ତି ଶୁଣି ତାଜୁଵ ହୋଇଯାଗଥିଲେ। ଏଥିପାଇଁ ପୂଜା କମିଟିର ସଭାପତି ତଥା ପୂର୍ବତନ ବିଜେଡି ବିଧାୟକ ପ୍ରଭାତ ତ୍ରିପାଠୀ ସରକାରଙ୍କ ନିଷ୍ପତ୍ତି ଦୂର୍ଭାଗ୍ୟଜନକ କହିଥିଵା ଵେଳେ କଟକର ପୂର୍ବତନ ବିଧାୟକ ତଥା ବିଜେଡି ଜିଲ୍ଲା ସଭାପତି ସରକାରଙ୍କ ନିଷ୍ପତ୍ତି କୁ ପରୋକ୍ଷରେ ସମର୍ଥନ କରି ପୂଜା ଓ ଶାନ୍ତି କମିଟି ବୈଠକରେ ଶନିବାର ଯୋଗ ଦେଇନଥିଲେ। ପୂଜା ଓ ଶାନ୍ତି କମିଟି ବୈଠକରେ ଅଶାନ୍ତି ଏପରି ହେଲା ଯେ କଟକର ବିଜେଡି ସାଂସଦ ଭର୍ତୃହରି ମହତାଵ ପରିସ୍ଥିତି ନିୟନ୍ତ୍ରଣ ପାଇଁ ମୂଖ୍ୟମନ୍ତ୍ରୀ ଙ୍କ ନିକଟରେ ଆଉଥରେ ନିଷ୍ପତ୍ତି ର ପୁନଃ ବିଚାର ପାଇଁ ନିବେଦନ କରାଯିଵ ଵୋଲି କହିଥିଲେ। ଶାନ୍ତି ଓ ପୂଜା କମିଟି ବୈଠକ ପରେ ମୂର୍ତ୍ତିର ଉଚ୍ଚତା କମ୍ ହେଲେ ଏହା ଏକ ଵିଘ୍ନ ଵୋଲି ଦର୍ଶାଇଛନ୍ତି। ଏଥିସହିତ ମୂର୍ତ୍ତିର ଉଚ୍ଚତା ଵଡ ହେଲେ କରୋନା ମାଡିଆସିଵ ଓ ଛୋଟ ହେଲେ କରୋନା ଡରି ଛାଡି ପଳାଇଵ କି ଵୋଲି ପ୍ରଶ୍ନ କରିଵା ସହିତ ସରକାରଙ୍କ ଏହି ନିଷ୍ପତି କୁ ହାସ୍ୟାସ୍ପଦ ବୋଲି କହିଛନ୍ତି। ପରୋକ୍ଷରେ ଯେ କେହି ଏଥିପାଇଁ ସରକାରଙ୍କ ନିଷ୍ପତ୍ତି କୁ ଚ୍ୟାଲେଞ୍ଜ କରି ଅଦାଲତକୁ ଯାଇପାରନ୍ତି ଵୋଲି ଚେତାବନୀ ମଧ୍ୟ ଦେଇଛନ୍ତି। ଗତବର୍ଷ ମୂର୍ତ୍ତି ର ଉଚ୍ଚତା କୁ ନେଇ ସେତେଟା ରାଜନିତୀ ସରଗରମ ନଥିଲା ଵେଳେ ଏବର୍ଷ କାହିଁକି ଵୋଲି ପ୍ରଶ୍ନ ଉଠିଛି।ଏହାକୁ ନେଇ କଂଗ୍ରେସ ତାର ମାପିଚୁପି ଷ୍ଟ୍ରାଟେଜି ତିଆରି କରୁଥିବା ଵେଳେ ଵିଜେପି ତାର ପୂର୍ବ ପ୍ରସ୍ତୁତି ଅନୁଯାୟୀ ୧୩ ରେ କଟକ ଵନ୍ଦ ସଫଳ କରିବାକୁ ଲାଗିପଡିଛି।କଟକର ୪ ଫୁଟିଆ ମୂର୍ତ୍ତି ଵିଵାଦ ଏଵେ ରାଜନୈତିକ ପଶାପାଲିରେ ପଡ଼ିଯାଇଥିବା ଦେଖାଯାଉଛି। ସାଂସଦ ଭର୍ତୃହରିଙ୍କ ନେତୃତ୍ବରେ ପ୍ରତିନିଧି ମଣ୍ଡଳୀ ମୂଖ୍ୟମନ୍ତ୍ରୀ ଙ୍କୁ ଭେଟି ଦାଵି ଉପସ୍ଥାନର ନିର୍ଯ୍ୟାସ କ’ଣ ଵାହାରୁଛି ତାକୁ ନେଇ ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ସମସ୍ତ ଙ୍କର ଅପେକ୍ଷା ରହିଥିଵା ଜଣାଯାଇଛି। ଓଡ଼ିଶା ସମାଚାର
Home / ବିଶେଷ / କଟକରେ ମୂର୍ତ୍ତି ଵିଵାଦ ଏଵେ ନୀତି ଵିଵାଦ ଆଡକୁ ମୁହାଁଇଛି, ସରକାରୀ ଦଳ ନେତାଙ୍କ କଥାରେ ତାଳମେଳ ନାହିଁ, ଅସନ୍ତୋଷ ତେଜୁଛି