ରାଉରକେଲା,୧୨/୦୯/୨୦୨୧(ଓଡ଼ିଶା ସମାଚାର)-“ଛତୁ ଚାଷ ଅତ୍ୟନ୍ତ ଉତ୍ସାହଜନକ ଏବଂ ଏହା ପକେଟ ଖର୍ଚ୍ଚ ଅର୍ଜନରେ ସହାୟକ ହେବ,” ବୋଲି ବିଶ୍ରା ଉଚ୍ଚ ବିଦ୍ୟାଳୟର ଛାତ୍ର ବିଦ୍ୟାକାନ୍ତ କୁହନ୍ତି । ବିଦ୍ୟାକାନ୍ତ ଏବଂ ବିଦ୍ୟାଳୟର ଅନ୍ୟ ଛାତ୍ରଛାତ୍ରୀମାନେ ଛତୁଚାଷର ଲାଭ ସମ୍ପର୍କରେ ଶୁଣିଥିଲେ, ତେଣୁ ସେମାନେ ଛତୁ ଚାଷର କୌଶଳ ଏବଂ ପ୍ରକ୍ରିୟା ବିଷୟ ଶିକ୍ଷାଲାଭ ପାଇଁ ସେଲ୍ ରାଉରକେଲା ଇସ୍ପାତ କାରଖାନାର ସିଏସଆର ବିଭାଗ ସ୍ଥିତ ପାଶ୍ୱର୍ାଂଚଳ ବିକାଶ ପ୍ରତିଷ୍ଠାନକୁ ଆସିଥିଲେ । ସୂଚନାଯୋଗ୍ୟ ଯେ, ଆରଏସପିସିଏସଆର ବିଭାଗଠାରୁ ବିଦ୍ୟାକାନ୍ତଙ୍କ ସମେତ ୨୦୦୦ ଉଦ୍ଧ୍ୱର୍ ପୁରୁଷ, ମହିଳା ଓ ଛାତ୍ରଛାତ୍ରୀ ଛତୁ ଚାଷ ସମ୍ବନ୍ଧରେ ସବିଶେଷ ତାଲିମ ଗ୍ରହଣ କରିଛନ୍ତି । ସେମାନଙ୍କୁ ମଧ୍ୟରୁ ଅନେକ ନିଜର ଏହି ବ୍ୟବସାୟ ଆରମ୍ଭ କରିବା ସହିତ ସଫଳତା ଅର୍ଜ୍ଜନ କରିଛନ୍ତି । “ମୁଁ ଛତୁ ଚାଷ ପ୍ରଶିକ୍ଷକ ଛତୁ ମଞ୍ଜି ଉତ୍ପାଦକ ରୂପେ ନା କେବଳ ମୋ ଗାଁଆ, ବରିଂ ପଂଚାୟତ ଓ ବ୍ଲକସ୍ତରରେ ପରିଚିତ ହୋଇପାରିଛି,” ବୋଲି ରାଉରକେଲା ଇସ୍ପାତ କାରଖାନାରଆଦର୍ଶ ଇସ୍ପାତ ଗ୍ରାମ ଦଳପୋଷର କମଳା କୁହନ୍ତି । ଦଳପୋଷ ଆଦର୍ଶ ଗ୍ରାମର ବାସିନ୍ଦା ତଥା ଜଣେ ଗୃହିଣୀ, କମଳା ଆରଏସପିର ପାଶ୍ୱର୍ାଂଚଳ ବିକାଶ ପ୍ରତିଷ୍ଠାନରେ ପ୍ରଥମେ ଛତୁଚାଷ ଶିକ୍ଷା ଲାଭ କରିଥିଲେ ଏବଂ ବର୍ତମାନ ଅନ୍ୟମାନଙ୍କୁ ତାଲିମ ପ୍ରଦାନ କରୁଛନ୍ତି । ଏକ ସର୍ଭେ ଅନୁଯାୟୀ ରାଉରକେଲାରେ ଦୈନିକ ଏକ କୁଇଂଟାଲ ଛତୁର ଚାହିଦା ରହିଛି । ଏହି ବ୍ୟବସାୟରେ ଲାଭ ମର୍ଜିନ ମଧ୍ୟ ବହୁତ ଅଧିକ ରହିଛି । ତେଣୁ, ରାଉରକେଲା ଏବଂ ପାରିପାଶ୍ୱର୍ିକ ଅଂଚଳରେ ଛତୁ ବ୍ୟବହାର ଏବଂ ବଜାରର ସମ୍ଭାବନାକୁ ଦୃଷ୍ଟିରେ ରଖି ଆରଏସପି ଦ୍ୱାରା ଛତୁଚାଷକୁ ଏକ ଗୁରୁତ୍ୱପୂର୍ଣ୍ଣ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଭାବରେ ଚୟନ କରାଯାଇଥିଲା । ସୂଚନାଯୋଗ୍ୟ ଯେ, ଛତୁ ଚାଷ ତାଲିମ ଗ୍ରହଣ କରିଥିବା ବ୍ୟକ୍ତିବିଶେଷ ପ୍ରାୟ ୨ ଲକ୍ଷ ଟଙ୍କା ମୂଲ୍ୟରେ ବାର୍ଷିକ ୩୦୦୦ କିଲୋ ଛତୁ ଉପôାଦନ କରିଛଡ଼୍ତି । ବର୍ତମାନ ସେମାନଙ୍କ ମଧ୍ୟରୁ କେତେକ ଏହାକୁ ନିୟମିତ ବ୍ୟବସାୟ ରୂପେ ଗ୍ରହଣ କରିଥିବାବେଳେ ଅନ୍ୟମାନେ ବେଳେବେଳେ ଛତୁ ଚାଷ କରୁଛନ୍ତି । ଗ୍ରାମଗୁଡ଼ିକରେ କୃଷି ପ୍ରଧାନ ସମ୍ପ୍ର୍ରଦାୟ ଏବଂ ବସ୍ତିର ବିପିଏଲ୍ ଜନସଂଖ୍ୟାଙ୍କର ପାରିବାରିକ ଆୟରେ ବୃଦ୍ଧି ନିମନ୍ତେ ଛତୁ ଚାଷ ସହାୟକ ହୋଇଛି । ଓଡ଼ିଶା ସମାଚାର