କେନ୍ଦ୍ରାପଡ଼ା,୧୨/୦୯/୨୦୨୧(ଓଡ଼ିଶା ସମାଚାର)- ଆଜି କେନ୍ଦ୍ରାପଡ଼ା ଜିଲାରେ ମୋଟ୍ ୨୪ ଜଣ ନୂତନ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଜିଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ପଟ୍ଟାମୁଣ୍ଡାଇ ବ୍ଲକ୍ ରେ ୧୨ ଜଣ, ଆଳି ବ୍ଲକ୍ ଓ କେନ୍ଦ୍ରାପଡ଼ା ବ୍ଲକ୍ ରେ ୩ ଜଣ ଲେଖା ,ଡ଼େରାବିଶି ବ୍ଲକ୍ ରେ ୨ ଜଣ ,ମାର୍ଶାଘାଇ ବ୍ଲକ୍ ରେ ଜଣେ ଓ କେନ୍ଦ୍ରାପଡ଼ା ମୁନିସିପାଲିଟି ରେ ୩ ଜଣ ଏହିପରି ମୋଟ୍ ୨୪ ଜଣ ନୂତନ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଓଡ଼ିଶା ସମାଚାର