ଦିଲ୍ଲୀରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ ସାଇରାମ ଗାନ୍ଧୀ
ଭୁବନେଶ୍ୱର,୧୧/୦୯/୨୦୨୧(ଓଡ଼ିଶା ସମାଚାର)- ୧୯୨୧, ମାର୍ଚ୍ଚ ୨୩ ରେଳ ଯୋଗେ କଟକ ଆସିଥିଲେ ଜାତିର ପିତା ମହାତ୍ମା ଗାନ୍ଧୀ । ଗାନ୍ଧୀଙ୍କ ୧୦୦ବର୍ଷ ପୂର୍ତି ଏବଂ ୭୫ତମ ସ୍ୱାଧୀନତା ଦିବସ ଅବସରରେ ଓଡ଼ିଶାର ସିଲଭର ଗାନ୍ଧୀ ଭାବେ ପରିଚିତ ମୋହନ ମହାପାତ୍ର ଚଳିତବର୍ଷ ୭୫ତମ ସ୍ୱାଧୀନତା ଦିବସଠାରୁ ତାଙ୍କ ପଦଯାତ୍ରା ଆରମ୍ଭ କରିଛନ୍ତି । ଏହି ପଦଯାତ୍ରା ବନାରସରୁ ଦିଲ୍ଲୀ ଦୀର୍ଘ ୮୦୦ କିଲୋମିଟର ପଦଯାତ୍ରା କରି ଏକ ବିରଳ ରେକର୍ଡ଼ର ଅଧିକାରୀ ହୋଇପାରିବେ ବୋଲି ସିଲଭର ଗାନ୍ଧୀ ଆଶା ରଖିଛନ୍ତି । ଅକ୍ଟୋବର ୨ ତାରିଖ ଦିନ ଦିଲ୍ଲୀରେ ପହଂଚି, ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିବାର ଯୋଜନା ରଖିଛନ୍ତି ସିଲଭର ଗାନ୍ଧୀ । ଗାନ୍ଧୀଙ୍କ ଏହି କାର୍ଯ୍ୟକ୍ରମକୁ ବହୁ କବି, କଳାକାର, ଲେଖକ, ବୁଦ୍ଧିଜୀବୀ, ସାମାଜିକ କର୍ମୀ ଓ ଯୁବବର୍ଗମାନେ ଉଚ୍ଚ ପ୍ରଶଂସା କରିଛନ୍ତି ।
ଏହି ଅବସରରେ ସିଲ୍ଭର ଗାନ୍ଧୀ କହିଛନ୍ତି ଯେ, ପ୍ରତ୍ୟେକ ଜନସାଧାରଣ ଦିନକୁ ଗୋଟିଏ ଘଂଟା ଦେଶ ପାଇଁ ଚିନ୍ତା କରିବା ସହ ଗୋଟିଏ ଘଂଟା ନିଜ ପାଇଁ ସମୟ ଦେଲେ ଏହା ଦେଶ ତଥା ଶରୀର ପାଇଁ ଉପକୃତ ହୋଇପାରିବ । ଏହା ଛଡ଼ା ହିଂସା ଛାଡ଼ି ଗାନ୍ଧୀଙ୍କ ଅହିଂସା ପଥକୁ ଆପଣାଇଲେ ଓଡ଼ିଶା ଭାରତର ଗୁରୁ ହୋଇପାରିବ ଏବଂ ଦେଶ ବିଶ୍ୱର ଗୁରୁ ହୋଇପାରିବ ବୋଲି ତାଙ୍କ ମନ୍ତବ୍ୟରେ ଦର୍ଶାଇଛନ୍ତି । ଓଡ଼ିଶା ସମାଚାର
Home / ବିଶେଷ / ୭୫ତମ ସ୍ୱାଧୀନତା ଦିବସ ଅବସରରେ ଆଜାଦ କି ଅମୃତ ମହୋତ୍ସବ ଅବସରରେ ବଲିଉଡ଼ ଚଳଚ୍ଚିତ୍ର ଅଭିନେତା ସିଲଭର ଗାନ୍ଧୀଙ୍କ ଲକ୍ଷ୍ମୌରୁ ଦିଲ୍ଲୀ ଅଭିମୁଖେ ପଦଯାତ୍ରା
Check Also
ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ଗଜପତି କୃଷ୍ଣଚନ୍ଦ୍ର ନାରାୟଣ ଦେବଙ୍କ ଅବଦାନ ଅତୁଳନୀୟ
ଭୁବନେଶ୍ୱର , ୨୫/୦୫/୨୦୨୨( ଓଡ଼ିଶା ସମାଚାର )-: ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଅନ୍ୟତମ ସୂତ୍ରଧର, ଓଡ଼ିଶାର ପ୍ରଥମ ପ୍ରଧାନମନ୍ତ୍ରୀ …