Friday , September 30 2022
Breaking News
Home / କୃଷି / ୨୦୨୧-୨୨ ରବି ଫସଲ ଋତୁ ପାଇଁ କାଳିଆ ଯୋଜନାର ସହାୟତା ରାଶି ୭୪୨.୫୮ କୋଟି ପ୍ରଦାନ

୨୦୨୧-୨୨ ରବି ଫସଲ ଋତୁ ପାଇଁ କାଳିଆ ଯୋଜନାର ସହାୟତା ରାଶି ୭୪୨.୫୮ କୋଟି ପ୍ରଦାନ

ଭୁବନେଶ୍ୱର,୧୧/୦୯/୨୦୨୧(ଓଡ଼ିଶା ସମାଚାର)-ଗଣପର୍ବ ନୂଆଁଖାଇ ଅବସରରେ ଚାଷୀଙ୍କ ସୁବିଧା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କାଳିଆ ଯୋଜନାର ସହାୟତା ରାଶି ପ୍ରଦାନ କରିଛନ୍ତି। ରାଜ୍ୟର ୩୭ ଲକ୍ଷରୁ ଊର୍ଦ୍ଧ୍ଵ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ଆକାଉଣ୍ଟକୁ ୨୦୨୧-୨୨ ରବି ଫସଲ ଋତୁ ପାଇଁ ୭୪୨.୫୮ କୋଟି ସହାୟତା ପଠାଯାଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଚାଷୀଙ୍କ ସମସ୍ୟାକୁ ରାଜ୍ୟର ସମସ୍ୟା ବୋଲି କହିବା ସହ ଏମଏସପି, ଫସଲ ବୀମା ଓ ବର୍ତ୍ତମାନର ସାର ସମସ୍ୟା ସମାଧାନ ପାଇଁ ପ୍ରୟାସ ଜାରି ରଖିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଏଥିସହ ସ୍ୱଳ୍ପ ବୃଷ୍ଟିପାତ ପରିସ୍ଥିତି ଉପରେ ସତର୍କ ଦୃଷ୍ଟି ରଖିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଓଡ଼ିଶା ସମାଚାର

Leave a Reply

Your email address will not be published.