କଟକ, ୧୧/୦୯/୨୦୨୧(ଓଡ଼ିଶା ସମାଚାର) – ହିନ୍ଦୁ ଜାଗରଣ ମଞ୍ଚ କଟକ ଶାଖା ଓ ଉତ୍କଳ ବିକାଶ ପରିଷଦ କଟକ ସଦରର ମିଳିତ ଆନୁକୂଲ୍ୟରେ କଟକ ଜିଲ୍ଲା ଇଶାଣି ବରହମପୁର ପଞ୍ଚାୟତ ଉପକଣ୍ଠ ମଙ୍ଗଦେଇପୁର ଗ୍ରାମର ମା ବୁଢୀ ଜାଗୁଳାଇ ମନ୍ଦିର ପ୍ରାଙ୍ଗଣରେ ଦେଶ ଗଠନରେ ଶିକ୍ଷାର ଭୂମିକା ସମ୍ପର୍କରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇ କୃତୀ ଶିକ୍ଷକ ବର୍ଗଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଏହି ଉତ୍ସବରେ ହିନ୍ଦୁ ଜାଗରଣ ମଞ୍ଚ ଓଡ଼ିଶାର ସଙ୍ଗଠନ ସମ୍ପାଦକ ତନ୍ମୟ ଦାସ ମୁଖ୍ୟ ଅତିଥି ରୁପେ ଯୋଗଦେଇ ଉପସ୍ଥିତ ଗୁରୁଜୀଙ୍କୁ ସମ୍ମାନିତ କରିବା ସହ ଯୁବକ ବନ୍ଧୁ ମାନଙ୍କୁ ରାଷ୍ଟ୍ରପ୍ରେମରେ ଉଦବୁଦ୍ଧ ହେବାସହ ସାମ୍ପ୍ରତିକ ପରିସ୍ଥିତିରେ ରାଷ୍ଟ୍ରପ୍ରତି କର୍ତ୍ତବ୍ୟ ବିଷୟରେ ସଚେତନ କରାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରଦୀପ୍ତ ଆଚାର୍ଯ୍ୟ,ସୁମନ୍ତ ଚନ୍ଦ୍ର ସାହୁ, ଜୟଦେବ ମିଶ୍ର ଯୋଗଦାନ କରିଥିଲେ । ଈଶାଣି ବରହମପୁର ପଞ୍ଚାୟତର ପୁର୍ବତନ ସରପଞ୍ଚ ସମାଜସେବୀ ଅଭିମନ୍ୟୁ ସାହୁ ସଭା ପରିଚାଳନା କରିଥିଲାବେଳେ ସ୍ଥାନୀୟ ଗ୍ରାମବାସୀ ଓ ପରିଷଦର କାର୍ଯ୍ୟକର୍ତ୍ତା ଉପସ୍ଥିତି ଥିଲେ । ପରିଷଦ ପକ୍ଷରୁ ଶିକ୍ଷାଦାନ ସେବା ଦିଗରେ କାର୍ଯ୍ୟକର୍ତ୍ତା ଓ ଜନସାଧାରଣ ମାନଙ୍କର ସହଯୋଗକୁ ସଭାପତି ସ୍ତମ୍ଭକାର ଇଂ. ପ୍ରକାଶ ଚନ୍ଦ୍ର ସେଠୀ ଉଚ୍ଚ ପ୍ରଶଂସା କରିଛନ୍ତି । ଓଡ଼ିଶା ସମାଚାର