Tuesday , October 3 2023
Breaking News
Home / ତାଜା ଖବର / ଵ୍ୟାଙ୍କରେ ନକଲି ଦସ୍ତାବିଜ ଦେଇ ୬୮ ଲକ୍ଷ ଠକେଇ କରିଥିବା ଅଭିଯୋଗରେ ୩ ଅଭିଯୁକ୍ତ ଠକ   ଗିରଫ

ଵ୍ୟାଙ୍କରେ ନକଲି ଦସ୍ତାବିଜ ଦେଇ ୬୮ ଲକ୍ଷ ଠକେଇ କରିଥିବା ଅଭିଯୋଗରେ ୩ ଅଭିଯୁକ୍ତ ଠକ   ଗିରଫ

କଟକ ସଦର, ୧୧/୦୯/୨୦୨୧(ଓଡ଼ିଶା ସମାଚାର/ ବିଷ୍ଣୁ ବେହେରା): ଜାଲ ଜମି କାଗଜପତ୍ର ଦେଇ କଟକ ହାଇକୋର୍ଟ ଶାଖା କର୍ପୋରେସନ ଵ୍ୟାଙ୍କ ରୁ ୬୮ ଲକ୍ଷ ଟଙ୍କା ଠକି ନେଇଥିବା ୩ ଜଣ ଅଭିଯୁକ୍ତ ଠକ ଙ୍କୁ ଲାଲବାଗ ପୋଲିସ ଆଜି ଶନିଵାର ଠକେଇ ଦଫା ୪୨୦ ରେ ଗିରଫ କରି କୋର୍ଟ ଚାଲାଣ କରିଥିବା କଟକ ଡିସିପି ପ୍ରତୀକ ସିଂହ ପ୍ରେସ ମିଟରୁ ଜଣାପଡିଛି। ଖଵର ଅନୁଯାଇ ଖୋର୍ଦ୍ଧା ପାଇକପୁର ଅଞ୍ଚଳର ଜମି ମାଲିକ ଙ୍କ ନାଁ ରେ ନକଲି କାଗଜପତ୍ର କରାଯାଇ ଵ୍ୟାଙ୍କରୁ ଉଠାଯାଇଥିବା ସମ୍ପର୍କରେ ଅଭିଯୋଗ ହୋଇଥିଲା। କଟକର ସତ୍ୟଶଙ୍କର ଶତପଥୀ ପାଇକରାପୁରର ସତ୍ୟବାଦୀ ବଳିୟାର ସିଂହ ଙ୍କ ଜମିର ନକଲି କାଗଜପତ୍ର ଦେଇ ୬୮ ଲକ୍ଷ ଟଙ୍କା ରୁଣ ଉଠାଇଥିବା ଅଭିଯୋଗ ର ତଦନ୍ତ କରି ମୂଖ୍ୟ ଅଭିଯୁକ୍ତ ସତ୍ୟଶଙ୍କର ଶତପଥୀ ଙ୍କ ସମେତ ଅନ୍ୟ ଦୁଇ ସହଯୋଗୀ ମୋଟ ୩ ଜଣଙ୍କୁ ପୋଲିସ ଆଜି ଶନିବାର ଗିରଫ କରି କୋର୍ଟ ଚାଲାଣ କରିଛି। କୋର୍ଟରେ ଅଭିଯୁକ୍ତଙ୍କ ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଚୈ।ଦ୍ୱ।ର ଜେଲକୁ ପଠାଇ ଦିଆଯାଇଥିବା ପରବର୍ତ୍ତୀ ଖଵରରୁ ଜଣାପଡିଛି। ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *