Sunday , October 1 2023
Home / ବିଶେଷ / ମୂର୍ତ୍ତି  ଙ୍କ ଉଚ୍ଚତା ପ୍ରସଙ୍ଗରେ  ସରକାରଙ୍କ ନିଷ୍ପତ୍ତି କୁ ଦୂର୍ଭାଗ୍ୟଜନକ କହିଲା କଟକ ପୂଜା କମିଟି, ନିଷ୍ପତ୍ତିର ପୁନଃ ବିଚାର ପାଇଁ ପୁଣି ନିଵେଦନ କରିଵେ କଟକିଆ

ମୂର୍ତ୍ତି  ଙ୍କ ଉଚ୍ଚତା ପ୍ରସଙ୍ଗରେ  ସରକାରଙ୍କ ନିଷ୍ପତ୍ତି କୁ ଦୂର୍ଭାଗ୍ୟଜନକ କହିଲା କଟକ ପୂଜା କମିଟି, ନିଷ୍ପତ୍ତିର ପୁନଃ ବିଚାର ପାଇଁ ପୁଣି ନିଵେଦନ କରିଵେ କଟକିଆ

 କଟକ ସଦର, ୧୧/୦୯/୨୦୨୧ (ଓଡିଶା ସମାଚାର/  ଵିଷ୍ଣୁ ଵେହେରା): ଦୂର୍ଗାପୂଜା ରେ ମୂର୍ତ୍ତି ର ଉଚ୍ଚତା ବୃଦ୍ଧି,ପରଦା ହଟାଇଵା ଦାଵି ନେଇ କଟକିଆ ରାଜରାସ୍ତାକୁ ଓହ୍ଲାଇ ଥିଵା ଵେଳେ ଏହାର ଆପୋଷ ସମାଧାନ ପାଇଁ ସରକାର ପୂଜା କମିଟି ଓ ରାଜନେତା ଙ୍କୁ ନେଇ ବୈଠକ କରାଇଥିଲେ। ଵୈଠକର ନିଷ୍ପତ୍ତି ଦୁଇଦିନ ପରେ ଜଣାଇଦିଆଯିବ କହି ଗତ କାଲି ଅଗଷ୍ଟ ୯ ର କଟକଣାକୁ ବଳବତ୍ତର ରଖାଗଲା ଵୋଲି ସରକାର ନିଷ୍ପତ୍ତି ଶୁଣାଇଲେ। ଏଥିପାଇଁ କଟକିଆଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖା ଦେଵା ସହିତ ଯଦି ସେହି କଟକଣା ବଳବତ୍ତର ରଖିଵାର ଥିଲା ତେଵେ ଵୈଠକ କରିଵାର ଆବଶ୍ୟକତା କ’ଣ ଥିଲା ଏବଂ ନିଷ୍ପତ୍ତି ସେହିଦିନ ନଜଣାଇ ଦୁଇଦିନ ସମୟ ନିଆ ଯାଇଥିଲା କାହିଁକି ଵୋଲି କଟକିଆ ପ୍ରଶ୍ନ କରିଛନ୍ତି। ଆଲୋଚନା କୁ ଡାକି କଟକିଆଙ୍କୁ ଭଣ୍ଡେଇ ଦେଲେ ସରକାର ଵୋଲି ଅଭିଯୋଗ ହେଉଛି। ଏଥିପାଇଁ କଟକର ବିଭିନ୍ନ ରାଜନୈତିକ ଦଳ ମଧ୍ୟରେ ତୁ ତୁ ମେ ମେ ଆରମ୍ଭ ହୋଇଯାଇଥିଵା ଵେଳେ ଏକ ନିର୍ଦ୍ଧିଷ୍ଟ ରାଜନୈତିକ ଦଳକୁ ସଂପୂର୍ଣ୍ଣ ଦାୟି କରିଛି କଟକର ଏକ ସାମାଜିକ ସଂଗଠନ।ଏହାର ସମାଧାନ କିପରି ହେଵ ସେଥିପାଇଁ ଆଜି ଶନିବାର କଟକ ପୂଜା ଓ ଶାନ୍ତି କମିଟିର ଏକ ଜରୁରୀ ବୈଠକ ବାରବାଟି ଷ୍ଟାଡିୟମ ଓସିଏ ସଭାଗୃହ ରେ ଅନୁଷ୍ଠିତ ହୋଇ ପ୍ରଵଳ ପାଟିତୁଣ୍ଡ ରେ ସଂଧ୍ୟା ୭ ରେ ସରିଛି। ଵୈଠକ ଚାଲିଥିବା ବେଳେ ଵାହାରେ ହଜାର ହଜାର ଲୋକ ରୁଣ୍ଡ ହୋଇ ସରକାର ଙ୍କ ଏଭଳି ଭଣ୍ଡାମିକୁ ତୀବ୍ର ବିରୋଧ କରିଥିଲେ। ବୈଠକ ଶେଷରେ ନିଷ୍କର୍ଷ ଜଣାପଡିଛି ଯେ ଏହି ନିଷ୍ପତ୍ତି ର ପୁନଃ ବିଚାର ପାଇଁ ଆଉଥରେ ସରକାର ଙ୍କ ନିକଟରେ ଅପିଲ କରାଯିଵ। ସେଥିରେ ଆସନ୍ତା ୧୩ ରେ ନଗର ବିଜେପି ପକ୍ଷରୁ କଟକ ଵନ୍ଦର ଡାକରା ଦିଆଯାଇ ଏହାର ସଫଳ ପାଇଁ ବ୍ୟବସ୍ଥା ଗ୍ରହଣ କରାଯାଇଥିବା ଵେଳେ କଂଗ୍ରେସ ଓ ଅନ୍ୟାନ୍ୟ ସାମାଜିକ ସଂଗଠନ ଏହାର ତାଙ୍କର ଷ୍ଟ୍ରାଟେଜି ପ୍ରସ୍ତୁତ କରୁଥିବା ଜଣାଯାଇଛି। ଆଗକୁ ଜଣାପଡ଼ିବ ସରକାର ନା କଟକିଆ କିଏ ନିଜ ନିଜ ଜିଦ୍ ରୁ ଓହରୁଛନ୍ତି। ଆଜିର ବୈଠକରେ କଟକ ସାଂସଦ ଭର୍ତୃହରି ମହତାଵ,ପୂଜା କମିଟି ସଭାପତି ପ୍ରଭାତ ତ୍ରିପାଠୀ, ଶାନ୍ତି କମିଟିର କର୍ମକର୍ତ୍ତାଙ୍କ ସମେତ ସର୍ବଦଳୀୟ ନେତା ଓ ସଵୁ ପୂଜାକମିଟିର କର୍ମକର୍ତ୍ତା ଯୋଗ ଦେଇ ସରଗରମ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଓଡିଶା ସମାଚାର

Leave a Reply

Your email address will not be published. Required fields are marked *