Sunday , September 26 2021
Breaking News
Home / ବିଶେଷ / ମାଲକାନଗିରି ଜିଲ୍ଲାରେ ନବର୍ନିମିତ ଜିଲ୍ଲା ଓ ଦୌରାଜଜ ନ୍ୟାୟାଳୟ ଲୋକାର୍ପିତ

ମାଲକାନଗିରି ଜିଲ୍ଲାରେ ନବର୍ନିମିତ ଜିଲ୍ଲା ଓ ଦୌରାଜଜ ନ୍ୟାୟାଳୟ ଲୋକାର୍ପିତ

ମାଲକାନଗିରି , ୧୧/୦୯/୨୦୨୧(ଓଡ଼ିଶା ସମାଚାର)- ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ ଜିଲ୍ଲାସଦର ମହକୁମା ଠାରେ ନବର୍ନିମିତ କୋର୍ଟ ଲୋକାର୍ପିତ ହୋଇଛି । ମାନ୍ୟବର ହାଇକୋର୍ଟର ମୁଖ୍ୟ ବିଚାରପତି ଏସ.ମୁରଲୀଧର ଭିଡିଓ କନଫରେନ୍ସିଂ ଯୋଗେ ପବିତ୍ର ଗଣେଶ ପୂଜା ଅବସରରେ ନବର୍ନିମିତ କୋର୍ଟ କୁ ଲୋକାର୍ପିତ କରିଛନ୍ତି । ଏହି ଅବସରରେ ହାଇକୋର୍ଟରେ ଥିବା କୋଠାବାଡ଼ି କମିଟିର ଅଧ୍ୟକ୍ଷ ତଥା ବିଚାରପତି ଶତ୍ରୁଘ୍ନ ପୂଜାରୀ ଓ କୋରାପୁଟ , ମାଲକାନଗିରି ଜିଲ୍ଲାର ହାଇକୋର୍ଟ ପ୍ରଶାସନିକ ବିଚାରପତି ଏସ.କେ.ପାଣିଗ୍ରାହୀ ଭର୍ଚୁଆଲ ମାଧ୍ୟମରେ ବକ୍ତବ୍ୟ ରଖିଲେ । ମାଲକାନଗିରି ଜିଲ୍ଲାରେ ନବ ର୍ନିମିତ ଦୌରାଜଜ୍ କୋର୍ଟ ପରିସରରେ ଏକ ସ୍ୱତନ୍ତ୍ର ଉଦଘାଟନୀ ଉତ୍ସବର ଆୟୋଜନ କରାଯାଇଥିଲା । କଟକ ହାଇକୋର୍ଟ ପରିସରରେ ଭର୍ଚୁଆଲ ମାଧ୍ୟମରେ ମୁଖ୍ୟ ବିଚାରପତି କୋର୍ଟକୁ ଲୋକାର୍ପିତ କରିବା ପରେ ମାଲକାନଗିରି ଜିଲ୍ଲା ଦୌରାଜଜ୍ କୋର୍ଟ ପରିସରରେ ଲୋକାର୍ପଣ ଉତ୍ସବରେ ଜିଲ୍ଲା ଦୌରାଜଜ୍ ମିସ୍ ରେଖାପ୍ରସାଦ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ମହଲତ ସା , ମୁଖ୍ୟ ବିଚାର ବିଭାଗ ଦଣ୍ଡାଧିକାରୀ ବିଶ୍ୱରଞ୍ଜନ ବେହେରା , ରେଜିଷ୍ଟାର ତଥା ସହକାରି ଦୌରାଜଜ୍ କୃଷ୍ଣଚନ୍ଦ୍ର ନାୟକ , ସିନିୟର ସିଭିଲ ଜଜ୍ କମଳାକାନ୍ତ ରାଉତ , ଏସଡିଜେଏମ ଡ.ନିରାକାର ସାହୁ , ପ୍ରଥମ ଶ୍ରେଣୀ ବିଚାର ବିଭାଗ ଦଣ୍ଡାଧିକାରୀ ରେଖାରାଣୀ ପଣ୍ଡା , ମୋଟୁ ଜେ.ଏମ.ସି ଜଜ୍ ଗୌରୀଶଙ୍କର ପଣ୍ଡା , ଜିଲ୍ଲା ଆଇନ ସେବା ପ୍ରାଧିରଣ ସଚିବ ବିଚାରପତି ରାକେଶ କୁମାର ମୁଦୁଲି , ଜିଲ୍ଲାପାଳ ବୀଶାଲ ସିଂହ , ଏସପି ପ୍ରହ୍ଲାଦ ସାଇ ମୀନା , ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ପ୍ରଫୁଲ୍ଲ କୁମାର ନନ୍ଦ ପ୍ରମୁଖ ମଂଚାଶୀନ ଥିଲେ । ସେହିପରି ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଦୌରାଜଜ୍ ଅଦାଲତର ମୁଖ୍ୟ ଶିରସ୍ମାଦାର କୈଳାଶ ଚନ୍ଦ୍ର ପଣ୍ଡା , କୋର୍ଟ ମ୍ୟାନେଜର ପ୍ରଣବ କୁମାର ପ୍ରଧାନ , ଜିଲ୍ଲା ଓକିଲ ସଂଘ ସଭାପତି ପ୍ରଭାକର ପ୍ରଧାନ , ଜିଲ୍ଲା ଶିଶୁମଙ୍ଗଳ କମିଟି ଅଧ୍ୟକ୍ଷ ଅଶୋକ କୁମାର ପଟ୍ଟନାୟକ , ବରିଷ୍ଠ ଓକିଲ ଗୋପାଳ ପଣ୍ଡା , ପ୍ରକାଶଚନ୍ଦ୍ର ମହାନ୍ତି , ଅନଓର ସାହା, ରାମ ପଟ୍ଟନାୟକ , ନୃସିଂହ ଚରଣ ମହାନ୍ତିଙ୍କ ସମେତ ଅନ୍ୟାନ୍ୟ ଆଇନଜିବୀ ବହୁ ମାନ୍ୟଗନ୍ୟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ । ଏହି ଅବସରରେ କୋର୍ଟ ପରିସରରେ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତିରେ ଜିଲ୍ଲା ଦୌରାଜଜଙ୍କ ସମେତ ଅନ୍ୟ ଅତିଥ ବୃନ୍ଦ ମାଲ୍ୟାର୍ପଣ କରିଥିଲେ । ଓଡ଼ିଶା ସମାଚାର

About admin

Check Also

କୁଜଙ୍ଗ ଥାନାର ନୂତନ ଅଧିକାରୀଙ୍କୁ ନବନିର୍ମାଣ କୃଷକ ସଙ୍ଗଠନ କୁଜଙ୍ଗ ବ୍ଳକ ତରଫରୁ ସମ୍ବର୍ଦ୍ଧନା

ପାରାଦୀପ ୨୫/୦୯/୨୦୨୧(ଓଡ଼ିଶା ସମାଚାର)- ନବନିର୍ମାଣ କୃଷକ ସଙ୍ଗଠନ କୁଜଙ୍ଗ ବ୍ଳକ ତରଫରୁ କୁଜଙ୍ଗ ଥାନାର ନୂତନ ଭାରପ୍ରାପ୍ତ ଅଧିକାରୀଙ୍କୁ ଫୁଲତୋଡା …

Leave a Reply

Your email address will not be published. Required fields are marked *